ଓଡିଶା

odisha

ETV Bharat / state

ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ଆସିଲାନି ଲାଇନ, ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ - Unannounced Power cut - UNANNOUNCED POWER CUT

Students appears exam under candle lights: ଲାଇନ ନଥିବାରୁ ମହମବତୀ ଆଲୁଅରେ ପରୀକ୍ଷା ଦେଲା ଛାତ୍ରଛାତ୍ରୀ । ପୁରୀ ସଦର ଅଞ୍ଚଳରୁ ସାମ୍ନାକୁ ଆସିଲା ଏଭଳି ଅଭାବନୀୟ ଦୃଶ୍ୟ । ଅଧିକ ପଢନ୍ତୁ

ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

By ETV Bharat Odisha Team

Published : Mar 21, 2024, 1:19 PM IST

ପୁରୀ:ପରୀକ୍ଷା ବେଳେ ସମସ୍ୟା ସାଜିଲା ଅଘୋଷିତ ବିଦ୍ୟୁତ କାଟ । ଲାଇନ ନଥିବାରୁ ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ସଦର ଅଞ୍ଚଳରୁ ଏଭଳି ଅଭବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ବୁଧବାର ସଦର ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମହମବତୀ ଆଲୁଅରେ ପରୀକ୍ଷା ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିଲା ।

ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ପୁରୀ ସଦର ଅଞ୍ଚଳରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମଙ୍ଗଳବାର ରାତିରୁ ବିଦ୍ୟୁତ କାଟ ହେବା ସହ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନଥିଲା । କୋହଲା ପାଗ ଯୋଗୁଁ ବିଦ୍ୟାଳୟର ଶ୍ରେଣୀଗୃହରେ ଅନ୍ଧାର ଛାଇ ରହିଥିଲା । ଫଳରେ ଡିବିରି ଓ ମହମବତୀ ଆଲୁଅରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ତେବେ ଏହି ଘଟଣା ନଜରକୁ ଆସିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାରୀ ସ୍କୁଲଗୁଡ଼ିକର ଉନ୍ନତିକରଣ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍କୁଲରେ ଇନଭର୍ଟର ବ୍ୟବସ୍ଥା ନହେବା ସରକାରଙ୍କ 5T ଯୋଜନା ପ୍ରତି ଉପହାସ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ସେପଟେ ଏହି ଘଟଣା ନେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ, ସଂପୃକ୍ତ ସ୍କୁଲଗୁଡ଼ିକୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଏହି ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ।

ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଏହା ମଧ୍ୟ ପଢନ୍ତୁ: ଶନିବାର ହେଲେ ଘାଟି ଅଞ୍ଚଳର ସ୍କୁଲ ବନ୍ଦ, ଆସୁ ନାହାନ୍ତି ଶିକ୍ଷକ


ପୁରୀ ସଦର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ ମଙ୍ଗଳବାର ରାତ୍ରିରୁ ବିଦ୍ୟୁତ କାଟ ହୋଇଥିଲା । ବୁଧବାର ସକାଳ ପର୍ଯ୍ୟନ୍ତ ବି ବିଦ୍ୟୁତ ସଂଯୋଗ ଦିଆଯାଇନଥିଲା । ପୁରୀ ସଦରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । କୋହଲା ପାଗ ଯୋଗୁଁ ଶ୍ରେଣୀ ଗୃହ ଅନ୍ଧାର ହୋଇଯାଇଥିଲା । ଯାହାଫଳରେ ମହମବତୀ ଆଲୁଅର ସାହାରା ନେଇଥିଲେ ପରୀକ୍ଷାର୍ଥୀ । ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସକାଳ ୭ଟାରୁ ୯ଟା ପ୍ରଥମ ସିଟିଂରେ ଇଂରାଜୀ ଏବଂ ୯ଟା ଠାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲା ସଂସ୍କୃତ ପରୀକ୍ଷା ଦେଇଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details