ଓଡିଶା

odisha

ETV Bharat / state

କୃଷି ସମ୍ବନ୍ଧୀୟ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅ: ମୁଖ୍ୟ ଶାସନ ସଚିବ - Cooperative Development Meeting

Cooperative Development Committee Meeting: ରାଜ୍ୟ ସମବାୟ ଉନ୍ନୟନ କମିଟି ବା ଏସସିଡିସିର ଦ୍ୱିତୀୟ ବୈଠକ ଗତକାଲି (ମଙ୍ଗଳବାର) ଅନୁଷ୍ଠିତ ହୋଇଯାଇଛି । କୃଷି ସମ୍ବନ୍ଧୀୟ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟ ସମବାୟ ଉନ୍ନୟନ କମିଟି ବୈଠକ
ରାଜ୍ୟ ସମବାୟ ଉନ୍ନୟନ କମିଟି ବୈଠକ

By ETV Bharat Odisha Team

Published : Feb 21, 2024, 9:07 AM IST

ଭୁବନେଶ୍ବର: ରାଜ୍ୟ ସମବାୟ ଉନ୍ନୟନ କମିଟି ବା ଏସସିଡିସିର ଦ୍ୱିତୀୟ ବୈଠକ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଛି । ସମବାୟ ଥିବା ସମସ୍ତ ବିଭାଗକୁ ସମବାୟ ମୂଲ୍ୟବୋଧ ଅନୁଯାୟୀ ଏହାର ସଦସ୍ୟ ଏବଂ ସୋସାଇଟିକୁ ଉନ୍ନତ ସେବା ପ୍ରଦାନ ପାଇଁ ଏହି ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ସମବାୟ ସମିତିଗୁଡିକର ଉନ୍ନତି ଓ ସମବାୟ ଆନ୍ଦୋଳନର ବିକାଶ ଉଦ୍ଦେଶ୍ୟରେ ଗଠିତ ହୋଇଛି ରାଜ୍ୟସ୍ତରୀୟ କମିଟି । ପ୍ରାଥମିକ କୃଷି ସମବାୟ ସମିତି ବା ପ୍ୟାକ୍ସର କାର୍ଯ୍ୟକଳାପରେ ବିବିଧତା ଆଣିବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଏହାସହ କୃଷି ସମ୍ବନ୍ଧୀୟ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ବୈଠକରେ ବିଶେଷ ଭାବେ ଆଲୋଚନା ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ସମବାୟ ଥିବା ସମସ୍ତ ବିଭାଗକୁ ସମବାୟ ମୂଲ୍ୟବୋଧ ଅନୁଯାୟୀ ଏହାର ସଦସ୍ୟ ଏବଂ ସୋସାଇଟିକୁ ଉନ୍ନତ ସେବା ପ୍ରଦାନ ପାଇଁ ଏହି ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି । ମତ୍ସ୍ୟ ଓ ଡାଏରୀ ସମବାୟ ସମିତିର ନିୟମିତ ଓ ଅପଟୁଡେଟ ଅଡିଟକୁ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

କୃଷି ଋଣ ସମ୍ପ୍ରସାରଣରେ ସମବାୟ ବ୍ୟାଙ୍କଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ । କେସିସି ଫାଇନାନ୍ସ ଅଧୀନରେ 'ବି' କମ୍ପୋନେଣ୍ଟ ମାଧ୍ୟମରେ ସାର ଏବଂ ବିହନ ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସିବିଏସ ପ୍ଲାଟଫର୍ମରେ ସମସ୍ତ ପ୍ୟାକ୍ସର କମ୍ପ୍ୟୁଟରୀକରଣ ଏବଂ ସମବାୟ ବ୍ୟାଙ୍କଗୁଡ଼ିକର ନିରବଚ୍ଛିନ୍ନ ପରିଚାଳନା ଉପରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଗୋଦାମ ଗୃହ ନିର୍ମାଣ ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା

ଲୋକସେବା ଭବନେରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀଙ୍କ ସହ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ନିବନ୍ଧକ ସମବାୟ ସମିତି ଓଡ଼ିଶା, ଓଏସଡବ୍ଲ୍ୟୁସି ଅଧ୍ୟକ୍ଷ, ଓମଫେଡର ପରିଚାଳନା ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ନାବାର୍ଡ, ଓଏସସିବି, ସିଡବ୍ଲ୍ୟୁସିର ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details