ଓଡିଶା

odisha

By ETV Bharat Odisha Team

Published : Apr 12, 2024, 8:33 PM IST

ETV Bharat / state

ମିଥ୍ୟା ତଥ୍ୟ ପ୍ରଚାର କରି ସାର୍ଟିଫିକେଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ନବୀନ ସରକାର: ସଜ୍ଜନ ଶର୍ମା - bjp press conference

BJP Press Conference : ବିଜେପିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଥିବା କହିଲେ ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା । ଅଧିକ ପଢ଼ନ୍ତୁ

ମିଥ୍ୟା ତଥ୍ୟ ପ୍ରଚାର କରି ସାର୍ଟିଫିକେଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ନବୀନ ସରକାର
ମିଥ୍ୟା ତଥ୍ୟ ପ୍ରଚାର କରି ସାର୍ଟିଫିକେଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ନବୀନ ସରକାର

ମିଥ୍ୟା ତଥ୍ୟ ପ୍ରଚାର କରି ସାର୍ଟିଫିକେଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ନବୀନ ସରକାର

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ସରକାର । ମିଥ୍ୟା ତଥ୍ୟ ପ୍ରଚାର କରି କେବଳ ସାର୍ଟିଫିକେଟ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି ବିଜେଡି ସରକାର । ଯାହା ଅତ୍ୟନ୍ତ ଲଜ୍ଜ୍ୟାଜନକ ବୋଲି କହି ବିଜେଡିକୁ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ।

ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, "ମିଥ୍ୟା ତଥ୍ୟ ପ୍ରଚାର କରି କେବଳ ସାର୍ଟିଫିକେଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ନବୀନ ସରକାର । ଯାହା ତାଙ୍କ ପାଖରେ ନାହିଁ ତାହା ପ୍ରଦର୍ଶିତ କରୁଛନ୍ତି ଏବଂ ବାସ୍ତବତାକୁ ଲୁଚାଇ ମିଛ କହି ଓଡ଼ିଆ ଜାତିକୁ ବଦନାମ କରୁଛନ୍ତି । ରାଜ୍ୟରେ ବିଜେଡି ସରକାରର ଅତ୍ୟାଚାରରେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ମିଥ୍ୟା ପ୍ରଚାରରୁ ନିବୃତ ରୁହନ୍ତୁ । ଖାଦ୍ୟ ନିରାପତାର ଭ୍ରମାତ୍ମକ ତଥ୍ୟ ଦେଇ ଜାତିସଂଘରୁ ସାର୍ଟିଫିକେଟ ସଂଗ୍ରହ କରି ବାଃ ବାଃ ନେଉଥିବା ବିଜେଡି ସରକାରର ଅସଲ ଚିତ୍ରର ଗୋଟିଏ ଉଦାହରଣ ଆଜି ଖବର କାଗଜରେ ପ୍ରକାଶ ପାଇଛି । ଯାଜପୁର ଓ କେନ୍ଦୁଝର ସୀମା ନିକଟବର୍ତ୍ତୀ ନଗଡା, ଗିହିଆଶାଳ ଓ ତୁମୁଣି ଗ୍ରାମବାସୀ 'ରାସନ ନାହିଁ ତ ଭୋଟ୍ ନାହିଁ' ବୋଲି ଚେତାବନୀ ଦେଇଛନ୍ତି । ବହୁ ଗରୀବ ଜୁଆଙ୍ଗ ଜନଜାତି ଲୋକ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଛନ୍ତି ।

ବାରମ୍ବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କୁ ରାସନ କାର୍ଡ କିମ୍ବା ଚାଉଳ ମିଳୁ ନାହିଁ । ଏମାନଙ୍କ ଅପରାଧ କ’ଣ ଓ କାହିଁକି ତାଙ୍କୁ ରାସନ ମିଳୁନାହିଁ ? ସରକାରଙ୍କ ନିଜସ୍ୱ ରିପୋର୍ଟରେ ଓଡିଶାର ୬୭ପ୍ରତିଶତ ମାଆ ରକ୍ତହୀନତାର ଶିକାର ହୋଇଛନ୍ତି । ହଜାର ହଜାର କୋଟି ଟଙ୍କା ପୋଷଣ ପାଇଁ ଆସୁଛି ଯାଉଛି କୁଆଡେ? ୨୪ବର୍ଷ ଶାସନରେ ରହିବି ନବୀନ ବାବୁ ଖାଦ୍ୟ ଯୋଗାଇବାରେ ବିଫଳ ହେଉଛନ୍ତି । ଗୋଟିଏ ପଟେ ଏମାନେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଥିବାବେଳେ ଅନ୍ୟ ପଟେ ସାର୍ଟିଫିକେଟ ଗୋଟାଇବାରେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର ।"

ସଜ୍ଜନ ଏହା ମଧ୍ୟ କହିଛନ୍ତି, "ଖେଳ ଜଗତରେ ପରିବର୍ତନ ଆଣିବା ଉଦ୍ଦେଶ୍ୟରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଷ୍ଟାଡିୟମ ନିର୍ମାଣ କରାଗଲା । ଏହା ଦ୍ୱାରା ଠିକାଦାରମାନଙ୍କୁ ପୋଷାଗଲା ସତ, କିନ୍ତୁ ଖେଳାଳୀଙ୍କ କୌଣସି ବିକାଶ ହେଲା ନାହିଁ । ଭାରତୀୟ ହକିକୁ ଓଡିଆ ଖେଳାଳୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇ ଆଜି ମାତ୍ର ଜଣେ ଦୁଇ ଜଣରେ ସୀମିତ ରହିଯାଇଛି । ହକି ଷ୍ଟାଡିୟମ କରି ନବୀନ ବାବୁ ରୂପାନ୍ତରଣ କରୁଛନ୍ତି ବୋଲି କରାଯାଉଥିବା ମିଥ୍ୟା ଘୋଷଣାର ଏହା ହେଉଛି ଆଉ ଏକ ବଡ ଚିତ୍ର? ତଥାପି ସାର୍ଟିଫିକେଟ ସାଉଁଟିବାରେ ବ୍ୟସ୍ତ ରାଜ୍ୟ ସରକାର ।"

ଏହା ମଧ୍ୟ ପଢ଼ନ୍ତୁ...ଆନ୍ନାମଲାଇଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ - FIR Registered Against Annamalai

ସଜ୍ଜନ ଆହୁରି ମଧ୍ୟ କହିଛନ୍ତି, "ମିଲେଟ ମିଶନ ନାମରେ ବଡ ବଡ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଲୋକଙ୍କ ଟିକସ ପଇସାରେ ମିଥ୍ୟା ପ୍ରଚାର ହେଉଛି । ୧ ପ୍ରତିଶତ ମିଲେଟ ଉତ୍ପାଦନକାରୀ ରାଜ୍ୟ ଭିତରେ ଓଡ଼ିଶାର ସ୍ଥାନ ନାହିଁ କିନ୍ତୁ ବ୍ୟୟବରାଦ ହୋଇଛି ୪ହଜାର କୋଟି ଏବଂ ୨୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି । ଏନଜିଓକୁ ଠିକା ଦେଇ କର୍ଣ୍ଣାଟକରୁ ମାଣ୍ଡିଆ ଆସୁଛି । ରାୟଗଡାରୁ ଗାଡି ଧରାପଡିଛି । ଓଡିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ସାର୍ଟିଫିକେଟର ସହାୟତା ନେଉଛନ୍ତି ରାଜ୍ୟ ସରକାର । ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ । କିନ୍ତୁ ପୋଷ୍ଟର ହୋର୍ଡିଂ ଲଗାଇ ପ୍ରଚାର ପ୍ରସାରରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ଲୋକେ ପେଟ ପାଇଁ ଅସହ୍ୟ ଭୋକର ଯନ୍ତ୍ରଣାର ଶିକାର ହେଉଥିବାବେଳେ ନବୀନ ବାବୁ ବିକାଶର ଚିତ୍ର ଓଡ଼ିଶାବାସୀଙ୍କୁ ପଢ଼ାଉଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜ୍ୟାଜନକ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details