ଭୁବନେଶ୍ବର:ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ଗ୍ରୀଷ୍ମ କାଳୀନ ଟ୍ରେନ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ 20 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ । ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ ଏଡ଼ାଇବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଉଛି । ଏହା ସହିତ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସେବା ବୃଦ୍ଧି କରାଯାଉଛି ।
ପୁରୀ-ଶାଲିମାର ଦ୍ୱି-ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ
08483/08484 ପୁରୀ-ଶାଲିମାର-ପୁରୀ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 21 ଏପ୍ରିଲରୁ 30 ଜୁନ ମଧ୍ୟରେ ପ୍ରତ୍ୟେକ ରବିବାର ଏବଂ ବୁଧବାର ଦିନ ପୁରୀରୁ ରାତ୍ରି 11 ଘ. 50 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ଶାଲିମାରରୁ ଏହି ଟ୍ରେନ୍ 22 ଏପ୍ରିଲରୁ 1 ଜୁଲାଇ ମଧ୍ୟରେ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ସନ୍ଧ୍ୟା 07 ଘ. 45 ମି.ରେ ଛାଡିବ ।
ପୁରୀ-ନିଜାମୁଦ୍ଦିନ ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ
08475/08476 ପୁରୀ-ନିଜାମୁଦ୍ଦିନ-ପୁରୀ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 19 ଏପ୍ରିଲରୁ 28 ଜୁନ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ପୁରୀରୁ ଭୋର 04 ଘ. 50 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ନିଜାମୁଦ୍ଦିନରୁ ଏହି ଟ୍ରେନ୍ 20 ଏପ୍ରିଲରୁ 29 ଜୁନ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11 ଘ. 35 ମି.ରେ ଛାଡିବ ।
ମାଳତୀପାଟପୁର (ପୁରୀ)-ଶାଲିମାର ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ
02839/02840 ଶାଲିମାର-ମାଳତୀପାଟପୁର-ଶାଲିମାର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 14 ଏପ୍ରିଲରୁ 30 ଜୁନ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ରାତ୍ରି 09 ଘ. 25 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ଶାଲିମାରରୁ ଏହି ଟ୍ରେନ୍ 15 ଏପ୍ରିଲରୁ 1 ଜୁଲାଇ ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ରାତ୍ରି 11 ଘ. 50 ମି.ରେ ଛାଡିବ ।
ଭୁବନେଶ୍ୱର-ଯଶୋବନ୍ତପୁର ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ
02811/02812 ଭୁବନେଶ୍ୱର-ଯଶୋବନ୍ତପୁର-ଭୁବନେଶ୍ୱର ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ 13 ଏପ୍ରିଲରୁ 25 ମଇ ମଧ୍ୟରେ ଭୁବନେଶ୍ୱରରୁ ପ୍ରତ୍ୟକ ଶନିବାର ସନ୍ଧ୍ୟା 07 ଘ. 15 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ 15 ଏପ୍ରିଲରୁ 27 ମଇ ମଧ୍ୟରେ ପ୍ରତ୍ୟକ ସୋମବାର ଭୋର 05 ଘଟିକାରେ ଛାଡି ଭୁବନେଶ୍ୱର ଯାତ୍ରା କରିବ ।
ବ୍ରହ୍ମପୁର-ସୁରଟ ସାପ୍ତାହିକ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ
09069/09070 ସୁରଟ- ବ୍ରହ୍ମପୁର- ସୁରଟ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 17 ଏପ୍ରିଲରୁ 26 ଜୁନ ମଧ୍ୟରେ ସୁରଟ ଠାରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ 02 ଘ. 20 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ବ୍ରହ୍ମପୁରରୁ ଏପ୍ରିଲ୍ 19 ରୁ 28 ଜୁନ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଭୋର 03ଘ.30ମି.ରେ ଛାଡି ସୁରଟ ଯାତ୍ରା କରିବ ।
ସମ୍ବଲପୁର-ପୁଣେ ସାପ୍ତାହିକ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ
08327/08328 ସମ୍ବଲପୁର-ପୁଣେ-ସମ୍ବଲପୁର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 14 ଏପ୍ରିଲରୁ 30 ଜୁନ ମଧ୍ୟରେ ସମ୍ବଲପୁର ଠାରୁ ପ୍ରତ୍ୟେକ ରବିବାର ଦିନ ରାତ୍ରି 10 ଘଟିକାରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ପୁଣେରୁ 16 ଏପ୍ରିଲରୁ 2 ଜୁଲାଇ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ପୂର୍ବାହ୍ନ 09ଘ.15ମି.ରେ ଛାଡି ସମ୍ବଲପୁର ଯାତ୍ରା କରିବ ।
ସମ୍ବଲପୁର-ଗୌହାଟୀ ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ
08351/08352 ସମ୍ବଲପୁର-ଗୌହାଟୀ-ସମ୍ବଲପୁର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 22 ଏପ୍ରିଲ ରୁ 24 ଜୁନ ମଧ୍ୟରେ ସମ୍ବଲପୁର ଠାରୁ ପ୍ରତ୍ୟକ ସୋମବାର ସନ୍ଧ୍ୟା 06ଘ. 50ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଗୌହାଟୀ ଠାରୁ ଏପ୍ରିଲ 24 ରୁ 26 ଜୁନ ମଧ୍ୟରେ ପ୍ରତ୍ୟେକ ବୁଧବାର ପୂର୍ବାହ୍ନ 08 ଘଟିକାରେ ଛାଡି ସମ୍ବଲପୁର ଯାତ୍ରା କରିବ ।
ବିଶାଖାପାଟନମ୍-କୋଲାମ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ
08539/08540 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 17 ଏପ୍ରିଲରୁ 3 ଜୁଲାଇ ମଧ୍ୟରେ ବିଶାଖାପାଟନମରୁ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ କୋଲାମ ଠାରୁ 18 ଏପ୍ରିଲ ଠାରୁ 04 ଜୁଲାଇ ମଧ୍ୟରେ ପ୍ରତ୍ୟକ ଗୁରୁବାର ସନ୍ଧ୍ୟା 07ଘ.35ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ ।
ବିଶାଖାପାଟନମ୍-କୁର୍ନୁଲ୍ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ
08585/08586 ବିଶାଖାପାଟନମ୍-କୁର୍ନୁଲ୍-ବିଶାଖାପାଟନମ୍ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମ ଠାରୁ 02 ଏପ୍ରିଲ୍ ରୁ 25 ଜୁନ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ସନ୍ଧ୍ୟା 05ଘ.35ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ କୁର୍ନୁଲ୍ ଠାରୁ 03 ଏପ୍ରିଲ୍ ରୁ 26 ଜୁନ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ 03ଘ.30ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ ।
ଏହା ମଧ୍ୟ ପଢନ୍ତୁ...... ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ, ଚାଲିଛି ୭ ଟନେଲର ନିର୍ମାଣ
ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ କିଛି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସେବା ସମୟ ବୃଦ୍ଧି