କେନ୍ଦ୍ରାପଡା: ପବିତ୍ର କାର୍ତ୍ତିକ ମାସର ଅନ୍ତିମ ପର୍ବ ପଞ୍ଚୁକରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ । ଗତକାଲି ଥିଲା ପଞ୍ଚୁକର ଦ୍ୱିତୀୟ ଦିନ ତଥା ଏକାଦଶୀ ତିଥି । ଯେଉଁ ତିଥିରେ ପ୍ରଭୁ ଶ୍ରୀ ବଳଦେବଜୀଉ ପ୍ରଳମ୍ବାସୁର ବଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶର ଶ୍ରୀକ୍ଷେତ୍ର ଏବଂ ତୁଳସୀକ୍ଷେତ୍ର ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ କିମ୍ବଦନ୍ତୀ ରହିଛି । ସତ୍ତ୍ବଲିପି ପ୍ରମାଣ ଅନୁଯାୟୀ, ଶ୍ରୀକ୍ଷେତ୍ରରୁ ଆସିଥିବା ପାଟବସ୍ତ୍ରକୁ ପରିଧାନ କରି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ପ୍ରଳମ୍ବାସୁର ଦୈତ୍ୟକୁ ବଧ କରିଥାନ୍ତି । ଯାହାକି ପୁରାଣ ଓ କିମ୍ବଦନ୍ତୀରେ ଲିପିବଦ୍ଧ ରହିଛି । ଏହି ବେଶ ଦେଖିବାକୁ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା ।
- ଶ୍ରୀକ୍ଷେତ୍ର ସହ ରହିଛି ତୁଳସୀ କ୍ଷେତ୍ରର ସମ୍ପର୍କ:-
ଏହି ଦର୍ଶନ ଅବସରରେ ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କୁହନ୍ତି,"ପଞ୍ଚକ ଏକାଦଶୀ ବା ଦେଵଉତ୍ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି । ଯେଉଁ ବେଶର ନାମ ହେଉଛି ପ୍ରଳମ୍ବାସୁର ବଧ ବେଶ । ଏହି ବେଶର ଏକ କିମ୍ବଦନ୍ତୀ ପରମ୍ପରା ଶ୍ରୀକ୍ଷେତ୍ର ଏବଂ ତୁଳସୀକ୍ଷେତ୍ର ମଧ୍ୟରେ ରହିଛି । ଶ୍ରୀକ୍ଷେତ୍ରର ପ୍ରଶାସନିକ ଅଧିକାରୀ ତଥା ସେମାନଙ୍କର ସ୍ଵତ୍ତ୍ଵଲିପି ପ୍ରମାଣ ଅନୁଯାୟୀ ପାଟବସ୍ତ୍ର ଆଦାନ ପ୍ରଦାନ କରାଯାଏ, ଏହି ତିଥିରେ ଏକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ଶ୍ରୀକ୍ଷେତ୍ରରୁ ଆସିଥିବା ପାଟବସ୍ତ୍ର ପରିଧାନ କରି ପ୍ରଭୁ ଶ୍ରୀ ବଳଦେବଜୀଉ ରାକ୍ଷସ ପ୍ରଳମ୍ବାସୁରକୁ ବଧ କରିଥାଆନ୍ତି ।