ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଭୁବନେଶ୍ୱରରେ ଥିବା ‘ଭାରତ ବାୟୋଟେକ‘ର ଏକ ସହାୟକ କମ୍ପାନୀ ସାପିଜେନ୍ ବାୟୋଲୋଜିକ୍ସର ଟୀକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱରର ଅନ୍ଧାରୁଆରେ ଥିବା ଓଡ଼ିଶା ବାୟୋଟେକ୍ ପାର୍କରେ ଅବସ୍ଥିତ, ଟୀକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ଏହି ପ୍ଲାଣ୍ଟରେ ଦୈନିକ ପ୍ରାୟ ୨.୪ କୋଟି ବିଭିନ୍ନ ପ୍ରକାରର ଟୀକା ଉତ୍ପାଦନ କ୍ଷମତା ରହିଛି । ବିଶେଷ ଭାବରେ ଏହି ପ୍ଲାଣ୍ଟ ଦେଶର ସର୍ବବୃହତ୍ ଟୀକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେଉଛି ।
ଓଡ଼ିଶା ବାୟୋଟେକ୍ ପାର୍କରେ ସିଙ୍ଗାପୁର ରାଷ୍ଟ୍ରପତି:
ଭାରତ ବାୟୋଟେକ୍ ପାର୍କର ପ୍ରତିଷ୍ଠାତା ଡ.କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧,୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ସ୍ଥାପନ କରାଯାଇଛି । ଏହି ପ୍ଲାଣ୍ଟ କଲେରା, ମାଲେରିଆ ପରି ରୋଗ ପାଇଁ ୧୦ରୁ ଅଧିକ ପ୍ରକାର ଟୀକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟୀକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବା ସହ ଏହା ଦ୍ୱାରା ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହୋଇଛି । ଏଠାରୁ ପ୍ରସ୍ତୁତ ଟୀକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଉଛି । ବିଶେଷ ଭାବରେ କୋରୋନା ଓ ମ୍ୟାଲେରିଆ ଟିକା ସମେତ ପ୍ରାୟ ୧୦ ପ୍ରକାର ଟୀକା ଉତ୍ପାଦନ କରିଛି । ଏହି କମ୍ପାନୀର ରୋଟାଭାଇରସ୍, ଡାଇରିଆ, ମ୍ୟାଲେରିଆ, ଜାପାନୀ ଜ୍ବର, ରାବିସ୍ ଆଦି ବିଭିନ୍ନ ପ୍ରକାର ଆଧୁନିକ ଟୀକା ଉତ୍ପାଦନ କରିବା ସଂସ୍ଥା ।