ଓଡିଶା

odisha

ETV Bharat / state

ମୋହନ ମାଝୀ ସରକାରଙ୍କ ବଡ଼ ପ୍ରୋତ୍ସାହନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୫ ହଜାର, କମିବ ଡ୍ରପଆଉଟ୍

ଚଳିତବର୍ଷରୁ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ବଢ଼ିବ ଉପସ୍ଥାନ, କମିବ ଡ୍ରପଆଉଟ ।

By ETV Bharat Odisha Team

Published : 4 hours ago

Shahid Madho Singh Haath Kharcha Yojana for Tribal  Students In Odisha
Shahid Madho Singh Haath Kharcha Yojana for Tribal Students In Odishaat (ETV Bharat Odisha)

ଭୁବନେଶ୍ବର: ମାଧ୍ୟମିକ ସ୍କୁଲରେ ଉପସ୍ଥାନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ । ସମସ୍ତ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ପ୍ରୋତ୍ସାହନ । ପ୍ରତି ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ମିଳିବ ୫ ହଜାର ଟଙ୍କା । ଚଳିତ 2024-2025 ଆର୍ଥିକ ବର୍ଷରୁ ଲାଗୁ ହେବ "ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ" ପ୍ରୋତ୍ସାହନ ରାଶି ।

କଣ ରହିଛି ନିର୍ଦ୍ଦେଶାବଳୀ ?

ଦିଆଯାଇଥିବା ଚିଠି ଅନୁସାରେ, "ଏହି ଯୋଜନା ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ଆବଶ୍ୟକ । ଏହା ସହିତ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ଯଦି ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଅନ୍ୟ ଛାତ୍ରବୃତ୍ତି ମିଳୁଥିବ, ତେବେ ଏହି "ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା" ମଧ୍ୟ ମିଳିପାରିବ । ତେବେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ କମ ହୋଇଥିବା ଆବଶ୍ୟକ ।

Shahid Madho Singh Haath Kharcha Yojana for Tribal Students In Odisha (ETV Bharat Odisha)
  • ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ଆବଶ୍ୟକ
  • ଏହା ସହିତ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ
  • ଅନ୍ୟ ଛାତ୍ରବୃତ୍ତି ମିଳୁଥିଲେ ମଧ୍ୟ "ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା"ରେ ସାମିଲ ହୋଇପାରିବେ
  • ଛାତ୍ରଛାତ୍ରୀଙ୍କ ପରିବାର ଆୟ ବର୍ଷକୁ ଅଢ଼େଇ ଲକ୍ଷରୁ କମ୍ ହୋଇଥିବ

କିପରି କରିବେ ଆବେଦନ ?

ଏହା ଦ୍ବାରା ଅଧାରୁ ପାଠପଢ଼ା ଛାଡୁଥିବା ଅନୁସୂଚିତ ଜନଜାତି ବର୍ଗଙ୍କ ସଂଖ୍ୟା କମିବ ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଦିଆଯାଇଛି । ଏନେଇ ବିଦ୍ୟାର୍ଥୀମାନେ ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ଆବେଦନ କରିପାରିବେ । ରାଜ୍ୟରେ ଅଷ୍ଟମ ଓ ଦଶମ ପାସ୍ ପରେ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଅଭିନବ ପଦକ୍ଷେପ । "ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା"ରେ ଆବେଦନ ପାଇଁ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍‌ରେ ସ୍ବତନ୍ତ୍ର ଏଣ୍ଟ୍ରି ସ୍କ୍ରିନର୍‌ ରହିବ । ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଆବଶ୍ୟକ କାଗଜପତ୍ର ସହ ଏହି ମାଧ୍ୟମରେ ଆବେଦନ କରିବେ । ଯାଞ୍ଚ ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଆବେଦନ ପତ୍ରକୁ ମଞ୍ଜୁର କରି ବିଭାଗକୁ ଅନଲାଇନରେ ପଠାଇବେ। ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭାର୍ଥୀ ସ୍ଥାନାନ୍ତରଣ ଯୋଜନା (Direct Beneficiary Transfer-DBT) ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ଯିବ । ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା । ଏହି ସୂଚନା ଚିଠିରେ ଉଲ୍ଲେଖ ରହିଛି ।

Shahid Madho Singh Haath Kharcha Yojana for Tribal Students In Odisha (ETV Bharat Odisha)
  • ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ଆବେଦନ କରିପାରିବେ
  • ଅଷ୍ଟମ ଓ ଦଶମ ପାସ୍ ପରେ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ଉଦ୍ୟମ
  • "ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା"ରେ ଆବେଦନ ପାଇଁ ପୋର୍ଟାଲ୍‌ରେ ସ୍ବତନ୍ତ୍ର ଏଣ୍ଟ୍ରି ସ୍କ୍ରିନର ରହିବ
  • ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଆବଶ୍ୟକ କାଗଜପତ୍ର ସହ ଆବେଦନ କରିବେ
  • ଯାଞ୍ଚ ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଆବେଦନ ପତ୍ରକୁ ମଞ୍ଜୁର କରି ବିଭାଗକୁ ଅନଲାଇନରେ ପଠାଇବେ
  • ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭାର୍ଥୀ ସ୍ଥାନାନ୍ତରଣ ଯୋଜନା (DBT) ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ଯିବ
  • ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା

କମିବ ଡ୍ରପଆଉଟ୍:-

ରାଜ୍ୟରେ ଗତ କିଛି ବର୍ଷ ଧରି ଓଡ଼ିଶାରେ ସର୍ବଧିକ ଡ୍ରପଆଉଟ୍‌ ଦେଖାଯାଇଥିଲା । ଦେଶରେ ଆଗରେ ରହିଥିଲା ଓଡ଼ିଶା । ହେଲେ ପୂର୍ବ ସରକାର ମଧ୍ୟ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଡ୍ରପଆଉଟ୍ କମେଇବାରେ ବିଫଳ ହୋଇଥିଲେ । ତେବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାକୁ ମୁକାବିଲା କରିବାକୁ ଆରମ୍ଭ ହୋଇଛି "ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା"।

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରେ ସରକାରୀ ପ୍ରକଳ୍ପକୁ ବିରୋଧ

ଏହା ମଧ୍ୟ ପଢ଼ନ୍ତୁ:ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଟ୍ରାନ୍ସଫର

ଏହା ମଧ୍ୟ ପଢ଼ନ୍ତୁ:ଲଣ୍ଡନରେ ଆୟୋଜନ ହେବ ବାଲିଯାତ୍ରା, ସହଯୋଗ ପାଇଁ ମୋହନ ସରକାରଙ୍କ ପ୍ରତିଶ୍ରୁତି

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ:-

ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ପ୍ରୋସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଏହି ଯୋଜନା ଦ୍ଵାରା ନ‌ବମ ଏବଂ ଏକାଦଶ ଶ୍ରେଣୀରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନାମ ପଞ୍ଜିକରଣ ହାର ବୃଦ୍ଧି ପାଇବ । ଏହା ସହିତ ନିୟମିତ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ଯାହା ଚଳିତ ବର୍ଷ ଠାରୁ ଲାଗି କରାଯିବ ।

କେଉଁ ପ୍ରମାଣ ପତ୍ର ଆବଶ୍ୟକ:-

ସାଧାରଣ ଭାବେ ଆବେଦନ‌କାରୀ ଛାତ୍ରଛାତ୍ରୀଙ୍କୁ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଓ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details