ଓଡିଶା

odisha

ETV Bharat / state

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ଦଲାଲ ସ୍ବାମୀ-ସ୍ତ୍ରୀ ଗିରଫ - BANGLADESHI MINOR GIRL RESCUE

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ସ୍ବୀମୀ-ସ୍ତ୍ରୀ ଗିରଫ । ନାବାଳିକାକୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରିଥିଲେ ଦମ୍ପତି ।

Bangladeshi Minor Girl Rescue
Bangladeshi Minor Girl Rescue (ETV Bharat Odisha)

By ETV Bharat Odisha Team

Published : Nov 25, 2024, 6:40 PM IST

Updated : Nov 25, 2024, 6:54 PM IST

କଟକ:ମଧୁପାଟଣା ଅଞ୍ଚଳରୁ ଗତ ୯ ତାରିଖରେ ପୋଲିସ ଦ୍ବାରା ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଥି ସହିତ କୋର୍ଟରେ ଆଜି ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରାଯିବ । ଗତ ୧୦ ତାରିଖରୁ ନାବାଳିକା CWC ପାଖରେ ଥିବା ବେଳେ ତାର ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ନାବାଳିକା ଜଣକ ପ୍ରଥମେ ବାଂଲାଦେଶରୁ ଆସି କିଛି ଦିନ କୋଲକାତାରେ ରହିଥିଲେ । ପରେ ଅର୍ଥାତ ଗତ ୩ ମାସ ହେଲା ନାବାଳିକା ଜଣକ କଟକ ଏବଂ ଭୁବନେଶ୍ୱରରେ ରହୁଥିଲେ । ଚାକିରି କରିଦେବା କହି ଦଲାଲ ପ୍ରଥମେ ପାର୍ଲରରେ ରଖିଥିଲେ ଏବଂ ପରେ ଶାରୀରିକ ଶୋଷଣର ଶିକାର ହୋଇଥିଲେ ନାବାଳିକା ।

ତଦନ୍ତରେ ସହଯୋଗ କରୁଛନ୍ତି ନାବାଳିକା:

Bangladeshi Minor Girl Rescue (ETV BHarat)

ତେବେ ନାବାଳିକା ଜଣଙ୍କ ଉଦ୍ଧାର ହେବା ପରେ ୫ ଜଣକ ନାଁ କହିଥିଲେ । ସେ ଦିଗରେ ପୋଲିସ ତଦନ୍ତ କରୁଛି । ଏବେ ତାଙ୍କୁ ଶିଶୁ ଯତ୍ନ ଗୃହରେ ରଖାଯାଇଛି । ତାଙ୍କ ପରିବାରଙ୍କ ସହ ପୋଲିସ ଯୋଗାଯୋଗ କରିଛି । ନାବାଳିକାଙ୍କୁ ତାଙ୍କ ଦେଶକୁ ଫେରାଇ ନେବା ପାଇଁ ପକ୍ରିୟା ଆରମ୍ଭ କରିଛି ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ପ୍ରସାସନ । କଟକ ସିଡବ୍ଲୁସି ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ କହିଛନ୍ତି, "ଆଜି ପୋଲିସ ପକ୍ଷରୁ ଡାକ୍ତରୀ ମାଇନା ହୋଇଛି । ନାବାଳିକା ବୟାନ ରେକର୍ଡ ଆଜି ଶେଷ ହେବ । ବର୍ତ୍ତମାନ ସେ ସୁସ୍ଥ ରହିଛି । ତଦନ୍ତରେ ନାବାଳିକା ସହଯୋଗ କରୁଛନ୍ତି । ନାବାଳିକାକୁ ଚାକିରି ପ୍ରଲୋଭନ ଦେଖାଇ ଦଲାଲମାନେ ତାକୁ ଅନୈତିକ କାର୍ଯ୍ୟରେ ଲିପ୍ତ କରିଥିଲେ । ଏହାସହ ସେ କିପରି ଘରକୁ ଫେରିବ ସେ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି ।"

ସ୍ବାମୀ-ସ୍ତ୍ରୀ ଗିରଫ:

ଅନ୍ୟପଟେ କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ଉଦ୍ଧାର ନାବାଳିକାଙ୍କୁ ଓଡ଼ିଶା ଆଣି ଅନୈତିକ କାର୍ଯ୍ୟରେ ଲଗାଯାଇଥିଲା । ଏନେଇ ଠୋସ ପ୍ରମାଣ ପାଇବା ପରେ କଟକ ମଧୁପାଟଣା ପୋଲିସ ୨ ଜଣ ଦଲାଲ ତଥା ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାଂଲାଦେଶରୁ ନାବାଳିକାଙ୍କୁ ଓଡ଼ିଶା ଆଣି ଅନୈତିକ କାର୍ଯ୍ୟରେ ଲଗାଇବା ଅଭିଯୋଗରେ ମଧୁପାଟଣା ଥାନା ପୋଲିସ ଏକ ଦମ୍ପତିଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଦମ୍ପତି ହେଲେ କଟକ ଗୋପାଳପୁର ଅଞ୍ଚଳରେ ରହୁଥିବା ଓମ୍ ପ୍ରକଶ ଚୌଧୁରୀ ଓ ଜସ୍ମିନ ଚୌଧୁରୀ । ଉଭୟ ପତିପତ୍ନୀଙ୍କ କଲ ରେକର୍ଡ ଓ ଜେରା ପରେ ପୋଲିସ ସେମାନଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ମିଳିଛି । ଗିରଫ ଦମ୍ପତି ରାଜସ୍ଥାନର ହୋଇଥିବା ବେଳେ ସେମାନେ ପେସାଦାର ଦଲାଲ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଏହା ବ୍ୟତୀତ ଏହି ମାମଲାରେ ଆଉ କେଉଁ କେଉଁ ଲୋକ ସମ୍ପକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି ।


ଘଟଣାକୁ ନେଇ ଉଠୁଛି ପ୍ରଶ୍ନ:

ଏହାରି ଭିତରେ ସମ୍ପୃକ୍ତ ନାବାଳିକାର ପରିବାର ଲୋକେ ଜିଲ୍ଲା ଶିଶୁମଙ୍ଗଳ କମିଟିଙ୍କୁ ଚିଠି ଲେଖି ତାଙ୍କୁ ଘରକୁ ପଠାଇବା ପାଇଁ ନିବେଦନ କରିଥିବା ବେଳେ ଉପଯୁକ୍ତ ଫୋରମ ଜରିଆରେ ନାବାଳିକାକୁ ବାଂଲାଦେଶ ପଠାଯିବ । ତେବେ ଏହି ଘଟଣା ଏବେ ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । ଭାରତ-ବାଂଲାଦେଶ ସୀମାରେ କଡ଼ା ସୁରକ୍ଷା ସତ୍ତ୍ବେ ବେଆଇନ ଭାବେ ନାବାଳିକା ଜଣଙ୍କ କେମିତି ସୀମା ପାର କରି ପାରିଲେ ? ଓଡ଼ିଶାକୁ ଏମିତି କେତେ ଜଣ ବାଂଲାଦେଶୀ ଯୁବତୀ ଆସିଛନ୍ତି ?

ଏହା ମଧ୍ୟ ପଢ଼ନ୍ତୁ...କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର, ପୋଲିସ ଟାର୍ଗେଟରେ ଅଭିଯୁକ୍ତ

ଏହା ମଧ୍ୟ ପଢ଼ନ୍ତୁ...ଦେହ ବ୍ୟବସାୟ ନିର୍ଯାତନା ସହି ନପାରି ହଙ୍ଗାମା, ନ୍ୟାୟ ନ ପାଇଁ ରାସ୍ତା ମଝିରେ ବାର ଗାର୍ଲ - Allegation Of Torture


କଟକ ଡିସିପିଙ୍କ ପ୍ରତିକ୍ରିୟା:

ଏନେଇ କଟକ ଡିସିପିଜଗମୋହମ ମୀନାକହିଛନ୍ତି, ଏହି ମାମଲାରେ ୨ ଜଣ ଲୋକଙ୍କୁ କଟକ ସଦର ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ଓମ୍ ପ୍ରକଶ ଚୌଧୁରୀ ଓ ତାଙ୍କ ପତ୍ନୀ ଜସ୍ମିନ ଚୌଧୁରୀ । ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଏହି ୨ ଜଣ ତାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ଏହି ମାମଲେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଛି । ଗିରଫ ଅଭିଯୁକ୍ତମାନଙ୍କ ଫୋନ ଜବତ କରାଯାଇଛି ।"

ଇଟିଭି ଭାରତ, କଟକ

Last Updated : Nov 25, 2024, 6:54 PM IST

ABOUT THE AUTHOR

...view details