ଓଡିଶା

odisha

By ETV Bharat Odisha Team

Published : Mar 15, 2024, 2:14 PM IST

Updated : Mar 15, 2024, 2:25 PM IST

ETV Bharat / state

ମାର୍ଚ୍ଚରୁ ଡହଡହ ଖରା, ସନ୍ତୁଳି ହେଲେଣି ଅନୁଗୋଳବାସୀ

Weather Update Of Angul: ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ କଲାଣି ତାତି । ଅନୁଗୋଳରେ ପାରଦ 40 ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଅସ୍ତବ୍ୟସ୍ତ ଜନଜୀବନ ।

Etv Bharat
Etv Bharat

ମାର୍ଚ୍ଚରୁ ଡହଡହ ଖରା, ସନ୍ତୁଳି ହେଲେଣି ଅନୁଗୋଳବାସୀ

ଅନୁଗୋଳ:ଆକାଶରୁ ହେଉଛି ନିଆଁ ବର୍ଷା । ପ୍ରବଳ ଖରାରେ ସିଝୁଛି ଅନୁଗୋଳ ଜିଲ୍ଲା । ପ୍ରାୟ ସପ୍ତାହେ ହେଲା ଜିଲ୍ଲାର ତାପମାତ୍ରା ୩୫ ଡିଗ୍ରୀ ଉପରକୁ ରହୁଥିବା ବେଳେ ବୁଧବାର ୩୭ ଓ ଗୁରୁବାର ୩୮ ଡିଗ୍ରୀକୁ ଛୁଇଁଛି ତାପମାତ୍ରା । ଆଜି ଅର୍ଥାତ୍ ଶୁକ୍ରବାର ଯେଉଁଭଳି ଖରା ଅନୁଭୂତ ହେଉଛି ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିବା ଆଶଙ୍କା କରାଯାଉଛି । ଅସହ୍ୟ ଗରମ ଏବଂ ଗୁଳଗୁଳି ଅନୁଭୂତ ହେଉଥିବା ବେଳେ କଲବଲ ହେଲାଣି ଜନଜୀବନ ।

ପ୍ରବଳ ଖରା ଯୋଗୁଁ ସକାଳ ୧୦ଟା ବାଜିଲେ ଲୋକଙ୍କୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଦୋକାନ ବଜାର ଖାଁ ଖାଁ ଲାଗୁଛି। ରାସ୍ତାଘାଟ ଶୂନସାନ ହୋଇପଡୁଛି । ଗତ ବର୍ଷ ମାର୍ଚ୍ଚ ମାସ ଅଧାରେ ତାପମାତ୍ରା ୩୦ କିମ୍ୱା ୩୧ ଡିଗ୍ରୀ ଥିଲା । ହେଲେ ଚଳିତ ବର୍ଷ ଏବେଠାରୁ ୪୦ଡିଗ୍ରୀକୁ ଛୁଇଁ ଥିବାରୁ ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରାଯାଉଛି । ଯାହାକୁ ନେଇ ଚିନ୍ତାରେ ଜିଲ୍ଲାବାସୀ।



ସେପଟେ ଜିଲ୍ଲାରେ ଦିନକୁ ଦିନ ଖଣି ଓ ବିଭିନ୍ନ କାରଖାନା ବୃଦ୍ଧି ପାଉଛି । ଫଳରେ ବ୍ୟାପକ ଜଙ୍ଗଲ କାଟି ସଫା କରି ଦିଆଯାଉଛି । ଏହାର ପ୍ରଭାବରେ ଗତ କିଛି ବର୍ଷ ହେଲା ପ୍ରତିବର୍ଷ ହାରାହାରି ତାପମାତ୍ରା ପ୍ରାୟ ୨/୩ ଡିଗ୍ରୀ ବଢୁଛି । ମାର୍ଚ୍ଚ ମାସରେ ସକାଳୁ କଅଁଳିଆ ଶୀତ ଅନୁଭୂତ ହେବା କଥା କିନ୍ତୁ ଏବେ ଏହାର ବିପରିତ ପ୍ରଭାବ ପଡୁଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ସକାଳୁ ସକାଳୁ ସକାଳୁ ପ୍ରବଳ ଖରା ସାଙ୍ଗକୁ ଓ ଗୁଳୁଗୁଳି ଅନୁଭୂତ ହେଉଛି । ୧୦ଟା ବାଜିଲେ ଖରା ତେଜ ଆଶାତୀତ ଭାବେ ବୃଦ୍ଧି ପାଉଛି । ଫଳରେ ଦିନ ମଜୁରିଆ, ରିକ୍ସା ଚାଳକ ଓ ରାସ୍ତା କଡରେ ଛୋଟ ଛୋଟ ବ୍ୟବସାୟୀ ବେଶ ପ୍ରଭାବିତ ହେଉଛନ୍ତି । ଲୋକେ ଘରୁ ବାହାରକୁ ଆସୁନଥିବାରୁ ଚାରିଆଡେ ଖାଁ ଖାଁ ଲାଗୁଛି ।

ବର୍ତ୍ତମାନ ମାର୍ଚ୍ଚ ମାସରେ ଏଭଳି ଖରା ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଏପ୍ରିଲ ମେରେ ସ୍ଥିତି କଣ ହେବ ଏବେଠୁ ବାରି ହୋଇ ପଡୁଛି । ତେବେ ଜିଲ୍ଲାରେ ଖରା ଓ ଗ୍ରୀଷ୍ମ ପ୍ରବାହ ବଢିଥିଲେ ମଧ୍ୟ ପ୍ରଶାସନ ତରଫରୁ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏଥିସହ ଲୋକେ ଏବେଠାରୁ ସମସ୍ତେ ସଜାଗ ରହିବା ଆବଶ୍ୟକ ବୋଲି କୁହାଯାଇଛି । ନଚେତ ଆଗାମୀ ଦିନରେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଥିବା ଅନୁମାନ କରିଛନ୍ତି ଅଞ୍ଚଳବାସୀ ।

ଏହା ମଧ୍ୟ ପଢନ୍ତୁ:ତାତିରୁ ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି: ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବର୍ଷା, ୨୦ ଯାଏଁ ବର୍ଷିବା ସମ୍ଭାବନା

ଇଟିଭି ଭାରତ, ଅନୁଗୋଳ

Last Updated : Mar 15, 2024, 2:25 PM IST

ABOUT THE AUTHOR

...view details