ଓଡିଶା

odisha

ETV Bharat / state

ଦାଦନ ଜିଲ୍ଲା ବଲାଙ୍ଗୀର, ଜନଶୂନ୍ୟ ହୋଇପଡିଛି ଗାଁ

Labour Migration Highest In Balangir: ପେଟପାଟମା ପାଇଁ ଗାଁ ଛାଡି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ବଲାଙ୍ଗୀର ଜିଲ୍ଲାର ଲକ୍ଷ ଲକ୍ଷ ଲୋକ । ଫଳରେ ଜନଶୂନ୍ୟ ହୋଇପଡିଛି ଗାଁ । ଘର ଜଗିଛନ୍ତି ବୟସ୍କ ବ୍ୟକ୍ତି । ଅଧିକ ପଢନ୍ତୁ

Labour Migration Highest In Balangir
Labour Migration Highest In Balangir

By ETV Bharat Odisha Team

Published : Mar 16, 2024, 5:50 PM IST

Labour Migration Highest In Balangir

ବଲାଙ୍ଗୀର:ଦାଦନ ଗଡ଼ ଭାବରେ ପରିଚିତ ବଲାଙ୍ଗୀର ଜିଲ୍ଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ବିକାଶମୂଳକ ଯୋଜନା ସତ୍ତ୍ୱେ ମଧ୍ୟ ଏଠାରେ ଥମୁନି ଦାଦନ ସମସ୍ୟା । ପେଟପାଟଣା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଫଳରେ ଗାଁ ଗଣ୍ଡା ଖାଲି ପଡିଥିବା ବେଳେ କେବଳ ବୃଦ୍ଧ ବୃଦ୍ଧା ଅସହାୟ ଅବସ୍ଥାରେ ଘର ଜଗିଛନ୍ତି। ବିଶେଷ କରି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ , ଖପ୍ରାଖୋଲ ,ବେଲପଡା ,ତୁରେକେଲା,ମୁରିବାହାଳ, ଟିଟିଲାଗଡ, ବଙ୍ଗୋମୁଣ୍ଡା, ଲୋଇସିଂହା, ପୁଇନ୍ତଲା ଭଳି ସବୁ ବ୍ଲକରୁ ଲକ୍ଷାଧିକ ଗରିବ ଲୋକ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେବେ ସରକାରୀ ରିପୋର୍ଟ ଅନୁସାରେ ଦୁଇ ଲକ୍ଷରୁ ଅଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେହିପରି 300 ରୁ ଉର୍ଦ୍ଧ୍ବ ଦଲାଲ ଏହି ମାନବ ଚାଲାଣ କାରବାରରେ ଜଡିତ ରହୁଛନ୍ତି। ଏଠିକାର ଗରିବ ଲୋକ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଚାଲାଣ ହୋଇ ସେଠି ବିଭିନ୍ନ ଇଟା ଭାଟିରେ କାମ କରି ନାନାଦି ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ପାଉଛନ୍ତି। ଏପରିକି ଅନେକ ସମୟରେ ସେଠି ତାଙ୍କର ମୃତ୍ୟୁ ମଧ୍ୟ ଘଟି ଆସୁଛି।


ପାଟଣାଗଡ଼ ଓ ବେଲାପଡା ବ୍ଲକର ଚିତ୍ର ଓ ସ୍ଥିତି ଏବେ ଚିନ୍ତାଜନକ । ଦୁଇ ବ୍ଲକର ଗାଁ ଲୋକ ଦାଦନ ଖଟି ଯାଇଛନ୍ତି। ଫଳରେ ଜନଶୂନ୍ୟ ହୋଇଛି ଗାଁ । ପ୍ରତ୍ୟେକ ଗାଁର ସବୁ ଘରର ସମାନ କାହାଣୀ। ଘରେ ଅଛନ୍ତି କେବଳ ଅତି ବୟସ୍କ ଲୋକ ଓ ତାଙ୍କ ଛୁଆ ପିଲା ସମସ୍ତେ ଯାଇଛନ୍ତି ଦାଦନ ଖଟି । ଗ୍ରାମରେ ନା ଅଛି ଗୋଟିଏ କଳକାରଖାନା ଓ ମହାତ୍ମାଗାନ୍ଧୀ ଜାତୀୟକର୍ମ ନିଯୁକ୍ତିରେ ମିଳୁଛି କାମ । ସେହିପରି ଜଳ ସେଚନ ସୁବିଧା ନ ଥିବାରୁ ଚାଷ ନାମକ ମାତ୍ର ହୋଇଥାଏ । ଯେଉଁଥିରେ ପେଟ ପୋଷିବା ମଧ୍ୟ କଷ୍ଟକର । ଫଳରେ ଗ୍ରାମରେ କାମ ଧନ୍ଦା ନପାଇ ଗ୍ରାମବାସୀ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି । ପୁରା ପରିବାର ଦାଦନ ଖଟିବାକୁ ଯାଉଥିବା ବେଳେ ସାଥିରେ ଛୋଟ ପିଲାଙ୍କୁ ମଧ୍ୟ ନେଇଥାନ୍ତି । ଯାହାଫଳରେ ସେମାନେ ଶିକ୍ଷାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି। ଏଥିପାଇଁ ସ୍କୁଲରେ ଉପସ୍ଥାପନା ମଧ୍ୟ କମୁଛି । ଜିଲ୍ଲା ଶିକ୍ଷା ବିଭାଗର ରିପୋର୍ଟ ଅନୁସାରେ ଏଥର ଦଶମ ପରୀକ୍ଷାରେ ଏହିଭଳି 827 ଜଣ ଛାତ୍ର ଅନୁପସ୍ଥିତ ଅଛନ୍ତି। ଅର୍ଥାତ୍ ପେଟ ପାଇଁ ମେଟ୍ରିକ୍ ପରୀକ୍ଷାକୁ ମଧ୍ୟ ଛାଡ଼ିବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ-ଦାଦନ ଖଟିବାକୁ ଯାଇ ଭାଇ ମୃତ, ମୃତଦେହ ଫେରାଇ ଆଣିବାକୁ ଭିକ୍ଷା ମାଗୁଛି ଭଉଣୀ



ଗରିବ ଲୋକ ପେଟ ପାଟଣା ପାଇଁ ତଥା ଜରୁରୀ ଖର୍ଚ୍ଚ ଟଙ୍କା ଧାର ନେବାକୁ ବାଧ୍ୟ ହୋଇଥାଏ। ଏହି ଟଙ୍କା ପାଇଁ ସେ ପରବର୍ତ୍ତୀ ସମୟରେ ଦାଦନ ଖଟି ଯିବା ନା ରେ ଅଗ୍ରୀମ ଟଙ୍କା ଦଲାଲ ପାଖରୁ ନେଇଥାଏ। ଟଙ୍କା ପାଇବା ପରେ ଦଲାଲ ସେହି ପରିବାରକୁ ବେଆଇନ୍ ଭାବରେ ଗ୍ରାମରୁ ଚାଲାଣ କରି ବାହାର ରାଜ୍ୟର ବିଭିନ୍ନ ଇଟାଭାଟିକୁ ନେଇଥାଏ। ସେଠି ସେମାନେ ଅତି କମ ପାରିଶ୍ରମିକରେ ଦିନ ରାତି କାମ କରିବାକୁ ବାଧ୍ୟ ହୋଇଥାନ୍ତି। ପ୍ରତିବାଦ କଲେ ମାଡ ଓ ନିର୍ଯାତନା ମିଳିଥାଏ। ଅନେକ ସମୟରେ କିଛି ଦାଦନ ଶ୍ରମିକ ଲୁଚି ସେଠୁ ଖସି ପଳାଇ ଆସିବାରେ ସଫଳ ହେଲେ ମଧ୍ୟ ଏଠି ପୁଣି ଦାଦନ ଦଲାଲ ସେମାନଙ୍କୁ ଧରି ନିର୍ଯାତନା ଦେଇଥାଏ। ଅଗ୍ରୀମ ନେଇଥିବା ଟଙ୍କା ନା ରେ ପୁଣି ସେମାନେ ନିର୍ଯ୍ୟାତିତ ହୋଇ ଥାନ୍ତି। ତେବେ ଅନେକ ସମୟରେ ଦାଦନ ଶ୍ରମିକର ମୃତ୍ୟୁ ଓ ଦାଦନ ଶ୍ରମିକ ବନ୍ଧକ ଭଳି ମାମଲା ସାମ୍ନାକୁ ଆସିଛି ।



ଦାଦନ ସମସ୍ୟା ଜିଲ୍ଲାର ଏକ ମୁଖ୍ୟ ସମସ୍ୟା ଅଟେ । ଯାହାକୁ ଦଶନ୍ଧି ଦଶନ୍ଧି ଧରି ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଅନେକ ଗରିବ କଲ୍ୟାଣ ଯୋଜନା ଥିବା ସତ୍ତ୍ବେ ତାହା ବିଶେଷ ଫାଇଦା ଦେଇ ନାହିଁ। ଦାଦନ ଖଟି ଯିବା ମଧ୍ୟ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ପାରି ନାହିଁ। ପ୍ରତ୍ୟେକ ଗାଁ ରେ ପ୍ରତ୍ୟେକ ପରିବାର ଦାଦନ ଖଟି ଯାଇ କିଛି ରୋଜଗାର କରିବା ସ୍ଥାନରେ ନିର୍ଯାତନା ପାଇବା ମଧ୍ୟ ସାଧାରଣ ହୋଇଛି। ତେବେ ଏ ସମସ୍ୟା ସୁଧାରିବାକୁ ହେଲେ ଗରିବଙ୍କୁ ତାଙ୍କ ଭିଟାମାଟିରେ ରୋଜଗାର ଦେବା ଜରୁରୀ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details