ଓଡିଶା

odisha

ପୂର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ୩ ଗୁରୁତର

By ETV Bharat Odisha Team

Published : Jan 21, 2024, 11:33 AM IST

Group clash in Bhadrak: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ଅଧିନ ବାଲିଦାଣ୍ଡି ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ । ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

Group clash in bhadrak
ପୂର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

ପୂର୍ବ ଶତୃତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

ଭଦ୍ରକ: ପୂର୍ବ ଶତୃତାକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ଅଧିନ ବାଲିଦାଣ୍ଡି ଗାଁରେ ମରଣାନ୍ତକ ଆକ୍ରମଣ । ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଆହତମାନେ ରାହୁଲ ନାୟକ, ଦେବେନ୍ଦ୍ର ନାୟକ ଏବଂ ବିକ୍ରମ ନାୟକ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ତିନି ଜଣ ଯୁବକ ଗାଁ ଦାଣ୍ଡରେ ଛିଡା ହୋଇଥିଲେ । ସେହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅପରପକ୍ଷର 6 ଜଣ ଯୁବକ ଅତର୍କିତ ଭାବେ ସେମାନଙ୍କୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗାଁ ଲୋକେ ଏହା ଦେଖି ତାଜୁବ ହୋଇଯାଇଥିଲେ । ଦେଖଣାହାରି ସାଜିଥିବା ଗ୍ରାମବାସୀ କାଳ ବିଳମ୍ବ ନ କରି ଅପରପକ୍ଷଙ୍କ କବଳରୁ ଏହି ତିନି ଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ରାହୁଲ ନାୟକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ଜଣାଯାଇଛି । ଆକ୍ରମଣ ସମ୍ପର୍କରେ ପୀରହାଟ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ - ଗ୍ରାମରୁ ବାସନ୍ଦ ପରିବାରକୁ ସଂଘବଦ୍ଧ ଆକ୍ରମଣ, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ - କାର୍ତ୍ତିକେଶ୍ୱର ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର

ସେହିପରି ଅନ୍ୟପଟେ ଗତ ରାତିରେ ଆଉ ଏକ ଗୋଷ୍ଠୀ ବିବାଦ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଳିଆ ନାୟକ ଏବଂ ବଳିଆ ନାୟକ ନାମକ ଦୁଇ ଜଣଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏଥିସହିତ ମହିଳାମାନଙ୍କ ସହ ଅସଦାଚରଣ କରି ସେମାନଙ୍କଠାରୁ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଉଭୟ କାଳିଆ ଏବଂ ବଳିଆ ଗୁରୁତର ଭାବେ ଆହତ ହୋଇ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ କଟକ ବଡ ମେଡିକାଲକୁ ଚିକିତ୍ସିତ ହେବା ପାଇଁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details