ଓଡିଶା

odisha

ETV Bharat / state

ରାଣୀପଥର ଘାଟିରେ ଓଲଟିଲା OSRTC ବସ, 15 ଯାତ୍ରୀ ଆହତ - ରାଣୀପଥର ଘାଟି

Ranipathar Ghati Bus Accident: ଭାରସାମ୍ୟ ହରାଇ ରାଣୀପଥର ଘାଟିରେ ଓଲଟିଲା ବସ । ଫଳରେ 15 ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ଫୁଲବାଣୀରୁ ଅନୁଗୋଳ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ।

Etv Bharat
Etv Bharat

By ETV Bharat Odisha Team

Published : Mar 6, 2024, 11:10 AM IST

Updated : Mar 6, 2024, 1:02 PM IST

OSRTC ବସ

ବୌଦ୍ଧ: ଘାଟିରେ ଓଲଟିଲା ଓଏସ ଆରଟିସି(OSRTC) ବସ । ଆଜି(ବୁଧବାର) ସକାଳୁ ବସ୍‌ଟି ଫୁଲବାଣୀରୁ ଅନୁଗୋଳ ଆସୁଥିବା ବେଳେ ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ପୁରୁଣା କଟକ ଡାକ୍ତରଖାନା ପରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, OSRTCର ଏହି ବସଟି ପ୍ରାୟ 60 ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଭାରସାମ୍ୟ ହରାଇ ଅଚାନକ ରାଣୀପଥର ଘାଟିରେ ଓଲଟି ପଡିଛି । ଏଥିରେ 15 ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଉଦ୍ଧାରକାରୀ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ବସର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା । ବସର ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘାଟି ଉପରେ ଘଟିଥିବା କୁହାଯାଉଛି । ତେବେ ଆହତମାନଙ୍କୁ ଚାରିଛକ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଡ଼ାକ୍ତରଖାନା ଓ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ବୌଦ୍ଧର ସହକାରୀ ଜିଲ୍ଲାପାଳ ଥିବା ସୂଚନା ରହିଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଛି ।

ସେପଟେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ରେଢ଼ାଖୋଲରୁ ଏକ ଡାଲା ଅଟୋରେ ଫେରୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ 20 ଜଣ ଯାତ୍ରୀ ଆହତ ହୋଇଥିଲେ । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ଜନିତ ଘଟଣା ବଢିବାରେ ଲାଗିଛି । ଦ୍ରୁତ ଗାଡି ଚାଳନା ହେଉ ଅବା ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଦୁର୍ଘଟଣା ବଢିପାରେ ଲାଗିଛି । ପ୍ରତ୍ୟେକ ଦିନ ଦୁର୍ଘଟଣା ପାଇଁ ଅନେକ ଜୀବନ ଅକାଳରେ ଝଡି ଯାଉଛି । ପୂର୍ବରୁ ଯେଉଁ ଲୋକକଥା ରହିଛି ‘ଦ୍ରୁତ ଗତି ମହାବିପତ୍ତି’ ଏହା ମର୍ମକୁ ଗାଡି ଚାଳକ ମାନେ ବୁଝିବା ଆବଶ୍ୟକତା ରହିଛି । ଫଳରେ ଦୁର୍ଘଟଣାକୁ କେତେକ କ୍ଷେତ୍ରରେ ଟାଳି ଦିଆଯାଇପାରନ୍ତା ।

ଦୁର୍ଘଟଣା ସମ୍ପର୍କିତ ଖବର ନିମ୍ନରେ ଦିଆଗଲା:

Last Updated : Mar 6, 2024, 1:02 PM IST

ABOUT THE AUTHOR

...view details