ଓଡିଶା

odisha

ETV Bharat / state

ଅର୍ଦ୍ଧନିର୍ମିତ ଘରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ, ଖସିଗଲେ ଅପରାଧି - BOMBS DEFUSE

ଅର୍ଦ୍ଧନିର୍ମିତ ଘରେ ଚାଲିଥିବା ଅପରାଧିକ ଯୋଜନାକୁ ପଣ୍ଡ କଲା ବ୍ରହ୍ମପୁର ପୋଲିସ । ଜବତ ୭ଟି ବୋମାକୁ ଫୁଟାଇ କରାଗଲା ଡିଫ୍ୟୁଜ ।

ବୋମାକୁ ଫୁଟାଇ କରାଗଲା ଡିଫ୍ୟୁଜ୍
ବୋମାକୁ ଫୁଟାଇ କରାଗଲା ଡିଫ୍ୟୁଜ୍ (ETV Bharat Odisha)

By ETV Bharat Odisha Team

Published : Jan 11, 2025, 8:57 PM IST

ବ୍ରହ୍ମପୁର:ଚାଲିଥିଲା ଅପରାଧ ପାଇଁ ଯୋଜନା । ଯୋଜନାକୁ ଫସର ଫଟାଇଲା ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ ଅଞ୍ଚଳରେ ଏକ ଅର୍ଦ୍ଧନିର୍ମିତ ଘରେ ଚାଲିଥିଲା ଅପରାଧ ଯୋଜନା । ହେଲେ ଠିକଣା ସମୟରେ ପହଞ୍ଚି ଯାଇଥିଲା ପୋଲିସ । ପୋଲିସକୁ ଦେଖି 4 ଅପରାଧୀ ଫେରାର ହୋଇଯାଇଥିବା ବେଳେ ଜଣେ ଧରାପଡିଛି । ଏଥିସହ ସାତଟି ବୋମା ରହିଥିବା ଏକ ବ୍ୟାଗ ଜବତ କରିଥିଲା । ଯାହାକୁ ପରେ ଫୁଟାଇ ଡିଫ୍ୟୁଜ କରିବାରେ ସକ୍ଷମ ହୋଇଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ ।


ଘଟଣା ରହିଥିଲା ଏପରି:

ବୋମାକୁ ଫୁଟାଇ କରାଗଲା ଡିଫ୍ୟୁଜ୍ (ETV Bharat Odisha)

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖଜୁରିଆ ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଘରେ କିଛି ଅପରାଧିକ କାର୍ଯ୍ୟକଳାପ ଚାଲୁଥିବା ଖବର ପାଇ ହଠାତ୍ ଅତର୍କିତ ଭାବରେ ଚଢାଉ କରିଥିଲେ ବୈଦ୍ୟନାଥପୁର ଥାନା ପୋଲିସର ପାଟ୍ରୋଲିଂ କରୁଥିବା ଟିମ୍ । ଗତକାଲି ରାତିରେ ବ୍ରହ୍ମପୁର ପୋଲିସର ପାଟ୍ରୋଲିଂ ଟିମ ସହରର ବିଭିନ୍ନ ସ୍ଥାନ ପାଟ୍ରୋଲିଂ କରୁଥିବା ସମୟରେ ଖଜୁରିଆ ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଘରେ କିଛି ଅସାମାଜିକ ବ୍ୟକ୍ତି ଆଡ୍ଡା ମାରି କିଛି ଯୋଜନା କରୁଥିବା ଖବର ମିଳିଥିଲା । ଏହି ଖବର ପାଇବା ପରେ ଅତର୍କିତ ଚଢ଼ାଉ କରିଥିଲା ପୋଲିସ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଥିବା ବେଳେ ସେଠାରେ ଛାଡି ଯାଇଥିଲେ ୭ଟି ବୋମା ରହିଥିବା ଏକ ବ୍ୟାଗକୁ । ପୋଲିସ ଯାଞ୍ଚ କରିବା ପରେ ବ୍ୟାଗରେ ୭ଟି ବୋମା ରହିଥିବା ଜଣାପଡିବା ପରେ ତାହାକୁ ଜବତ କରି ନିଷ୍କ୍ରିୟ କରିଥିଲା ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପୋଲିସ ଟିମ୍ ।

କିପରି ଡିଫ୍ୟୁଜ୍ କଲେ ପୋଲିସ ଟିମ:

ବୋମାକୁ ଫୁଟାଇ କରାଗଲା ଡିଫ୍ୟୁଜ୍ (ETV Bharat Odisha)

ବ୍ରହ୍ମପୁର ପୋଲିସ ପାଇଥିଲା ୭ ଗୋଟି ସୁତୁଲିରେ ପ୍ରସ୍ତୁତ ହୋଇଥିବା ହାତ ତିଆରି ବୋମା । ମୁଖ୍ୟତଃ ଏହି ବୋମା ବିସ୍ପୋରଣ ହେଲେ ବହୁତ ଧୂଆଁ ବାହାରିବା ସହିତ ବହୁ ଜୋରରେ ଶବ୍ଦ ହୋଇଥାଏ । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ୍ ଏମ୍ କହିଛନ୍ତି‘ସାତୋଟି ହାତବୋମା ଗୋଟିଏ ସ୍ଥାନରୁ ଜବତ ହେବା ପରେ ଗତକାଲି ରାତି ତମାମ ପୋଲିସ ଏହାକୁ ସତର୍କତାର ସହିତ ଜଗି ରହିବା ସହିତ ଶନିବାର ପୋଲିସର ବୋମା ନିଷ୍କ୍ରିୟକାରୀ ଟିମ୍ ଏହାକୁ ଅତ୍ୟନ୍ତ ସତର୍କତାର ସହକାରେ ବୋମା ମିଳିଥିବା ସ୍ଥାନ ନିକଟର ଅନତି ଦୂରରେ ଏହାକୁ ଡିଫ୍ୟୁଜ କରାଯିବାକୁ ସ୍ଥିର କରାଯାଇଥିଲା । ଡିଫ୍ୟୁଜ୍ କରିବା ପାଇଁ ରହିଥିବା ସ୍ଥାନ ଖୋଲା ଅଞ୍ଚଳ ରହିଥିବା ଯୋଗୁଁ ସ୍ୱତନ୍ତ୍ର ଟିମ୍ ସମସ୍ତ ବୋମାକୁ ଗୋଟିଏ ସ୍ଥାନରେ ରଖି ପୂର୍ବରୁ ନେଇଥିବା ତାଲିମ ଅନୁଯାୟୀ କେତେକ ଆବଶ୍ୟକିୟ ସାମଗ୍ରୀକୁ ବ୍ୟବହାର କରି ତାହାକୁ ଫୁଟାଇ ଦିଆଯାଇ ଡିଫ୍ୟୁଜ୍ କରାଯାଇଛି ।’

ଖସିଗଲେ ଚାରି ଅପରାଧି,ଜଣେ ଅଟକ:

ବୋମାକୁ ଫୁଟାଇ କରାଗଲା ଡିଫ୍ୟୁଜ୍ (ETV Bharat Odisha)

ଘଟଣାସ୍ଥଳରୁ ପୋଲିସର ଚତାଉ ସମୟରେ ଚାରି ଜଣ ଅପରାଧି କୌଶଳକ୍ରମେ ଖସିଯାଇଥିବା ବେଳେ ବ୍ରହ୍ମପୁର ପୋଲିସ ହାତରେ ଧରାପଡିଛି ଜଣେ ଯୁବକ । ଅଟକ ଯୁବକକୁ ନେଇ ପୋଲିସ ପକ୍ଷରୁ ଘଟଣା ସମ୍ପର୍କରେ ପଚାରା ଉଚରା କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅଟକ ଯୁବକଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ତାର ଅପରାଧିକ ତାଲିକା ରହିଥିବା କୁହାଯାଇଛି । ଗତ କିଛି ଦିନ ଧରି ଫେରାର ଏବଂ ଧରାପଡିଥିବା ବ୍ୟକ୍ତିବିଶେଷ ମାନେ ଆଡ୍ଡା କରି ଆସୁଥିବା ପୋଲିସ ଖବର ପାଇ ସେହି ସୂଚନା ମୁତାବକ ଚଢାଉ କରିଥିଲା ବୋଲି କୁହାଯାଇଛି ।

ବୋମାକୁ ଫୁଟାଇ କରାଗଲା ଡିଫ୍ୟୁଜ୍ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ରାଜଧାନୀରେ ସିରିଜ ବୋମାମାଡ, ଥରିଲା ବାପୁଜୀନଗର-ଶିଶୁଭବନ - bomb blast in Bhubaneswar

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ PMS

RTO ଭୟ ଦେଖାଇ ଆଦାୟ କରୁଥିଲେ ବେଆଇନ ଅର୍ଥ, ଧରାପଡିଲେ ଦୁଇ ପରିବହନ ଅଧିକାରୀ

ପୋଲିସର ଅଧିକ ଖୋଳତାଡ ଜାରି:

ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସର ଚଢାଉ ସମୟରେ ସାତୋଟି ବୋମା ଜବତ ହେବା ଏବଂ ପୋଲିସ ସମସ୍ତ ବୋମାକୁ ଡିଫ୍ୟୁଜ୍ କରିଦେବା ସହିତ ଘଟଣାସ୍ଥଳରୁ ଚାରି ଜଣ ଫେରାର ହୋଇଯିବା ଘଟଣାକୁ ନେଇ ପୋଲିସ ପକ୍ଷରୁ ଘଟଣାର ଅଧିକ ଖୋଳତାଡ ଜାରି ରଖିଛି । ପରିତ୍ୟକ୍ତ ଘରଟି କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଏବଂ କେଉଁ ମାନେ ସେଠାରେ ଆଡ୍ଡା ଜମାଇ ଆସୁଥିଲେ ତାହାକୁ ନେଇ ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ସେପଟେ ବ୍ରହ୍ମପୁର ପୋଲିସ ପକ୍ଷରୁ ଅଧିକା ପାଟ୍ରୋଲିଂ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତେକ ଥାନାକୁ ନୂତନ ଗାଡି ଯୋଗାଇ ଦେଉଥିବା ଯୋଗୁଁ ଏହା ଆହୁରୀ ଅଧିକ ମାତ୍ରାରେ ସହାୟକ ହେବା ବୋଲି କୁହାଯାଇଛି ।

ବୋମା ଆସିଲା କେଉଁଠୁ ?

ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ ସାତୋଟି ବୋମା ଜବତ ହେବା ଘଟଣା ପରେ ଏହି ବୋମା ଆସିଲା କେଉଁଠୁ । ଏହାକୁ ପରିତ୍ୟକ୍ତ ଘରେ ପ୍ରସ୍ତୁତ କରାଯାଇ ରଖାଯାଇଥିଲା ନାଁ କେଉଁଠୁ ଏହାକୁ କ୍ରୟ କରି ଅଣାଯାଇଥିଲା । ଏହି ସମସ୍ତ ଘଟଣାକୁ ନେଇ ଅଧିକ ଖୋଳତାଡ କରୁଛି ବ୍ରହ୍ମପୁର ପୋଲିସ ପୋଲିସ । ସେପଟେ ସହରରେ କିଛି ଅପରାଧ ଘଟାଇବା ନେଇ ଯୋଜନା କରାଯାଉଥବା ଏକ ବଡ଼ ଅପରାଧିକ କାର୍ଯ୍ୟ ପୂର୍ବରୁ ତାହାକୁ ରୋକିବାରେ ପୋଲିସ ସଫଳ ହୋଇଛି ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details