ଓଡିଶା

odisha

ETV Bharat / state

ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ, 5 ଲକ୍ଷରୁ 20 ଲକ୍ଷକୁ ବଢିବ ବୀମା ! - journalist health insurance - JOURNALIST HEALTH INSURANCE

congress mla tara bahanipati demands journalist health-insurance-coverage-limit-to be raised from -rs-5-lakh to 20 lakh: ସାମ୍ବାଦିକଙ୍କ ସମର୍ଥନରେ ବାହାରିଲା କଂଗ୍ରେସ । ଦଳିୟ ବିଧାୟକ ଦାବି କଲେ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ରାଶିରେ ବୃଦ୍ଧି ହେଉ । 5 ଲକ୍ଷରୁ 20 ଲକ୍ଷ ହେଉ ବୀମା ରାଶି । ଅଧିକ ପଢନ୍ତୁ

ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ
ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ (ETV Bharat Odisha)

By ETV Bharat Odisha Team

Published : Aug 20, 2024, 8:35 PM IST

ଭୁବନେଶ୍ବର:ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ । ସାମ୍ବାଦିକଙ୍କ ସମର୍ଥନରେ ବାହାରିଲା କଂଗ୍ରେସ । ସାମ୍ବାଦିକମାନଙ୍କ ଜୀବନ ବୀମା କଥା ଉଠାଇଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କୁ ନିବେଦନ କଲେ କଂଗ୍ରେସ ସଦସ୍ୟ ତାରା ବାହିନୀପତି । କହିଲେ, ଆପଣଙ୍କ ଜରିଆରେ ଗୃହକୁ ନିବେଦନ କରିବି ସାମ୍ବାଦିକଙ୍କ ପାଇଁ ଦୁଇଟି ଦାବି ପୂରଣ କରାଯାଉ । ପୂର୍ବ ସରକାରର ଥିବା 5 ଲକ୍ଷ ବୀମା ରାଶି କୁ ବୃଦ୍ଧି କରି 20 ଲକ୍ଷ ଟଙ୍କା ଇନ୍ସସୁରାନ୍ସ କରାଯାଉ । ପୁରୁଣା ଜୀବନ ବୀମାକୁ ରିନିୟୁ କରାଯାଉ।

ଅଧିକ ପଢନ୍ତୁ- ଦୋକାନୀଙ୍କୁ ସରକାରଙ୍କ ତାଗିଦ୍; ଆଳୁ ମହଜୁଦ ରହିଲେ ହେବ କାର୍ଯ୍ୟାନୁଷ୍ଠାନ, ଆସିବ ନୂଆ ଅବକାରୀ ନୀତି - Potato crisis in Odisha


ଏହାସହିତ ଲବିକୁ ଆସିବାପାଇଁ ଅନୁମତି ଦିଆଯାଉ । ପୂର୍ବରୁ ସାମ୍ବାଦିକ ମାନଙ୍କୁ ଲବିରେ ବସିବା ପାଇଁ ବ୍ୟବସ୍ଥା ଥିଲା, ଏବେ ଏହାକୁ ବନ୍ଦ କରାଯାଇଛି । ସେଥିପାଇଁ ମୁଁ ଦାବି କରୁଛି ପୁନର୍ବାର ସାମ୍ବାଦିକ ମାନଙ୍କୁ ଲବିକୁ ଅନୁମତି ପ୍ରଦାନ କରାଯାଉ । ସୂଚନା ଥାଉ କି ନବୀନ ସରକାରରେ ସାମ୍ବାଦିକ ମାନଙ୍କୁ 5 ଲକ୍ଷ ଟଙ୍କା ଜୀବନ ବୀମା ପ୍ରଦାନ କରାଯାଉଥିଲା । ଚଳିତ ମାସ 31 ତାରିଖରେ ଏହି ବୀମା ଅବଧି ଶେଷ ହେଉଛି ।

ଏହା ସହିତ ଆଜି ଗୃହରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି-

ଖାଲି ସହର ନୁହେଁ ଏଣିକି ଗାଁରେ ବି ସଂଗ୍ରହ ହେବ ବର୍ଜ୍ୟବସ୍ତୁ, ସ୍ୱଚ୍ଛତା ଉପରେ ଗୁରୁତ୍ୱ-

ଫୋକସରେ ବର୍ଜ୍ୟବସ୍ତୁ ପରିଚାଳନା । ସହର ଭଳି ଗ୍ରାମାଞ୍ଚଳ ରେ ବି ସଂଗ୍ରହ ହେବ ବର୍ଜ୍ୟ ବସ୍ତୁ । କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ଆବର୍ଜନା ସଂଗ୍ରହ ପାଇଁ ରହିଛି ବ୍ୟବସ୍ଥା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ଆମ ଓଡ଼ିଶା ନବୀନ ଓଡିଶା ପ୍ରକଳ୍ପ ଜଲଦି ଶେଷ କର-

ଆମ ଓଡ଼ିଶା ନବୀନ ଓଡିଶା ଅଧୀନରେ ଚାଲିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ପଶୁପକ୍ଷୀ ଗଣନା ନେଇ ଜଙ୍ଗଲ ମନ୍ତ୍ରୀଙ୍କ ଉତ୍ତର

୨୦୨୪ ମସିହାରେ କରା ଯାଇଥିବା ପଶୁ ପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକା ରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆ ରେ ୯୭, ଶିମିଳିପାଳ ରେ ୭୬, ଘୋଡ଼ହାଡ଼ ଡ୍ୟାମ ରେ ୮୪ ଗୋ ମୁହାଁ କୁମ୍ଭୀର ଅଛନ୍ତି । ସେହିପରି ମହାନଦୀ ରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି, ଗହୀରମଥା ରେ ୩.୦୧ ଲକ୍ଷ ଅଲିଭ ରିଡେଲ କଇଁଛ ଋଷିକୂଲ୍ୟା ନଦୀ ମୁହାଣ ରେ ବର୍ତ୍ତମାନ ସୁଦ୍ଧା ଗଣ ଅଣ୍ଡାଦାନ ହୋଇ ନାହିଁ । ଚିଲିକା ସହ ସମସ୍ତ ସମୁଦ୍ରିକ ଅଞ୍ଚଳରେ ୭୪୩ ଡ଼ଲଫିନ ଅଛନ୍ତି । ସାରା ରାଜ୍ୟରେ ୨୦୯୮ ହାତୀ ଓ ୨୭ ବାଘ ଅଛନ୍ତି । ଚିଲିକା ହ୍ରଦ ରେ ୧୦୮ ପ୍ରଜାତି ର ୧୦.୯୯ ଲକ୍ଷ ବେଦିଶା ଗତ ପକ୍ଷୀ, ଭିତରକନିକା ରେ ୧୨୧ ପ୍ରଜାତି ର ୧.୫୧ ଲକ୍ଷ ବିଦେଶାଗତ ପକ୍ଷୀ ଓ ହୀରାକୁଦ ରେ ୧୧୩ ପ୍ରଜାତି ର ୩.୪୨ ଲକ୍ଷ ବିଦେଶାଗତ ପକ୍ଷୀ ଅଛନ୍ତି । ଗୃହରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ରାଜ୍ୟର ପ୍ରଦୂଷିତ ସହର ତାଳଚେର

ରାଜ୍ୟର ପ୍ରଦୂଷିତ ସହର ତାଳଚେର । ଅନୁଗୁଳ ଜିଲ୍ଲାର ତାଳେଚେର ସୁପର ଥର୍ମାଲ ପାୱାର ଷ୍ଟେସନ, ଏନଟିପିସି କଣିଆ ଓ ଅନୁଗୁଳର ନାଲୋକୋ ଜଳ ଓ ବାୟୁ ପ୍ରଦୂଷଣର ସର୍ତ୍ତାବଳି ଖିଲାପ କରିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ର ଏହା ନଜର କୁ ଆସିଛି । ତୁରନ୍ତ ନିରାକରଣ ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଗୃହରେ ଉତ୍ତର ରଖିଲେ ଗଣେଶ ରାମ ସିଂ ଖୁଣ୍ଟିଆ ।

ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଉତ୍ତର

ରାଜ୍ୟକୁ ବାତ୍ୟା, ବନ୍ୟା ଓ ସମୁଦ୍ରକୂଳ କ୍ଷୟ ଜନିତ ବିପଦରୁ ରକ୍ଷା କରିବା ପାଇଁ ଗତ 3 ବର୍ଷ ମଧ୍ୟରେ 1234 ହେକ୍ଟର ଲୁଣ ଜଙ୍ଗଲ / ହେନ୍ତାଳ ବନ ଏବଂ 226 ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି । ଚଳିତ 2024-25 ଆର୍ଥିକ ବର୍ଷରେ 72 ହେକ୍ଟର ପରିମିତ ଉପକୂଳ ଅଞ୍ଚଳରେ ଝାଉଁବଣ ସୃଷ୍ଟି କରାଯାଉଛି । ପରବର୍ତ୍ତୀ ସମୟରେ ମଧ୍ଯ ଝାଉଁ ଓ ହେନ୍ତାଳ ବନ ଏହି ବିଭାଗ ଦ୍ବାରା ପର୍ଯାୟ କ୍ରମେ ସୃଷ୍ଟି କରା‌ଯିବ । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ମାଙ୍କଡ ଙ୍କ ଉପରେ ନଜର ରଖିବେ ମଙ୍କି ସ୍କ୍ୱାର୍ଡ

ମାଙ୍କଡ ଉପଦ୍ରବ କମାଇବା ପାଇଁ ମଙ୍କି ସ୍କ୍ୱାର୍ଡ ଗଠନ କରିବେ ସରକାର । ସମ୍ବେଦନଶୀଳ ବନଖଣ୍ଡ ମାନଙ୍କରେ ମଙ୍କି ସ୍କ୍ୱାର୍ଡ ଗଠନ କରିବାକୁ ଯୋଜନା କରାଯାଇଛି । ଏହାସହ ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ Ultrasonic monkey repeller mechine ସାହାଯ୍ୟରେ anti depredation team ପ୍ରତ୍ୟେକ ବନଖଣ୍ଡରେ ମାଙ୍କଡ ଘଉଡ଼ାଇବା ପାଇଁ ସାହାଯ୍ୟ କରୁଛନ୍ତି । ବିପଦ ସୃଷ୍ଟିକାରୀ ମାଙ୍କଡ ମାନଙ୍କୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛଡା ଯାଉଛି । ଆବଶ୍ୟକ ସ୍ଥଳେ ଅଭିଜ୍ଞ ମଙ୍କଡିଆ ମାନଙ୍କର ସାହାଯ୍ୟ ନେଉଛି ବନ ବିଭାଗ ।

ରାଜ୍ୟର ବିଭିନ୍ନ ଜନ ଗହଳି ସ୍ଥାନ ଗୁଡିକରେ cage ଏବଂ plastic ଜାଲର ବ୍ୟବହାର କରାଯାଉଛି । Monkey scaring canon device ମାଙ୍କଡ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଉଛି । ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details