ଓଡିଶା

odisha

ETV Bharat / state

୧୮ରୁ ଖୋଲିବ ସ୍କୁଲ, କ୍ୟାମ୍ପସକୁ ପରିଷ୍କାର କରିବାକୁ ଆସିଲା ନିର୍ଦ୍ଦେଶ - ODISHA SCHOOL REOPEN

School Reopen On June 18: ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ୧୮ତାରିଖରୁ ସ୍କୁଲ ଖୋଲିବ । ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ପରିଷ୍କାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 9, 2024, 5:56 PM IST

School Reopen On June 18
School Reopen On June 18 (ETV Bharat Odisha)

ଭୁବନେଶ୍ବର: ସରିବାକୁ ଯାଉଛି ଖରାଦିନ ଛୁଟି । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ୧୮ତାରିଖରୁ ସ୍କୁଲ ଖୋଲିବ । ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ । ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ । ଏହାସହ ଦିନକ ପୂର୍ବରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ବାର୍ଷିକ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ୧୮ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବ ।

ଏହା ମଧ୍ୟ ପଢନ୍ତୁ ...ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଟି ସାର୍ଟ ଓ ପ୍ୟାଣ୍ଟ, ସ୍କୁଲରେ ହେବ 'ହାଉସ ବ୍ୟବସ୍ଥା' - Free Uniforms For School Students

ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୮ ଦିନ ଥିବାବେଳେ ବିଭାଗୀୟ ସଚିବ ଅଶ୍ବଥି ଏସ୍‌. ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଛନ୍ତି । ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସକୁ ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରିବାକୁ କହିଛନ୍ତି । ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇଣ୍ଟରନେଟ୍ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲା ଶିକ୍ଷାଧିକରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ ୧୭ ତାରିଖ ଦିନ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ରୋଷେୟା ଓ ସହାୟକ କାର୍ଯ୍ୟରେ ଯୋଗଦେବେ । ସ୍କୁଲରେ ସ୍ବଚ୍ଛତା ନେଇ ସମସ୍ତ କାର୍ଯ୍ୟ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ୧୭ ତାରିଖରେ ଜିଲ୍ଲା ଏବଂ ରାଜ୍ୟ ଯାଞ୍ଚ ଟିମ ସ୍କୁଲ ପରିଦର୍ଶନ କରିବେ । ସୂଚନା ଅନୁଯାୟୀ, ରାଜ୍ୟରେ ଅତ୍ୟଧିକ ଖରା ପାଇଁ ରାଜ୍ୟ ସରକାର ୧୦ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୨୫ ତାରିଖରୁ ଖରା ଛୁଟି ଘୋଷଣା କରାଯାଇଥିଲା । ଏପ୍ରିଲ ମଧ୍ୟ ଭାଗରେ ଅତ୍ୟଧିକ ଖରା ପାଇଁ ସକାଳୁଆ ସ୍କୁଲ କରାଯାଇଥିଲା । ଏହା ସହ ପିଲାମାନଙ୍କର ସ୍ବାସ୍ଥ୍ୟକୁ ଗୁରୁତ୍ଵ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details