ଭୁବନେଶ୍ବର:ବିଜେପିକୁ ଭେଟି ମତାମତ ଦେଲେ ସାମାଜିକ ସଂଗଠନ । ପରିବେଶ ପରିବର୍ତ୍ତନ ଉପରେ କାମ କରୁଥିବା ସଂଗଠନ ପକ୍ଷରୁ ମତାମତ ଦିଆୟାଇଛି । ଏନେଇ ରାଜ୍ୟ ବିଜେପି ସଂକଳ୍ପ ପତ୍ର କମିଟି ମୁଖ୍ୟ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ପରିବେଶ ସୁରକ୍ଷା ପାଇଁ ମୋଦି ସରକାର ଅନେକ ଯୋଜନା କରିଛନ୍ତି । 'କ୍ଲାଇମେଟ୍ ଚେଞ୍ଜ ଇନ୍ ଇଲେକ୍ସନ ମାନିଫଷ୍ଟୋ ନାଁ'ରେ ଏକ ପରାମର୍ଶ ପୁସ୍ତିକା ବିଜେପିକୁ ଦେଇଛନ୍ତି ସାମାଜିକ ସଂଗଠନର ସଦସ୍ୟ । ଏହି ମତାମତକୁ ବିଜେପି ଆଗାମୀ ଦିନରେ ସଂକଳ୍ପ ପତ୍ରରେ ସାମିଲ କରିବା ପାଇଁ ଅନୁଧ୍ୟାନ କରୁଛି ।" ବିଜେପି ବିକଶିତ ଭାରତ ଗଠନ ପାଇଁ ଚିନ୍ତା କରୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କ ସହ ଚର୍ଚ୍ଚା ଆଲୋଚନା ଆରମ୍ଭ କରିଛି । ସମସ୍ତେ ସଂକଳ୍ପ ପତ୍ର ପାଇଁ ନିଜ ମତାମତ ଦିଅନ୍ତୁ ବୋଲି ନିବେଦନ କରିଛି ବିଜେପି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି । "ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପାଳନ କରିଛନ୍ତି । ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବା ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଙ୍କ ଗ୍ୟାରେଣ୍ଟି । ଆଗାମୀ ୨୫ ବର୍ଷରେ ଭାରତକୁ ବିଶ୍ୱଦରବାରରେ ଛିଡା କରାଇବା ଲକ୍ଷ୍ୟରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି" ବୋଲି କହିଛି ବିଜେପି।