ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ମୃତ - ମହାବଳ ବାଘ ମୃତ

Royal Bengal Tiger Found Dead: ଶିମିଳିପାଳ ଅଭୟାରଣ୍ୟରେ ଏକ ମହାବଳ ବାଘର ମୃତ୍ୟୁ ହୋଇଛି । ମୃତ ମହାବଳ ବାଘର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୁବନେଶ୍ୱରସ୍ଥିତ ଓୟୁଏଟି ପଠାଯାଇଛି । ଅଧିକ ପଢନ୍ତୁ

Royal Bengal Tiger Found Dead
Royal Bengal Tiger Found Dead

By ETV Bharat Odisha Team

Published : Feb 8, 2024, 3:12 PM IST

ରାଇରଙ୍ଗପୁର:ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ମୃତ୍ୟୁ । କିଭଳି ଓ କେଉଁ ପରିସ୍ଥିତିରେ ବାଘର ଜୀବନ ଯାଇଛି ସେନେଇ ବନ ବିଭାଗ ତଦନ୍ତ ଜାରି ରଖିଛି । ହେଲେ ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ମୃତ ମହାବଳ ବାଘର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୁବନେଶ୍ୱରସ୍ଥିତ ଓୟୁଏଟି ପଠାଯାଇଛି । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ନଅଣା ରେଞ୍ଜ ଅଧିନରେ ଘଟିଛି ଏଭଳି ଘଟଣା । ଡୁଡୁରଚମ୍ପା ଅଞ୍ଚଳରୁ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି । ବାରିପଦା ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗୀନେନୀଙ୍କ ସୂଚନା ଅନୁଯାୟୀ, ଗତ ୫ ତାରିଖ ଦିନ ବନବିଭାଗ ପକ୍ଷରୁ ଡୁଡୁରଚମ୍ପା ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ଏକ ମହାବଳ ବାଘର ମୃତଦେହ ଦେଖିବାକୁ ପାଇଥିଲେ ବନବିଭାଗ କର୍ମଚାରୀ । ଏ ସମ୍ପର୍କରେ ବନବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଖବର ଦେବାରୁ ଘଟଣାସ୍ଥଳରେ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଅପରପକ୍ଷରେ, ମୃତଦେହ ଠାବ କରିବାର ଦୁଇ ଦିନ ପୂର୍ବରୁ ମହାବଳ ବାଘଟିର ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରୁଛି ବନବିଭାଗ। ତେବେ ମହାବଳ ବାଘଟିର ବୟସ ପାଖାପାଖି ସାଢ଼େ ୩ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଏହାସହ ବାଘଟିର ସ୍ବାଭାବିକ ମୃତ୍ୟୁ ହୋଇଥିବା ବନବିଭାଗ ଅନୁମାନ କରୁଥିଲେ ସୁଦ୍ଧା ଅଧିକ ତଦନ୍ତ ଜାରି ରଖିଛି । ସେପଟେ ବନବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମହାବଳ ବାଘଟିର ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ହାଡ଼ ଓ ଭିସେରା ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି । ତେବେ ମହାବଳ ବାଘର ମୃତ୍ୟୁର କାରଣ ବର୍ତ୍ତମାନସୁଦ୍ଧା ଅସ୍ପଷ୍ଟ ରହିଛି।

ଏହା ମଧ୍ୟ ପଢନ୍ତୁ...ଶିମିଳିପାଳରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର, ଦାନ୍ତ ଚୋରି ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ

ଏହା ମଧ୍ୟ ପଢନ୍ତୁ...ଅନୁଗୋଳରେ ଅସୁରକ୍ଷିତ ବାଘ ! କଲରାପତରିଆର ଗଳିତ ମୃତଦେହ ଉଦ୍ଧାର

ଗତ ନଭେମ୍ବର ମାସରେ ଏକ ଦନ୍ତା ହାତୀର ମୃତଦେହ ଶିମିଳିପାଳ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ମୃତହାତୀର ଦାନ୍ତ କେହି କାଟି ନେଇଥିବା ସନ୍ଦେହ କରାଯାଉଥିଲା । ଏପରିକି ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଇଥିବା ନେଇ ବନବିଭାଗ ପକ୍ଷରୁ କୁହାଯାଇଥିଲା । ଦିନକୁ ଦିନ ଶିମିଳିପାଳ ଜଙ୍ଗଲରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଏଠାରେ ଅନେକ ଜୀବଜନ୍ତୁଙ୍କ ଜୀବନ ଯାଉଥିବାବେଳେ ଏଭଳି ସ୍ଥିତିରେ ମହାବଳ ବାଘ ମୃତ୍ୟୁକୁ ନେଇ ସନ୍ଦେହ ବଢିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details