ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / state

5 ପୂର୍ବରୁ ସରିବ ଟ୍ବିନସିଟି ରାସ୍ତା କାମ, କଡ଼ା ନିର୍ଦ୍ଦେଶ ଦେଲେ ପୂର୍ତ୍ତ ମନ୍ତ୍ରୀ - Road Repair Work

Road Repair Work To Be Completed Soon: ଦଶହରା ପୂର୍ବରୁ ସରିବ ଟ୍ବିନସିଟିର ସମସ୍ତ ରାସ୍ତା କାମ । ଏଥିପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଅଧିକ ପଢନ୍ତୁ

Road Repair Work
Road Repair Work (ETV Bharat Odisha)

ଭୁବନେଶ୍ବର:ଦଶହରା ପୂର୍ବରୁ ସରିବ ରାସ୍ତା କାମ । ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଅକ୍ଟୋବର ୫ ସୁଦ୍ଧା ଦ୍ୱୈତନଗରୀର ସମସ୍ତ ରାସ୍ତା ଶେଷ କରିବା ଉପରେ ପୂର୍ତ୍ତମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିମ୍ନମାନର କାର୍ଯ୍ୟ ହେଲେ ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପେଭର ଏଜେନ୍ସିକୁ କାର୍ଯ୍ୟରେ ଲଗାଇବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଯନ୍ତ୍ରୀ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

5 ସୁଦ୍ଧା ସରିବ କାମ:

Road Repair Work Meeting (ETV Bharat Odisha)


ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଅକ୍ଟୋବର ୫ ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ । ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା ଆଉ ଅଳ୍ପଦିନ ଥିବାରୁ ଯୁଧ୍ୟକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ବିଭାଗ ପକ୍ଷରୁ ତଦାରଖ କମିଟି ଯାଞ୍ଚ କରିବେ । ନିମ୍ନମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଟକରେ 2ଟା ଡିଭିଜନ ଏବଂ ଭୁବନେଶ୍ୱରରେ 5 ଟି ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି ।

Road Repair Work Meeting (ETV Bharat Odisha)
ଏହା ବି ପଢନ୍ତୁ...ଆସୁଛି ପାର୍ବଣ ଋତୁ, ଅକ୍ଟୋବର ୫ ସୁଦ୍ଧା ସମସ୍ତ ରାସ୍ତା କାମ ସାରିବା ପାଇଁ ମନ୍ତ୍ରୀଙ୍କ ତାଗିଦ୍‌ - Repair Road In Town Cities
ଏହା ବି ପଢନ୍ତୁ...ପୂଜାରେ ମଦ ମୁକ୍ତ ଭସାଣି, ବାଜିବନି DJ, ପୁଷ୍ପାଞ୍ଜଳିରେ ଶପଥ ନେବେ କମିଟି - Meeting For Dussehra
ଏହା ବି ପଢନ୍ତୁ...ପିସି ପାଇଁ ପାଣିରେ ପଡିଲା କୋଟି କୋଟି ଟଙ୍କା ! ରାସ୍ତା କାମ ନସରୁଣୁ ଅବସ୍ଥା ବେହାଲ, ଧାନତଳି ରୋଇ ପ୍ରତିବାଦ

କଡା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ:

Road Repair Work Meeting (ETV Bharat Odisha)


ସ୍ଥାନୀୟ ନିର୍ମାଣ ସୌଧଠାରେ ଅନୁଷ୍ଠିତ ଏହି ବୈଠକରେ ଇଆଇସି (ସିଭିଲ୍)ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟଯନ୍ତ୍ରୀ ବିଶିଷ୍ଟ ପଟ୍ଟନାୟକ ଏବଂ ଧ୍ୟାନଚାନ୍ଦ ନାୟକଙ୍କ ସମେତ କଟକ ଓ ଭୁବନେଶ୍ୱର ଅଞ୍ଚଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ । ରାସ୍ତା ନିର୍ମାଣରେ ବ୍ୟବହୃତ ପେଭର ମେସିନ୍‌ର ଅଭାବ ପୂରଣ କରିବା ପାଇଁ ଏଜେନ୍ସି ସହିତ ଯୋଗାଯୋଗ କରି ମରାମତି କାର୍ଯ୍ୟ ତ୍ୱରାନ୍ୱିତ୍ୱ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଜନ ଅସନ୍ତୋଷକୁ ବରଦାସ୍ତ କରାଯିବନାହିଁ । ତେଣୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ହୋଇ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Road Repair Work Meeting (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...Cuttack City Problems: ସହରର ସମସ୍ୟାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ, ତୁରନ୍ତ ମୌଳିକ ସମସ୍ୟା ପୂରଣ କର ନଚେତ୍‌ କାର୍ଯ୍ୟାନୁଷ୍ଠାନ - Orissa High Court

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details