ଭୁବନେଶ୍ବର:ରାଜ୍ୟରେ ପ୍ରବଳ ବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ସ୍ଥିତି ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜୀବ ଭବନ ସ୍ଥିତ ‘ଏସଆରସି’ କାର୍ଯ୍ୟାଳୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ସମେତ ସାରା ରାଜ୍ୟରେ ବର୍ଷା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ସହ ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
- ସଫଳତାର ସହ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ:
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,"ଲଘୁଚାପ ପ୍ରଭାବରେ ରାଜ୍ୟର 30 ଜିଲ୍ଲାରେ ବର୍ଷା ହୋଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିଛି । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ 6ଟି ଓଡ୍ରାଫ ଓ 5 ଅଗ୍ନିଶମ ଟିମ୍ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ । ପାଣି ରାସ୍ତାରେ ଚାଲିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ପ୍ରଭାବିତ ହୋଇଥିଲା । ବର୍ଷା ସତ୍ତ୍ବେ କାହାର ମୃତ୍ୟୁ ହୋଇନାହିଁ । ସଫଳତାର ସହ ‘ଓଡ୍ରାଫ’ ଟିମ୍ ଉଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ, ଏସଆରସି, ଜିଲ୍ଲା ପ୍ରଶାସନ, ଫାୟାର ସର୍ଭିସଙ୍କ ଉଦ୍ୟମ ପ୍ରଶଂସନୀୟ । ଉଦ୍ଧାର କାର୍ଯ୍ୟରେ 80ଟି ବୋଟ ନିୟୋଜିତ ହୋଇଥିଲା । ସାହାଯ୍ୟ ପାଇଁ ‘ଏନଡିଆରଏଫ’ ମଧ୍ୟ ପ୍ରସ୍ତୁତ ଥିଲେ । କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ସଚିବଙ୍କ ସହିତ ରାଜ୍ୟ ଅତିରିକ୍ତ ଶାସନ ସଚିବ କଥା ହୋଇଥିଲେ । ‘ବିଏସଏଫ’କୁ ଷ୍ଟାଣ୍ଡବାଇ ମୋଡରେ ରଖାଯାଇଥିବା ସହ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ଦରକାର ପଡିଥିଲେ ଏମାନଙ୍କ ସହଯୋଗ ଲୋଡାଯାଇଥାନ୍ତା । ''
- ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି :