ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବଡ ଖବର; ଏହି ଦିନ ଖାଲି ଆଲମିରା-ସିନ୍ଦୁକ ସ୍ଥାନାନ୍ତରଣ, ବନ୍ଦ ରହିବ ଜଗା ଦର୍ଶନ - Ratna Bhandar articles to transfer - RATNA BHANDAR ARTICLES TO TRANSFER

Jagannath temple in Puri to remain closed from 1pm on August 23; valuables from the inner and outer Ratna Bhandar to be shifted: ଆସନ୍ତା 23 ତାରିଖରେ ଶ୍ରୀମନ୍ଦିର ବାହାର ଏବଂ ଭିତର ରତ୍ନଭଣ୍ଡା ରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ କରାଯିବ । ଅଧିକ ପଢନ୍ତୁ

Ratna Bhandar articles to be transferred
Ratna Bhandar articles to be transferred (ETV Bharat Odisha)

By ETV Bharat Odisha Team

Published : Aug 20, 2024, 10:32 PM IST

ପୁରୀ:ଆସନ୍ତା 23 ତାରିଖରେ ଶ୍ରୀମନ୍ଦିର ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ ।

ଏହା ବି ପଢନ୍ତୁ- ଧାର ଧାର ଝରି ପଡୁଥିଲା ଲୁହ; ପ୍ରବଳ ବର୍ଷାରେ ଦଣ୍ଡ ପ୍ରଣାମ କରି କାଳିଆ ପାଖକୁ ଗଲେ ମହିଳା ଭକ୍ତ - Dandavat Pranam at Srimandir

ତେଣୁ ଏହି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି l ତଦନୁଯାୟୀ, 23 ତାରିଖ ଶୁକ୍ରବାର ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ1:00 ଠାରୁ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ । ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଂକାର ଏବଂ ମୂଲ୍ୟବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇସାରିଛି।

Ratna Bhandar articles to be transferred (ETV Bharat Odisha)

ଶ୍ରୀମନ୍ଦିର ଭିତରେ ଥିବା ମହାପ୍ରଭୁଙ୍କ ଖଟଶେଯ ଗୃହ ରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ କରାଯାଇ ରତ୍ନ ଅଳଂକାର କୁ ସିଲ୍ କରାଯାଇ ରଖାଯାଇଛି । ତେବେ ରତ୍ନ ଅଳଂକାର ସ୍ଥାନାନ୍ତର ହେବା ଏକ ମାସ ବିତଯାଇଥିଲେ ବେଳେ ରତ୍ନ ଭଣ୍ଡାର ମରାମତି ଓ ଯାଞ୍ଜ ଆରମ୍ଭ ହୋଇ ପାରିନଥିଲା । ଯାହାକୁ ଭକ୍ତ ଓ ସେବାୟତ ମାନେ ଉଦବେଗ ପ୍ରକାଶ କରିଥିଲେ। ଶିଘ୍ର ମହାପ୍ରଭୁ ରତ୍ନ ଭଣ୍ଡାର ଜାଞ୍ଜ ଓ ମରାମତି ପାଇଁ ଦାବି ହୋଇଥଲା। ରତ୍ନ ଭଣ୍ଡାର ରେ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହେଇଥିବା ବେଳେ ଏହାକୁ ମଧ୍ଯ ଅତ୍ୟାଧୁନିକ ମେସିନ ରେ ଯାଞ୍ଜ ପାଇଁ ଦାବି ହୋଇଥଲା ।

ତେବେ ରତ୍ନ ଭଣ୍ଡାର ଯାଞ୍ଜ ନେଇ sop ରେ କେତେକ ପରିବର୍ତ୍ତନ ହେବାର ଆବଶ୍ୟକତା ପଡ଼ିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ପରେ ରାଜ୍ୟ ସରକାର sop କୁ ପରିବର୍ତ୍ତନ କରି ନୁଆ ମାର୍ଗଦର୍ଶିକା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନକୁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏକ ପ୍ରେସ ବିବୃତି ରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details