ଓଡିଶା

odisha

By ETV Bharat Odisha Team

Published : Aug 9, 2024, 10:29 AM IST

Updated : Aug 9, 2024, 2:28 PM IST

ETV Bharat / state

ବିଜେପିରୁ କିଏ ଯିବେ ରାଜ୍ୟସଭା; ମମତା ନା ମନମୋହନ, ସରପ୍ରାଇଜ୍ ଦେବେ କି ମୋହନ ? - ODISHA RAJYA SABHA CANDIDATE

Question arises as to who will fill the vacant seat in the Upper House of Parliament from Odisha: ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ନା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଗତ ନିର୍ବାଚନରେ ଟିକେଟ ପାଇନଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ?ଅଧିକ ପଢନ୍ତୁ

ବିଜେପିର କିଏ ଯିବ ରାଜ୍ୟସଭା
ବିଜେପିର କିଏ ଯିବ ରାଜ୍ୟସଭା (ETV Bharat Odisha)

ଭୁବନେଶ୍ବର: ବିଜେପିର କିଏ ଯିବ ରାଜ୍ୟସଭାକୁ ଏବେବି ସସପେନ୍ସ ଥିବାବେଳେ ଗତକାଲି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ବିଜ୍ଞପ୍ତି ପାଇଛି । ଓଡ଼ିଶା ସମେତ ୯ ରାଜ୍ୟରେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଭୋଟ ନିଆଯିବ । ଏଥିପାଇଁ ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବ । ନାମାଙ୍କନର ଶେଷ ତାରିଖ ରହିଛି ୨୧ ଅଗଷ୍ଟ । ୨୨ ତାରିଖ ନାମାଙ୍କନ ଯାଞ୍ଚ ହେବ। ଓଡ଼ିଶା ପାଇଁ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି ଅଗଷ୍ଟ ୨୭ ତାରିଖ। ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ହେବ ।

ବିଜେପିର କିଏ ଯିବ ରାଜ୍ୟସଭାକୁ ଏବେବି ସସପେନ୍ସ (ବିଜେପିର କିଏ ଯିବ ରାଜ୍ୟସଭାକୁ ଏବେବି ସସପେନ୍ସ)

ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କହିଛନ୍ତି, "ବିଜେପି ର ଜିତିବା ନିଶ୍ଚିତ। କାହାର ସମର୍ଥନ ଆବଶ୍ୟକତା ନାହିଁ। ଆମେ ସରକାରର ସମର୍ଥନ କରିଛୁ ଏବଂ ରାଜ୍ୟ ସଭା ରେ ସମର୍ଥନ କରିବୁ ।" ସେହିପରି ଆସ୍କା ବିଧାୟକ ସରୋଜ ପାଢୀ କହିଛନ୍ତି, "ପାର୍ଲିଆମେଣ୍ଟ ପାର୍ଟି ଯାହକୁ ନିଷ୍ପତ୍ତି କରିବ ଆମର ଫାଇନାଲ । ଦଳର ସବୁ ବଡ ବଡ ନେତା ଅଛନ୍ତି। ମମତା ମହାନ୍ତକୁ ଦେବେ କି ଆଉ କାହାକୁ ଦେବେ ସେମାନେ ନିଷ୍ପତ୍ତି ନେବେ।"

ଏହା ବି ପଢନ୍ତୁ- ବିଜେଡି ଛାଡ଼ିବା ପରେ ମମତାଙ୍କ ମନ୍ତବ୍ୟ; କହିଲେ ପ୍ରଲୋଭନ କଥା ମିଥ୍ୟା, ଖାଲି ଆସନରେ ପୁଣି ବିଜେପିରୁ ଯିବେ ରାଜ୍ୟସଭା ! - mamata mahanta reaches Bhubaneswar

ସେପଟେ ରାଜନୈତିକ ସମୀକ୍ଷକ କେ ରବି କହିଛନ୍ତି, "ବିଜେପିର ରାଜ୍ୟ ସଭା ସଂଖ୍ୟା ବୃଦ୍ଧି କରିବ କାରଣ ତାଙ୍କର ସଂଖ୍ୟା କମ ଅଛି। ଏନଡିଏରୁ ସଂଖ୍ୟା ଆଣି ବଢ଼ାଇ ବାକୁ ଚାହୁଁଛନ୍ତି ବିଜେପି। ମମତା ମହାନ୍ତଙ୍କୁ ରିପିଟ୍ କରିବା ସମ୍ଭାବନା ଅଧିକ। ତାଙ୍କର ଆହୁରି କାର୍ଯ୍ଯ କାଳ ଦୁଇ ବର୍ଷ ଥିଲା। ପୁଣି ବିଜେପିରୁ ଗଲେ ଗୋଟେ ପଜିଟିଭ ମେସେଜ୍ ଯିବ ।

ରାଜନୈତିକ ସମୀକ୍ଷକ ତେବେ ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା । ଏହାରି ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ମନମୋହନ ସାମଲଙ୍କ ସହ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଗତ ନିର୍ବାଚନରେ ଟିକେଟ ପାଇନଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଉଛି। ଏହା ବାଦ ଦଳ ସରପ୍ରାଇଜ କାର୍ଡ ବି ଖେଳିପାରେ । ତେବେ କାହା ନାଁ ରେ କେନ୍ଦ୍ରୀୟ କମିଟି ମୋହର ମାରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 9, 2024, 2:28 PM IST

ABOUT THE AUTHOR

...view details