ପୁରୀ:ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ପୁରୀ ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏଥିସହ ମା' ବିମଳା, ମା' ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଭାବବିହ୍ୱଳ ହୋଇଥିବା ଗଣମାଧ୍ୟମକୁ କହିଛନ୍ତି । ଦେଶବାସୀଙ୍କ ମଙ୍ଗଳ ଓ ସମୃଦ୍ଧି ନେଇ ସେ ମହାପ୍ରଭୁଙ୍କ ନିକଟରେ କାମନା କରିଥିବା ପ୍ରକାଶ କରିଛନ୍ତି ।
ଓଡ଼ିଶାରେ ବିଜେପି ସରକାର କରିବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଛନ୍ତି, "ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଦେଶରେ ଓ ଓଡ଼ିଶାରେ ବିଜେପି ସରକାର ଗଠନ କରିବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିଜେପି ସରକାର ଗଠନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଏହାଦ୍ବାରା ସାରା ବିଶ୍ଵରେ ଭାରତର ଗୌରବ ବଢିବ । ତେବେ ଜଗନ୍ନାଥ ମହାପ୍ରଭୁଙ୍କ କୃପା ଦେଶବାସୀଙ୍କ ଉପରେ ଥାଉ । ସମସ୍ତେ ସୁସ୍ଥ ଓ ଖୁସି ରୁହନ୍ତୁ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ।