ETV Bharat / state

ଚାଷୀଙ୍କଠୁ କେତେ ଧାନ କିଣିଛନ୍ତି ସରକାର ? ବଡ଼ କଥା କହିଲେ ଯୋଗାଣ ମନ୍ତ୍ରୀ - PADDY PROCUREMENT

ରାଜ୍ୟରେ ଜାରି ରହିଛି ଧାନକିଣା । ମଣ୍ଡିରୁ ଚାଷୀଙ୍କ ଧାନ କିଣୁଛନ୍ତି ସରକାର । ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ ସରକାର କିଣି ସାରିଲାଣି ।

PADDY PROCUREMENT
PADDY PROCUREMENT (ETV BHARAT ODISHA)
author img

By ETV Bharat Odisha Team

Published : Jan 13, 2025, 5:27 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ମଣ୍ଡି ଖୋଲାଯାଇ ଧାନ ବିକ୍ରି ଜାରି ରହିଛି । ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ ସରକାର କିଣି ସାରିଲେଣି ଓ 4 ଲକ୍ଷ 99 ହଜାର 778 ଜଣ ଚାଷୀ ପାଇଲେଣି ଧାନର ମୂଲ୍ୟ ପାଇସାରିଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହା ମଧ୍ୟ ପଢନ୍ତୁ-ବାଲେଶ୍ୱରରେ 27ରୁ ଧାନ କିଣା, ମନ୍ତ୍ରୀ କହିଲେ ହଇରାଣ ହେବେନି ଚାଷୀ - PADDY PROCUREMENT ₹

ଧାନ ବିକ୍ରିକୁ ନେଇ କଣ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ?

ଧାନ ବିକ୍ରିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ''ରାଜ୍ଯରେ ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ କିଣିଲେଣି ସରକାର । 4 ଲକ୍ଷ 99 ହଜାର 778 ଜଣ ଚାଷୀ ପାଇଲେଣି ଧାନର ମୂଲ୍ୟ । 1904 କୋଟି ଟଙ୍କାର ଇନପୁଟ ସବସିଡି ସହ ମୋଟ 7379 କୋଟି ଟଙ୍କା ଚାଷୀଙ୍କୁ ଧାନର ମୂଲ୍ୟ ଦେଇଛନ୍ତି ସରକାର । ଧାନକିଣା ଠିକ ଭାବରେ ଚାଲିଛି । ଯେଉଁଠି ଅଫିସର ମାନେ ଅଣଦେଖା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ମଧ୍ୟ ଏହା ଜାର ରହିବ । ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି । ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ ।

। ''

ଏହା ମଧ୍ୟ ପଢନ୍ତୁ-ନୟାଗଡ଼ରେ ଧାନ କିଣା, FAQ ମାନ ଧାନରେ ହେବନି କଟନୀ ଛଟନୀ: ଜିଲ୍ଲାପାଳ - PADDY PROCUREMENT

'ଧାନ କିଣା ଠିକ ଭାବେ ଚାଲିଛି, କଟନୀ ଛଟନୀର ପ୍ରଶ୍ନ ଉଠିବ ନାହିଁ':

ତେବେ ମଣ୍ଡିରେ ପେଡି ଆନାଲାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି ଏବେ ଆନାଲାଇଜର ମେସିନ କମ ଅଛି ଆମେ ଆଗକୁ ଅଧିକ ଆଣିବୁ । କିନ୍ତୁ ଏହି ମେସିନ ଭଲ କାମ ଦେଉଛି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ଧାନ କିଣା ଠିକ ଭାବେ ଚାଲିଛି, କଟନୀ ଛଟନୀର ପ୍ରଶ୍ନ ଉଠିବ ନାହିଁ । ଯେଉଁଠି ଅଫିସର ମାନେ ନିଜର ମନମାନି କରୁଛନ୍ତି ସେଠାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ଯରେ ସବୁ ଜାଗାରେ ମଣ୍ଡି ଖୋଲିଛି । ଯେଉଁଠି ବି କଟନୀ ଛଟନୀ ଦେଖିବାକୁ ମିଳୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛୁ । ଆଜି କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ କଟନୀ ଛଟନୀର କଥା ଉଠିଥିଲା ହେଲେ ମୁଁ ଫୋନ କରି ମନାକଲି । ଆବଶ୍ଯକ ପଡିଲେ ଅନ୍ୟ ଜିଲ୍ଲାର ମିଲର୍ସ ମାନଙ୍କୁ ଆମେ ଦବୁ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.