ଓଡିଶା

odisha

ETV Bharat / state

ଶହୀଦ ରଘୁନାଥ ମହାନ୍ତଙ୍କ ୨୪୭ ତମ ଶହୀଦ ଦିବସ ପାଳିତ, ଶକ୍ତି ପ୍ରଦର୍ଶନ କଲେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା - RAMACHADRA HANSADA POWER SHOW - RAMACHADRA HANSADA POWER SHOW

Raghunath mohanta Death Anniversary: ଚୁହାଡ ବିଦ୍ରୋହର ନାୟକ ଶହୀଦ ରଘୁନାଥ ମହାନ୍ତଙ୍କ ୨୪୭ ତମ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । କହିଲେ ସମର୍ଥକ ଚାହିଁଲେ ସ୍ବାଧୀନ ଭାବେ ଲଢିବି । ଅଧିକ ପଢନ୍ତୁ

raghunath mohanta death anniversary
raghunath mohanta death anniversary

By ETV Bharat Odisha Team

Published : Apr 6, 2024, 12:00 PM IST

raghunath mohanta death anniversary

ରାଇରଙ୍ଗପୁର:ଚୁହାଡ ବିଦ୍ରୋହର ନାୟକ ଶହୀଦ ରଘୁନାଥ ମହାନ୍ତଙ୍କ ୨୪୭ତମ ଶହୀଦ ଦିବସ ଗତକାଲି (ଶୁକ୍ରବାର) ପାଳିତ ହୋଇଯାଇଛି । ଏହି ଅବସରରେ ମୟୂରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ନିଜ ଶତାଧିକ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗତକାଲି ଜିଲ୍ଲାର ବିଶୋଇ ବଜାର ଠାରେ ମୟୂରଭଞ୍ଜ ପୂର୍ବତନ ସାଂସଦ ନିଜ ସମର୍ଥକଙ୍କ ସହ ପ୍ରଥମେ ଶହୀଦ ବୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶତାଧିକ ସମର୍ଥକଙ୍କ ସହିତ ଏକ ବିରାଟ ବାଇକ ରାଲିରେ ବିଶୋଇ ବଜାର ପରିକ୍ରମା କରିଥିଲେ । ସେଠାରୁ ବିଶୋଇ ସ୍ଥିତ ଦିଶୋମ ଜାହେର ପ୍ରାଙ୍ଗଣରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସଭାପତି ରାମଚନ୍ଦ୍ର ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଦ୍ମଲୋଚନ ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

ତେବେ ବ୍ରିଟିଶ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ଜଙ୍ଗଲ ଇଲାକାରେ ଥିବା ବିଭିନ୍ନ ବର୍ଗର ଆଦିବାସୀମାନେ ୧୭୬୭ ମସିହାରୁ ୧୭୯୯ ମସିହା ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ଗରିଲା ଯୁଦ୍ଧ କରି ଆସୁଥିଲେ । ଏହି ଯୁଦ୍ଧରେ ଆଦିବାସୀ ବୀର ପୁରୁଷମାନଙ୍କ ମଧ୍ୟରେ ରଘୁନାଥ ମହାନ୍ତ ଜଣେ ଅନନ୍ୟ ଯୋଦ୍ଧା ଥିଲେ । ତାଙ୍କ ପରାକ୍ରମ ଯୋଗୁଁ ବ୍ରିଟିଶମାନେ ବହୁ ସ୍ଥାନରେ ପରାଜୟ ହୋଇଥିଲେ । ତେବେ ବ୍ରିଟିଶ ମାନଙ୍କ ସହିତ ଯୁଦ୍ଧ କରୁଥିବା ସମୟରେ ୧୭୭୭ ମସିହା ଏପ୍ରିଲ ମାସ ୫ ତାରିଖ ଦିନ ସେ ଶହୀଦ ହୋଇଥିଲେ । ଏହି ମହାନ ସ୍ବାଧୀନତା ସଂଗ୍ରାମୀ ରଘୁନାଥ ମହାନ୍ତଙ୍କ ୨୪୭ ତମ ଶହୀଦ ଦିବସ ପାଳନ ଅବସରରେ 'ବିଚ୍ଛିନ୍ନାଞ୍ଚଳ ଝାରଖଣ୍ଡ ଆଦିବାସୀ ଓ ମୂଳବାସୀ ମଞ୍ଚ' ତରଫରୁ ତାଙ୍କ ସ୍ମୃତିଚାରଣ କରାଯାଇଥିଲା ।

ତେବେ ଜଳ, ଜମି ଓ ଜଙ୍ଗଲର ଅଧିକାର ବିଷୟରେ ଜନସାଧାରଣଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା । ଏବେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ପ୍ରକାର ଶତାଧିକ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା । ତାଙ୍କର ଶତାଧିକ ସମର୍ଥକ ଚାହିଁଲେ ଦଳୀୟ ପ୍ରାର୍ଥୀ ଅଥବା ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା।

ଏହା ମଧ୍ୟ ପଢନ୍ତୁ -ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ପାରଳାଖେମୁଣ୍ଡିରେ ବିଜୟଙ୍କ ବିରାଟ ଶୋଭାଯାତ୍ରା

ଏଠାରେ ସୂଚନାଯୋଗ୍ୟ ଯେ,ରାମଚନ୍ଦ୍ର ହାଁସଦା ମୟୂରଭଞ୍ଜର ଜଣେ ଟାଣୁଆ ନେତା ଭାବରେ ବେଶ୍ ପରିଚିତ । ସେ ୨୦୧୨ ମସିହାରେ NCP ଛାଡ଼ି ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ୨୦୧୪ ମସିହାରେ ବିଜେଡ଼ି ଦଳରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଟିକଟ ପାଇ ନିର୍ବାଚନରେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଥିଲେ । ପରେ କିଛି କାରଣ ପାଇଁ ଜେଏମଏମରୁ ଇସ୍ତଫା ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details