ଭୁବନେଶ୍ବର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ି ଚାଲିଛି । କ୍ୟାପିଟାଲ ହସ୍ପିଟାଲରେ ୧୦ ପ୍ରତିଶତ ବୃଦ୍ଧି ପାଇଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ଦୈନିକ ଭାବରେ ୨୦୦-୨୫୦ ଜଣ କୁକୁର କାମୁଡ଼ା ରୋଗୀ ହସ୍ପିଟାଲକୁ ଆସୁଛନ୍ତି । କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ ଏବେ କୁକୁର କାମୁଡ଼ା ଚିନ୍ତାର ବିଷୟ ପାଲଟିଛି । ସମସ୍ତ ଜିଲ୍ଲାରେ କୁକୁର କାମୁଡାକୁ ନେଇ ରାବିଜ ଟିକା ଯୋଗାଇ ଦିଆଯାଉଛି । ସରକାରୀ ହସ୍ପିଟାଲ ମାନଙ୍କରେ ମାଗଣାରେ ଯୋଗାଇ ଦିଆଯାଉଛି । ତେବେ କୁକୁର କାମୁଡ଼ା ନେଇ କିଭଳି ଭାବରେ କଣ୍ଟ୍ରୋଲ କରାଯାଇପାରିବ । କୁକୁର କାମୁଡ଼ା ଇଞ୍ଜେକସନ କିଭଳି ଭାବରେ ସଠିକ ସମୟରେ ନେବେ । ଲୋକଙ୍କୁ କିଭଳି ଭାବରେ ସଚେତନତା କରାଯିବ ଏନେଇ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏକ କର୍ମଶାଳା ଆୟୋଜନ କରାଯାଇଛି ।
ଏହି କର୍ମଶାଳାରେ ବିଶେଷ ଭାବରେ ଲୋକମାନଙ୍କୁ ଦୁଇଟି ପରାମର୍ଶ ଦିଆଯାଉଛି । ଯେକୌଣସି ପରିସ୍ଥିତିରେ କୁକୁର କାମୁଡେ ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଆବଶ୍ୟକ। ସେମାନଙ୍କୁ ସଂପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଟିକା ଦିଆଯିବ । ଦ୍ଵିତୀୟରେ, ଯଦି କୁକୁର କାମୁଡେ ତେବେ ସେହି ସ୍ଥାନକୁ ଶୀଘ୍ର ସାବୁନ ପାଣିରେ ଧୋଇଦେବା ଆବଶ୍ୟକ। ପ୍ରାୟ 20 ସେକେଣ୍ଡ ଧରି ସାବୁନ ପାଣିରେ ଧୋଇବା ପରେ କୁକୁର ବିଷ ପକ୍ରିୟା ସାଧାରଣତ କମିଯିବାର ସମ୍ଭାବନା ଅଧିକ ରହିଥାଏ । କୁକୁର କାମୁଡ଼ା ନେଇ ଅତିବେଶୀରେ 4ଟି ଡୋଜ ଟିକା ନେବା ଆବଶ୍ୟକ । ଏହା ଦ୍ବାରା ଶରୀରରେ ପ୍ରତିରୋଧକ ଶକ୍ତି ବଢିବା ସହିତ ରାବିଜ ରୋଗ ବା ଜଳାନ୍ତକ ରୋଗ ନହେବାର ସମ୍ଭାବନା ଅଧିକ ରହିଥାଏ । ଜଳାନ୍ତକ ରୋଗ ହେବାର ଲକ୍ଷଣ ଗୁଡିକ ହେଲା, ଲୋକ ବାଉଳି ଚାଉଳି ହେବା, ପାଣି ଦେଖିଲେ ଭୟ କରିବା, ପବନ ବାଜିଲେ ବାତ ମାରିବା ପରି ଲକ୍ଷଣ ଦେଖାଯାଇଥାଏ । ତେବେ ରାବିଜ ରୋଗ ଯଦି ହୁଏ ତେବେ ମୃତ୍ୟୁ ସୁନିଶ୍ଚିତ ।
ଏହା ମଧ୍ୟ ପଢ଼ନ୍ତୁ.... ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ, ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା