ଓଡିଶା

odisha

ETV Bharat / state

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା - QUEUE DARSHAN SYSTEM

ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା । ପରୀକ୍ଷାମୂଳକ ଭାବେ ୩୦ ଓ ୩୧ରେ ଧାଡି ଦର୍ଶନ ।

queue darshan system at Puri Lord Jagannath Temple
queue darshan system at Puri Lord Jagannath Temple (ETV Bharat Odisha)

By ETV Bharat Odisha Team

Published : Dec 22, 2024, 7:26 PM IST

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା । ଆସନ୍ତା 1 ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ପରୀକ୍ଷାମୂଳକ ଭାବେ 30 ଏବଂ 31ରେ ଧାଡି ଦର୍ଶନ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

queue darshan system at Puri Lord Jagannath Temple (ETV Bharat Odisha)

ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଆସନ୍ତା 1 ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା । 27 ଏବଂ 28 ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ । ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା ସରିଛି । କାମ ସନ୍ତୋଷ ଜନକ ଭାବେ ଚାଲିଛି । ପରୀକ୍ଷାମୂଳକ ଭାବେ 30 ଏବଂ 31ରେ ଧାଡି ଦର୍ଶନ ହେବ । 1 ରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ , ଘଣ୍ଟି ଏବଂ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକ ବାହାରିବେ । ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ ।"

ଆଡ଼ଭୋକେଟ ୱେଲଫେୟାର ଫଣ୍ଡ ବୃଦ୍ଧି

ଅନ୍ୟପଟେ ଆଡ଼ଭୋକେଟ ୱେଲଫେୟାର ଫଣ୍ଡ ବୃଦ୍ଧି କରାଯିବା ନେଇ ଆଇନମନ୍ତ୍ରୀ କହିଛନ୍ତି," ରାଜ୍ୟର ଆଇନଜୀବୀ ମାନଙ୍କ କଲ୍ୟାଣ ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀଙ୍କ ଦେହାନ୍ତ କିମ୍ବା ଅବସରକାଳୀନ ସହାୟତା ରାଶିକୁ ଦୁଇ ଗୁଣା ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ବାର୍ଷିକ ୫ କୋଟି ଥିବାବେଳେ ଆମ ସରକାର ଚଳିତ ବଜେଟରେ ଏହି ରାଶିକୁ ବୃଦ୍ଧି କରି ୧୦ କୋଟି କରିଛନ୍ତି । ଏହି ୧୦ କୋଟି ଅର୍ଥରାଶି ରାଜ୍ୟ ସରକାରଙ୍କ ତରଫରୁ ଓଡିଶା ଆଡ଼ଭୋକେଟ ୱେଲଫେୟାର ଟ୍ରଷ୍ଟକୁ ପ୍ରଦାନ କରାଯାଇଛି । ଏଥିରେ ଆଇନଜୀବୀ ବନ୍ଧୁମାନେ ପୂର୍ବ ସହାୟତା ରାଶି ୪.୫ ଲକ୍ଷ ବଦଳରେ ଦୁଇଗୁଣା ରାଶି ଅର୍ଥାତ୍ ୯ ଲକ୍ଷ ଟଙ୍କା ସହାୟତା ରାଶି ପାଇବେ ।"

ଏହାମଧ୍ୟ ପଢନ୍ତୁ...

ଚେତାଇଲେ ଆଇନ ମନ୍ତ୍ରୀ, ‘ମହାପ୍ରଭୁଙ୍କ ଇଞ୍ଚେ ଜମି ଛଡାଯିବନି’

ନୂଆବର୍ଷ ଉପରେ ଅବକାରୀ ବିଭାଗର ନଜର, ବିଶୃଙ୍ଖଳା ଆଚରଣ କଲେ କାର୍ଯ୍ୟାନୁଷ୍ଠାନ

ଠିକାଦାରଙ୍କୁ ପୂର୍ତ୍ତମନ୍ତ୍ରୀଙ୍କ କଡ଼ା ଚେତାବନୀ, ସମୟ ମଧ୍ୟରେ କାମ ନ ସରିଲେ ଆକ୍ସନ

କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

ସେପଟେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେଉଥିବା ବେଳେ ସରକାର ପୁଣି ତାଙ୍କୁ ରିପିଟ କରିବେ ନା ନୂଆ ଚେହେରାକୁ ଦେଖିବାକୁ ମିଳିବ ସେନେଇ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି, "ମୁଖ୍ୟ ଶାସନ ସଚିବଙ୍କ ଚୟନ ପ୍ରକ୍ରିୟାରେ ଯାହା ଆଧାର ଥାଏ ସେୟା ରହିବ । କଣ ହେବ ତାକୁ ନେଇ ଗଣମାଧ୍ୟମ ଚର୍ଚ୍ଚା କରୁଛି । ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details