ଓଡିଶା

odisha

ETV Bharat / state

ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା - PURI SRIMANDIR PANCHUK RITUAL

କାର୍ତ୍ତିକ ମାସ ପଞ୍ଚୁକ ତିଥି ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଭକ୍ତ ଓ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ।

SRIMANDIR PANCHUK RITUALS
SRIMANDIR PANCHUK RITUALS (ETV BHARAT ODISHA)

By ETV Bharat Odisha Team

Published : Nov 9, 2024, 10:52 AM IST

Updated : Nov 9, 2024, 1:24 PM IST

ପୁରୀ:ଆସନ୍ତା ୧୨ ତାରିଖ (ମଙ୍ଗଳବାର)ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ ପଞ୍ଚୁକ ନୀତି । ଏହି ଅବସରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହେବ । ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ସୁରକ୍ଷା:

ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ଯେ, ' ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ । ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନସପେକ୍ଟର ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, ତାହା ପୁରୀ ପୋଲିସର ପ୍ରାଥମିକତା ରହିବ । ' ହବିଷ୍ୟାଳୀମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସମସ୍ତ ବ୍ୟବସ୍ଥାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେନେଇ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭକ୍ତମାନେ ପୋଲିସ ପ୍ରଶାସନ ନିୟମ ମାନିବାକୁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

SRIMANDIR PANCHUK RITUALS (ETV BHARAT ODISHA)

ମହାପ୍ରଭୁଙ୍କ ପଞ୍ଚୁକ ବେଶ

  • ୧୨ ତାରିଖରେ ଲକ୍ଷ୍ମୀ ନାରାୟଣ ବେଶ
  • ୧୩ ତାରିଖରେ ବାଙ୍କଚୂଡ଼ା ବେଶ
  • ୧୪ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ
  • ୧୫ ତାରିଖରେ ରାଜାଧିରାଜ ବା ସୁନାବେଶ
  • ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବ ନାହିଁ
SRIMANDIR PANCHUK RITUALS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କାର୍ତ୍ତିକ ପରେ ମେଘନାଦ ପାଚେରି ମରାମତି, ଶ୍ରୀମନ୍ଦିର ପ୍ରଶାସନ-ASI ବୈଠକରେ ନିଷ୍ପତ୍ତି

ଏହା ମଧ୍ୟ ପଢନ୍ତୁ-ପୂରା କରିପାରିଲେନି ବ୍ରତ, କାଳିଆ ଦୁଆରେ ଉଡିଗଲା ହବିଷ୍ୟାଳୀଙ୍କ ପ୍ରାଣବାୟୁ

SRIMANDIR PANCHUK RITUALS (ETV BHARAT ODISHA)

ପଞ୍ଚୁକକୁ ଅପେକ୍ଷା କରିଛନ୍ତି ଭକ୍ତ:

ମହାପ୍ରଭୁଙ୍କ ପଞ୍ଚୁକରେ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ବତନ୍ତ୍ର ବେଶଗୁଡ଼ିକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପବିତ୍ର ପଞ୍ଚୁକ ଅବସରରେ ନିଷ୍ଠାର ସହ ଯେଉଁମାନେ ବ୍ରତ ପାଳନ କରିଥାନ୍ତି ସେମାନେ କୋଟି ଜନ୍ମର ପୂଣ୍ୟ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ।

ଇଟିଭି ଭାରତ, ପୁରୀ

Last Updated : Nov 9, 2024, 1:24 PM IST

ABOUT THE AUTHOR

...view details