ଓଡିଶା

odisha

ETV Bharat / state

ପୁରୀ ବାଣ ବିସ୍ଫୋରଣ ଘଟଣା; ଅଭିଯୋଗ ଶୁଣାଣି କଲେ SRC, ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତ ପରିବାର - Puri Crackers Blast Incident

Puri Crackers Blast Incident: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଅଭିଯୋଗ ଶୁଣାଣି କଲେ ଏସଆରସି । କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତ ପରିବାର । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 6, 2024, 1:19 PM IST

PURI CRACKERS BLAST INCIDENT
PURI CRACKERS BLAST INCIDENT (ETV BHARAT ODISHA)

ପୁରୀ: ନରେନ୍ଦ୍ର ପୋଖରୀରେ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ଏନେଇ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଏକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତ ପରିବାର । ଅଭିଯୋଗ ଶୁଣାଣୀ ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ଏବଂ ଭଉଁରୀ ଉତ୍ସବ ଦିନ ନରେନ୍ଦ୍ର ପୁଷ୍କରିଣୀରେ କର୍ତ୍ତବ୍ୟରେ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ମୃତାହତ ହୋଇଥିବା ପରିବାର ସଦସ୍ୟ ମାନେ ଉପସ୍ଥିତ ରହି ଘଟଣା ପ୍ରସଙ୍ଗରେ ନିଜର ମତାମତ ଦେବା ସହ ଅଭିଯୋଗ ଏବଂ ଅନେକ ଦାବି ଏସଆରସିଙ୍କ ନିକଟରେ ରଖିଥିଲେ। ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପିଡୀତଙ୍କ ପରିବାର ସଦସ୍ୟ ଦାବି ରଖିଥିଲେ। ବାଣ ବିସ୍ଫୋରଣରେ ଏପର୍ଯ୍ୟନ୍ତ 15 ଜଣ ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେବି ମୃତ୍ୟୁସହିତ ସଂଘର୍ଷ କରୁଛନ୍ତି ।

PURI CRACKERS BLAST INCIDENT (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ବାଣ ବିସ୍ଫୋରଣ ଟ୍ରାଜେଡି - Puri Crackers Blast Incident



ସୂଚନା ଅନୁୟାୟୀ, ଗତ 29 ତାରିଖ ବୁଧବାର ଭଉଁରୀ ଉତ୍ସବ ଚାଲିଥିବା ବେଳେ ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ପ୍ରଚଣ୍ଡ ବାଣ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 36 ଜଣ ଆହତ ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ମୃତ୍ୟୁ ହୋଇସାରିଲେଣି। ଅନେକ ଆହତ ଏବେବି ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ତେବେ ପୁରୀ ମେଡିକାଲ ରେ ବର୍ନ୍ ୟୁନିଟ୍ ନଥିବାରୁ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ନପାଇ ଅନେକ ଆହତ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଏସଆରସିଙ୍କ ନିକଟରେ ଅଭିଯୋଗ କରିଥିଲେ ପିଡୀତ ପରିବାର ଓ ବୁଦ୍ଧିଜୀବୀ। ଏହି ଘଟଣାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଆରସିଙ୍କ ନିକଟରେ ଦାବି ହୋଇଛି।


ପୁରୀ ବାଣ ବିସ୍ଫୋରଣ ଘଟଣାରେ ଏସଆରସି ଅଭିଯୋଗ ଶୁଣାଣୀ କରିଥିଲେ ମଧ୍ୟ ଗଣମାଧ୍ୟମକୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଏସଆରସି। ତେବେ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏସଆରସି ତାକୁ ଏବେ ସମସ୍ତଙ୍କ ଅପେକ୍ଷା। ବାଣ ବିସ୍ଫୋରଣରେ ଘଟଣାରେ ୪ ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରି ଚୁପ୍ ବସିଛି ପୋଲିସ। ତେବେ ମୁଖ୍ୟ ଅଭିଯୁକ୍ତକୁ ଘଣ୍ଟ ନଘୋଡାଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details