ଓଡିଶା

odisha

ETV Bharat / state

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - Preparatory Meeting for Ratha Yatra - PREPARATORY MEETING FOR RATHA YATRA

Preparatory Meeting for Ratha Yatra: ଆଜି ରାଜ୍ୟ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଅୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

Preparatory Meeting for Ratha Yatra
Preparatory Meeting for Ratha Yatra (ETV Bharat Odisha)

By ETV Bharat Odisha Team

Published : Jun 16, 2024, 7:07 PM IST

ଭୁବନେଶ୍ବର: ଆସନ୍ତା 22 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା । ସେହିପରି ଜୁଲାଇ 7 ତାରିଖରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମହାଯାତ୍ରା ବା ଘୋଷଯାତ୍ରା ହେବାକୁ ଯାଉଛି । ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କର ପ୍ରାଥମିକତା ରହିଛି । ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଅୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ରାଜ୍ୟ ପ୍ରଶାସନ ।

Preparatory Meeting for Ratha Yatra (ETV Bharat Odisha)

ମହାପ୍ରଭୁଙ୍କ ଉଭୟ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ କରିବା ନୂଆ ସରକାରଙ୍କର ପ୍ରାଥମିକତା । ଯାହାପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିବା ସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଉପସ୍ଥିତ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ଅବଗତ କରିଛନ୍ତି । ସେହିପରି ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଓ ଗୁଇନ୍ଦା ବିଭାଗ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଦ୍ରୁତ ଗତିରେ ଆଗେଇ ଚାଲିଛି ରଥର ନିର୍ମାଣ କାର୍ଯ୍ୟ, ତିନି ରଥର ଲାଗିଲା ଦଣ୍ଡା - Ratha Construction Work Underway

ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଆଗକୁ ରହିଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା । ଏ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ନାନ ଯାତ୍ରା ଓ ରଥଯାତ୍ରା ନେଇ ବୈଠକରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଛି ।" ସୁରୁଖୁରୁରେ କିପରି ରଥଯାତ୍ରା ହେବ ସେନେଇ ସରକାର ପଦକ୍ଷେପ ନେବେ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଆଗକୁ ମଧ୍ୟ ମନ୍ଦିର ପରିଚାଳନା କମିଟି, ସେବାୟତ ଓ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ସ୍ନାନ ପୂର୍ଣ୍ଣିମା 22 ତାରିଖରେ ଅଛି । ରଥଯାତ୍ରାର ଅଭିଜ୍ଞତା ବାବଦରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିବା ପ୍ରଦୀପ କୁମାର ଜେନା କହିଛନ୍ତି । ପୋଲିସ ଡିଜି ଅରୁଣ ଷଡଙ୍ଗୀ ଓ ଗୁଇନ୍ଦା ଏଡିଜିଙ୍କର ମଧ୍ୟ ଏ ଦିଗରେ ଅଭିଜ୍ଞତା ରହିଛି । ରଥଯାତ୍ରା ପୂର୍ବରୁ ଦୁଇଟି ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରଦୀପ କୁମାର ଜେନା କହିଛନ୍ତି । ଗୋଟେ ଆଇନ ମନ୍ତ୍ରୀ ଓ ଚୂଡାନ୍ତ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ । ପ୍ରଶାସନିକ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଯାହା ଫଳରେ ସେମାନେ ନିଜର ଭୂମିକା ବାବଦରେ ଅବଗତ ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details