ଓଡିଶା

odisha

ETV Bharat / state

‘ପୂର୍ବ ଭାରତର ଅର୍ଥନୈତିକ ହବ ହେବ ଓଡ଼ିଶା’ - PRAVASI BHARATIYA DIVAS

ଓଡ଼ିଶା ହେବ ପୂର୍ବ-ଭାରତର ‘ଫୁଡ ପ୍ରୋସେସିଂ ହବ’ । ବିକଶିତ ‘ଓଡିଶା @2036’ର ଭିଜନ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଓଡିଶାର ପ୍ରାକୃତିକ ସମ୍ପଦ ସମ୍ଭାରକୁ ପ୍ରଶଂସା କଲେ ଜୟଶଙ୍କର ।

ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ
ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ (ETV Bharat Odisha)

By ETV Bharat Odisha Team

Published : Jan 8, 2025, 6:13 PM IST

ଭୁବନେଶ୍ବର: ପୂର୍ବ ଭାରତରେ ପ୍ରଗତିଶୀଳ ଶିଳ୍ପ ଓ ଅର୍ଥନୈତିକ କ୍ଷମତା କେନ୍ଦ୍ର ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି । ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ । ପ୍ରବାସୀ ଭାରତୀୟ ଦିବସର ସମ୍ମିଳନୀର ଉଦଘାଟନୀ ସମାରୋହର ଦ୍ବିତୀୟାର୍ଦ୍ଧରେ ଆୟୋଜିତ ‘ଓଡ଼ିଶାରେ ନିବେଶ’ ଶୀର୍ଷକ କର୍ମଶାଳାରେ ଏପରି ମତ ପ୍ରକାଶ ପାଇଛି । ଏହି ଅଧିବେଶନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସାମିଲ ହୋଇ ମତ ରଖିଛନ୍ତି ।

  • ଉଦଘାଟନୀ ଦିବସର ଦ୍ବିତୀୟାର୍ଦ୍ଧରେ ‘ଓଡ଼ିଶାରେ ନିବେଶ’ କର୍ମଶାଳା

‘ପ୍ରବାସୀ ଭାରତୀୟ ଦିବସ’ ଆୟୋଜନ ପରିପ୍ରେକ୍ଷୀରେ ଆଜି ‘ଓଡ଼ିଶାରେ ନିବେଶ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଭାବେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ ଜୟଶଙ୍କର ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ବିକଶିତ ଓଡିଶା ପାଇଁ ୩ଟି ଉପରେ ଗୁରୁତ୍ୱ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ।

ପ୍ରବାସୀ ଭାରତୀୟ ଦିବସ 2025 (ETV Bharat Odisha)
  • ଓଡ଼ିଶାରେ ରହିଛି ସମୃଦ୍ଧ ପ୍ରାକୃତିକ ଓ ସାଂସ୍କୃତିକ ସୁବିଧା: ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି,‘‘ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ ଉପରେ ଧ୍ୟାନ ଦେଇ ରାଜ୍ୟର ଅଭିବୃଦ୍ଧି ଉପରେ ଓଡିଶା କାର୍ଯ୍ୟ କରିବା ଦରକାର । ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ଓ ସାଂସ୍କୃତିକ ସୁବିଧାକୁ ଜୟଶଙ୍କର ପ୍ରଶଂସା କରିଛନ୍ତି । ଏହା ରାଜ୍ୟକୁ ବିଶ୍ୱ ବାଣିଜ୍ୟର ବୈଷୟିକ ହବ ଭାବେ ପରିଣତ କରିବ । ଆତ୍ମନିର୍ଭରଶୀଳତାର ଭାରତର ବ୍ୟାପକ ଦୃଷ୍ଟିକୋଣ ସହିତ ସମାନ୍ତରାଳ ହେବାରେ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ବାଣିଜ୍ୟ ସହଭାଗୀତା ବୃଦ୍ଧି ତଥା ନବସୃଜନ-ନେତୃତ୍ୱ ଅଭିବୃଦ୍ଧି ପାଇଁ ଓଡିଶାର ପ୍ରତିଯୋଗିତାମୂଳକ ଶକ୍ତି ବୃଦ୍ଧି କରିବାର ଆବଶ୍ୟକତା ରହିଛି ।"

ପ୍ରବାସୀ ଭାରତୀୟ ଦିବସ 2025 (ETV Bharat Odisha)
ପ୍ରବାସୀ ଭାରତୀୟ ଦିବସ 2025 (ETV Bharat Odisha)
  • ‘ଓଡ଼ିଶା-@୨୦୩୬’ର ମିଶନ ଉପସ୍ଥାପିତ କଲେ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପ୍ରଭୁ ଶ୍ରୀଜଗନ୍ନାଥ ଓ ଅପର ସମ୍ଭାବନାର ଭୂମି ଭାବରେ ଅଭିହିତ କରିଛନ୍ତି । ସ୍ବତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ସମୃଦ୍ଧ ‘ଓଡ଼ିଶା-@୨୦୩୬’ର ଲକ୍ଷ୍ୟ ଉପସ୍ଥାପିତ କରିଛନ୍ତି । ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ, ଶାନ୍ତ ଓ ଶୃଙ୍ଖଳିତ ପରିବେଶ ଏବଂ ସଡ଼କ ତଥା ରେଳ ସଂଯୋଗୀକରଣ ନିବେଶକମାନଙ୍କୁ ଆକୃଷ୍ଟ କରୁଛି । ରାଜ୍ୟରେ ଅକ୍ଷୟ ଶକ୍ତି, ଅଟୋମୋବାଇଲ, ବାୟୋ-ଟେକ୍ନୋଲୋଜି, ଫାର୍ମାସ୍ୱିଟିକାଲସ ଓ ଡାଟା ସେଣ୍ଟର ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବାବେଳେ ପୁଞ୍ଜିନିବେଶ ପାଇଁ ଅନୁକୂଳ ନୀତି ରହିଛି । ତେଣୁ ଓଡ଼ିଶାରେ ପୁଞ୍ଜିନିବେଶ ହିଁ ଭବିଷ୍ୟତ ପାଇଁ ନିବେଶ । ଓଡ଼ିଶାର ବିକାଶ ଓ ଓଡିଶାବାସୀଙ୍କ ହିତ ପାଇଁ ପ୍ରବାସୀ ଭାରତୀୟମାନେ ଅବଦାନ ପ୍ରକଟ କରିବେ ।"

ପ୍ରବାସୀ ଭାରତୀୟ ଦିବସ 2025 (ETV Bharat Odisha)
ପ୍ରବାସୀ ଭାରତୀୟ ଦିବସ 2025 (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍‌ ଫେଷ୍ଟିଭାଲ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

  • ଦକ୍ଷ ମାନବ ସମ୍ବଳ ହେବ ଓଡିଶାର ଯୁବଶକ୍ତି: ଶିଳ୍ପ ମନ୍ତ୍ରୀ ସମ୍ପଦ

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁକହିଛନ୍ତି, "ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ କ୍ରମେ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇ ପାରିବ । କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଅଭିଯାନ’ରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଥିବା ବେଳେ ସାମଗ୍ରିକ ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶାକୁ ବିଶ୍ବ ଶିଳ୍ପ-ଶୃଙ୍ଖଳରେ ସାମିଲ କରିବା ନିମନ୍ତେ ସମସ୍ତ ପ୍ରୟାସ କରାଯିବ । ପୂର୍ବ ଭାରତରେ ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣ ହବ ରୂପେ ପ୍ରତିଷ୍ଠିତ କରିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ଶିଳ୍ପ, ବୈଷୟିକ ଶିକ୍ଷାନୁଷ୍ଠାନ, ଖଣିଜ ସମ୍ପଦ, ବିଶ୍ବସ୍ତରୀୟ ଦକ୍ଷତା କେନ୍ଦ୍ର, ଇଜ ଅଫ ଡୁଇଂ ବିଜିନେସ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, କେମିକାଲସ ଓ ପେଟ୍ରୋ-କେମିକାଲସ କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଚିତ୍ର ଉପସ୍ଥାପନ କରିଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।

ପ୍ରବାସୀ ଭାରତୀୟ ଦିବସ 2025 (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details