BJD Leader joins Congress କେନ୍ଦ୍ରାପଡା:ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କ ଘର ବାହୁଡା । ବିଜେଡିରେ 10 ବର୍ଷ ରହିବା ପରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କେନ୍ଦ୍ରାପଡାର ଯୁବ ବିଜେଡି ଉପସଭାପତି ଥିବା ପ୍ରଶାନ୍ତ ରାଉତ । ଗତ 7 ତାରିଖ ଦିନ ସେ ବିଜେଡିରୁ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । 2014 ମସିହାରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ଅଂଶୁମାନଙ୍କ ସକ୍ରିୟତାକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡି ଦଳରେ ଯୋଗ ଦେଇଥିଲେ ପ୍ରଶାନ୍ତ । ସେବେଠାରୁ ଅଦ୍ୟାବଧି 10 ବର୍ଷ ପର୍ଯ୍ୟନ୍ତ ବିଜେଡି ଦଳରେ ବିଭିନ୍ନ ପଦପଦବୀରେ ରହିଥିଲେ । ଏବେ ଅଂଶୁମାନ କଂଗ୍ରେସ ଛାଡ଼ିବା ପରେ ପୁରୁଣା ଘରକୁ ବାହୁଡ଼ିଛନ୍ତି ପ୍ରଶାନ୍ତ ।
ପ୍ରଶାନ୍ତଙ୍କ ପ୍ରତିକ୍ରିୟା ଅନୁଯାୟୀ, ''କଂଗ୍ରେସ ନେତୃତ୍ୱ ସଦାସର୍ବଦା ଅନ୍ୟମାନଙ୍କୁ ସୁଯୋଗ ଦିଏ । 1997 ମସିହାରୁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ସହ ଜଡିତ ରହି ସବୁବେଳେ ଲୋକଙ୍କ ସେବା ପାଇଁ ସୁଯୋଗ ପାଇଥିଲି । 2014 ମସିହାରେ ଆଞ୍ଚଳିକ ନେତୃତ୍ବକୁ କଂଗ୍ରେସ ଭରଷା କରିଥିବାରୁ ମୁଁ ଦଳ ଛାଡିଥିଲି । ଏବେ କେବଳ ନେତୃତ୍ବ ବଦଳିଛି, ହେଲେ କଂଗ୍ରେସ ତୃଣମୂଳସ୍ତରରେ ରହିଛି ।''
ଏହା ମଧ୍ୟ ପଢନ୍ତୁ-BJPରେ ଯୋଗ ଦେଲେ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ
ଏଠାରେ ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ମହାକାଳପଡ଼ା ତଥା ବର୍ତ୍ତମାନର ରାଜନଗର ଆସନ ସ୍ବର୍ଗତ ନଳିନୀ ମହାନ୍ତିଙ୍କର ହୋଇ ରହିଥିବାବେଳେ ୨୦୦୯ ମସିହାରେ ନଳିନୀଙ୍କୁ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିବା ପାଇଁ ପଡିଥିଲା । ପରେ ନଳିନୀଙ୍କ ଦେହାନ୍ତ ପରେ କଂଗ୍ରେସ ଦଳ ତାଙ୍କ ପୁଅ ଅଂଶୁମାନଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା । 2014ରେ ଅଂଶୁମାନ ଏଠାରୁ ବିଜୟୀ ହୋଇ ରାଜନଗରର ବିଧାୟକ ହୋଇଥିଲେ । ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି । କେନ୍ଦ୍ରାପଡା ରାଜନଗର ବ୍ଲକର ଯୁବନେତା ପ୍ରଶାନ୍ତ କୁମାର ରାଉତ ଏକ ଜଣାଶୁଣା ନାଁ ହୋଇଥିବାବେଳେ ଆଗକୁ ଏଠାରୁ ସେ କଂଗ୍ରେସରୁ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଶାନ୍ତ । ପରବର୍ତ୍ତୀ ସମୟରେ କଂଗ୍ରେସ ଦଳରେ ନେତୃତ୍ୱ ପରିବର୍ତ୍ତନକୁ ବିରୋଧ କରି ସେ 2014ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ମାତ୍ର କଂଗ୍ରେସ ନେତୃତ୍ତ୍ବ ନେଉଥିବା ଅଂଶୁମାନ ବର୍ତ୍ତମାନ ବିଜୁ ଜନତା ଦଳରେ ଯୋଗ ଦେବାପରେ ଲୋକମାନଙ୍କ ସହ ସେ ମନ ଇଚ୍ଛା ମିଶିବା ଓ କାମ କରିବା ସମ୍ଭବ ହୋଇ ପାରିବ ନାହିଁ ବୋଲି ଅନୁଭବ କରି ବିଜୁ ଜନତା ଦଳ ତ୍ୟାଗ କରିଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ । ଚାପରେ ରହି କାମ କରିବା ଅପେକ୍ଷା ପୁରୁଣା ସଂଗଠନକୁ ଫେରିଯାଇ ଲୋକମାନଙ୍କ ସହିତ ମିଶିବା ଏବଂ କାମ କରିବା ପାଇଁ ସୁଯୋଗ ମିଳିବ ବୋଲି ଅନୁଭବ କରି ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ କଂଗ୍ରେସ ଦଳକୁ ମଜଭୁତ କରିବା ପାଇଁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି ପ୍ରେସମିଟରେ ମତ ରଖିଛନ୍ତି ପ୍ରଶାନ୍ତ । ଅପରପକ୍ଷରେ ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଦାମୋଦର ବିଶ୍ୱାଳଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡା