ଭୁବନେଶ୍ବର: ସହର ଭିତରେ ପଶି ଆତଙ୍କ ରଚିଲେ ଧରାପଡିବେ ଅପରାଧି । ରାଜ୍ୟ ବାହାରୁ ଆସି ଅପରାଧ ଘଟାଇ ଖସି ଯାଇପାରିବେନି ଦୁର୍ବୃତ୍ତ । ରାଜଧାନୀରେ ଅପରାଧି ଓ ଅପରାଧର ଟ୍ରେଣ୍ଡ ଭାଙ୍ଗିବାକୁ ପୋଲିସ ଚଳାଇଛି ସ୍ମାର୍ଟ ସିଟି ପ୍ଲାନ । ଏନେଇ ସହରରେ ବିଭିନ ଛକ ଓ ଗଳି କନ୍ଦିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କ୍ୟାମେରା ଲଗାଇବାକୁ ଯୋଜନା ହୋଇଛି । ଏନେଇ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ ।
ରାଜଧାନୀରେ ବଢୁଛି ଅପରାଧ:
ବିଗତ କିଛି ଦିନ ଧରି ସହରରେ ଅପରଧିଙ୍କ ଚଳପ୍ରଚଳ ଓ ଗତିବିଧି ଏବେ ପୋଲିସକୁ ଅଡୁଆରେ ପକାଇଛି । ଦୀର୍ଘଦିନ ହେବ ଆପାର୍ଟମେଣ୍ଟର ଲୁଟେରା କେତେବେଳେ କେଉଁ ଆପାର୍ଟମେଣ୍ଟରୁ ଚୋରି କରୁଛନ୍ତି । ଏପରିକି ହାଇ ପ୍ରୋଫାଇଲ୍ ଅଞ୍ଚଳରେ ମଧ୍ୟ ପଶି ରାଜ୍ୟ ବାହାରୁ ଆସି ଚୋରି କରି ଛୁ ମାରୁଛନ୍ତି । କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ହେଉ ବା ଷ୍ଟାର ହୋଟେଲ ଭିତରେ ବିବାହ ମଣ୍ଡପରୁ ଚୋରି ଘଟଣା ସବୁ କିଛି ଦେଖି ପୋଲିସ ଅପରାଧିଙ୍କ ହାବଭାବ ଓ ଗତିବିଧି ଟ୍ରାକ ପାଇଁ ଏବେ ଫୋକସ କରୁଛି ।
ଅପରାଧିଙ୍କୁ ଚେକ୍ ଦେବାକୁ ଯୋଜନା:
ସହର ଭିତରେ ଅପରାଧ ଓ ଅପରାଧିଙ୍କୁ ଚେକ୍ ଦେବା ପାଇଁ ଟେକ୍ନୋଲୋଜିର ଉପାୟ ଆପଣାଇବାକୁ ଯୋଜନା କରିଛି କମିଶନରେଟ ପୋଲିସ । ଭିଡ଼ ଭିତରେ ଅପରାଧିଙ୍କୁ ସହଜରେ ଚିହ୍ନିବା ପାଇ AI ଟେକ୍ନୋଲୋଜିର ସହାୟତା ନେବା ପାଇଁ ଯୋଜନା ଚାଲିଛି । କାରଣ କେତେବେଳେ କେଉଁ ଅପରାଧି ଆସି କେଉଁଠି ଅପରାଧ ଘଟାଇଛି ସେନେଇ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହେଉଛି । ଜେଲ ଫେରନ୍ତା ହେଉ କି ସଜ୍ଜା କାଟି ଜେଲରୁ ଫେରିଥିବା ଅପରାଧି । ଅପରାଧ ସମୟରେ କ୍ୟାମେରା ହାବୁଡ଼ରେ ପଡ଼ିଲେ । ଆପଣାଛାଏ AI ଜରିଆରେ ଚିହ୍ନି ହୋଇଯିବ ଅପରାଧି । ସନ୍ଦିଗ୍ଧ ଅପରାଧିଙ୍କୁ ଚିହ୍ନବା ଓ ତୁରନ୍ତ ସେମାନଙ୍କୁ ଅପରାଧି ଘଟାଇବାର ତତକ୍ଷଣାତ୍ ଟେକ୍ନୋଲୋଜି ମାଧ୍ୟମରେ ଧରିବା ପାଇଁ ଏଭଳି ଯୋଜନ ପରିକଳ୍ପନା ହୋଇଛି ।
ଭୁବନେଶ୍ବରରେ 2000 କ୍ୟାମେରା ଲଗାଇବାକୁ ପ୍ରସ୍ତାବ:
ଭୁବନେଶ୍ୱରରେ ୨୦୦୦ ହଜାର କ୍ୟାମେରା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଲାଗିଥିବା କ୍ୟାମେରାକୁ ଛାଡି 250ରୁ ଅଧିକ ଲୋକେସନରେ ଏହି ନୂଆ ଟେକ୍ନୋଲୋଜିର AI କ୍ୟାମେରା ଲଗାଇବାକୁ ପ୍ଲାନ୍ କରାଯାଇଛି । କିଏ ଅପରାଧି ଓ କିଏ ଅପରାଧ ପାଇଁ ସହରରେ ଘୁରି ବୁଲୁଛି ସବୁ କିଛି ମନିଟର ପାଇଁ ଏଭଳି ଉପାୟରେ ଟ୍ରାକ କରିବା ପାଇଁ କମିସନରେଟ ପୋଲିସ ଏଭଳି AI କ୍ୟାମେରା ପାଇଁ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ପ୍ରସ୍ତାବ ସରକାରଙ୍କୁ ଦେଇଛି ।
- ଭୁବନେଶ୍ୱରରେ ୨୦୦୦ ହଜାର କ୍ୟାମେରା ଲଗାଇବାକୁ ପ୍ରସ୍ତାବ
- 250ରୁ ଅଧିକ ସ୍ଥାନରେ AI କ୍ୟାମେରା ଲଗାଇବାକୁ ପ୍ଲାନ
- ସରକାରଙ୍କୁ ପ୍ରସ୍ତାବ ଦେଲା ପୋଲିସ
ଲାଗିବ ଏଆଇ ବେସଡ କ୍ୟାମେରା:
ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ‘ଭୁବନେଶ୍ୱର ଭଳି ସ୍ମାର୍ଟସିଟିରେ ପାଖାପାଖି 1000 କ୍ୟାମେରା ଲାଗିଛି । ଲୋକସଂଖ୍ୟା ଓ ପରିସୀମାକୁ ଦେଖି ଆହୁରି କ୍ୟାମେରା ଲଗାଇବାର ଆବଶ୍ୟକତା ଅଛି । ତେଣୁ ଆମେ ଆହୁରି କ୍ୟାମେରା ଲଗାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । କେବଳ କ୍ୟାମେରା ନୁହେଁ AI ବେସଡ କ୍ୟାମେରା ।ଯଦି କୌଣସି ଅପରାଧି ବା ସନ୍ଦେହ ଜନକ ଅବସ୍ଥାରେ ରହିଥିଲେ ସେସବୁ ମନିଟର କରିହେବ । ହ୍ୟୁମାନ ଆନାଲିସ ଦ୍ବାରା AI ଟେକ୍ନୋଲୋଜି ଜରିଆରେ ଏହା ଆହୁରି ତ୍ବରାନ୍ବିତ ହୋଇପାରିବ । ଆମେ ବିଶ୍ବାସ କରୁଛୁ ଏଭଳି କ୍ୟାମେରା ଓ ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ପୋଲିସ ଯେଉଁ ପ୍ରିଭେନସନ ଓ ଡିଟେକ୍ସନ ସେବା ଯୋଗାଉଛି ତାହା ଆହୁରି ତ୍ବରାନ୍ବିତ ହୋଇପାରିବ ।
ସେ ଆହୁରି ମଧ୍ୟ କହିଛନ୍ତି, ‘ବିଗତ କିଛି ଦିନ ଧରି ଯେଭଳି ଅପରାଧିକ ତତ୍ତ୍ବ ଘଟୁଛି । ଆମକୁ ଶିଖିବାକୁ ପଡିବ ଆମକୁ ଆହୁରି କ୍ୟାମେରା ଅଧିକ ଲଗାଇବାକୁ ପଡିବ । ଦ୍ବିତୀୟ କଥା ହେଉଛି ଜନସାଧାରଣଙ୍କୁ ମଧ୍ୟ ନିବେଦନ କରୁଛୁ କେବଳ ସୁରକ୍ଷା ଓ ନିରାପତ୍ତା ଯେ କେବଳ ପୋଲିସର ନୁହେଁ ଏହା ଏକ କମିସନରେଟ ପୋଲିସର ସହଭାଗିତା ରହିଛି । ତେଣୁ ଜନସାଧାରଣ ମଧ୍ୟ ସେମାନେ ମଧ୍ୟ ସେମାନଙ୍କର ଧନ ଜୀବନ ପ୍ରତି ସୁରକ୍ଷା ପାଇଁ କ୍ୟାମେରା ଓ ସୁରକ୍ଷିତ ବ୍ୟବସ୍ଥା ଓ ସତର୍କ ରୁହନ୍ତୁ ଫଳରେ ଅସାମାଜିକ ତତ୍ତ୍ବ ଠାରୁ ବର୍ତ୍ତି ହେବ ।
IBIOS ଟେକ୍ନୋଲୋଜି ଆପ ଚାଲିଛି ଟେଷ୍ଟିଂ:
କେବଳ କ୍ୟାମେରା ନୁହେଁ ପୋଲିସ ମଧ୍ୟ ଏକ ଆପ ବ୍ୟବହାର କରୁଛି । ଯାହାର ନା ରହିଛି IBIOS ଆପ । ଏହା ଜରିଆରେ ଭୁବନେଶ୍ୱର ରାତ୍ରିକାଳୀନ ସମୟରେ ପାଟ୍ରୋଲିଂ ଓ ବିଭିନ୍ନ ଖଟ୍ଟି ଆଡ୍ଡା ଓ ସନ୍ଦିଗ୍ଧ ସ୍ଥାନରେ ଅତର୍କିତ ଚଢ଼ାଉ ବେଳେ ପୋଲିସ ଏହି ଆପ୍ ବ୍ୟବହାର କରୁଛି । ଏହି ଆପ ଜରିଆରେ ସହଜରେ ଅପରାଧିଙ୍କୁ ଚିହ୍ନିହେବ ।
କେମିତି କାମ କରୁଛି ଏହି ଆପ୍ ?