ଭୁବନେଶ୍ବର: ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହେଲା ରାଜଧାନୀର ରାଜରାସ୍ତା । ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବମୁଖର ରାଜଧାନୀ। ପ୍ରତି ଗଳିକନ୍ଦିରେ ମାଳମାଳ ପୋଲିସ ପଇଁତରା । ରାତି ପାହିଲେ ପାଟ୍ରୋଲିଂରେ ବାହାରି ପଡୁଛି କମିଶନରେଟ ପୋଲିସ । କିନ୍ତୁ ଆଜି ସକାଳୁ ରାଜଧାନୀର ବ୍ୟସ୍ତ ବହୁଳ ରସୁଲଗଡ ଅଞ୍ଚଳରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମଞ୍ଚେଶ୍ବର ଥାନା ରସୁଲଗଡ ଛକରେ ଘଟିଛି ହତ୍ୟାକାଣ୍ଡ। ତାହା ପୁଣି ଜଣେ ପୋଲିସ ମିତ୍ରଙ୍କୁ। ନିଜ ବାଇକରେ ଯାଉଥିବା ଜଣେ ପୋଲିସ ଇନଫର୍ମରକୁ ବିଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାସ୍ତା ଉପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିବାବେଳେ ଏନ୍ଏଚ ଉପରୁ ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରିଛି ପୋଲିସ।
Bhubaneswar Murder Video (ETV Bharat) ନେଇଗଲେ କଟୁରୀ ଛାଡିଗଲେ ବେଣ୍ଟ
ବାଣୀବିହାର ଛକରୁ ରସୁଲଗଡକୁ ଯୋଗାଯୋଗ କରୁଥିବା ରାସ୍ତାରେ ରେଲଓ୍ବେ ଓଭରବ୍ରିଜ ଉପରେ ଅର୍ଥାତ୍ ଏନ୍ ଏଚ କଡ଼ରେ ଥିବା ଏକ ତାରକା ହୋଟେଲ ସାମ୍ନାରେ ଘଟିଛି ହତ୍ୟାକାଣ୍ଡ ।ଆଜି ଭୋରୁ ଭୋରୁ ରାସ୍ତା ଉପରେ ରକ୍ତରଞ୍ଜିତ ଅବସ୍ଥାରେ ଜଣେ ବ୍ୟକ୍ତି ପଡ଼ିଥିବା ବେଳେ ପାଖରେ ଗାଡି ମଧ୍ୟ ପଡ଼ିଛି। ଏନେଇ ଲୋକେ ପୋଲିସକୁ ଖବର ଦେଇଥିଲେ । ପ୍ରଥମେ ଲୋକେ ଦୁର୍ଘଟଣା ସନ୍ଦେହ କରି ଜମା ହେବା ପରେ ମୃତଦେହର ବେକରେ ଥିବା କଟା ଦାଗ ଦେଖି ସନ୍ଦେହ ହୋଇଥିଲା। ଅର୍ଥାତ୍ ଯେଉଁ ଭଳି ଭାବେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ବିଭତ୍ସ ହତ୍ୟା କରାଯାଇଛି ଏହା ହତ୍ୟା ମାମାଲା ଭାବି କେହି ମୃତଦେହ ଛୁଇଁନଥିଲେ। ହତ୍ୟାକାଣ୍ଡ ସ୍ଥାନରୁ ଏକ କଟୁରୀର ବେଣ୍ଟ ମଧ୍ୟ ଦେଖିବାକୁ ମିଳିଥିଲା।
Bhubaneswar Murder (ETV Bharat) କଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ
ଏହା ଏକ ହତ୍ୟାକାଣ୍ଡ ବୋଲି ଲୋକେ ସନ୍ଦେହ କରିଥିଲେ। ଏନେଇ ପ୍ରତ୍ୟକ୍ଷଦର୍ଶୀ ପ୍ରଭାତ ଜେନା କହିଛନ୍ତି ‘‘ହାଣିକି ରାସ୍ତା ଉପରେ ପକାଇଛନ୍ତି । ଆମେ ଆସିଲା ବେଳକୁ ଦେଖିଲୁ ପିସିଆର ଉଠାଇକି ଭ୍ୟାନରେ ନେଉଛି । ଲୋକର ବେକ ପୁରା କଟିଛି । ମୁଣ୍ଡକୁ ଗଣ୍ଡି ଅଲଗା କଲା ଭଳି ତାକୁ ହାଣିଛନ୍ତି । ତାର ଗାଡି ମଧ୍ୟ ପୋଲିସ ପାଇଛି’’। ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ପିଣ୍ଟୁ ନାମକ ଯୁବକ କହିଛନ୍ତି ‘‘ଲୋକଟାକୁ କିଏ ହାଣି ପକାଇକି ପଳେଇ ଥିଲେ। ପୋଲିସ ତାକୁ ଆସି ତାର ଗାଡି ଆସି ନେଇକି ଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଏମିତି କିଏ କରିଥାଇପାରେ। ଏମିତି ରାସ୍ତା ଉପରେ ହାଣି ପକାଇଛନ୍ତି ମାନେ ତାକୁ ପିଛା କରି ପଛରୁ ଗୋଡେଇକି ଆସି ହତ୍ୟା କରିଥାଇପାରନ୍ତି’’। କିଛି ସମୟ ପରେ ସହିଦନଗର ଥାନା ଓ ମଞ୍ଚେଶ୍ବର ଥାନା ପୋଲିସ ପହଁଚିବା ପରେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଉଦ୍ୟମରେ ମୃତଦେହକୁ ପୋଲିସ ଗାଡିରେ ଭର୍ତ୍ତି କରି ଡାକ୍ତରଖାନା ନେଇଥିଲା ପୋଲିସ।
Bhubaneswar Murder (ETV Bharat) ଗାଡି ନମ୍ବରରୁ ମିଳିଲା ପରିଚୟ
ତେବେ ଅବସ୍ଥା ଏପରି ଥିଲା ମୁଣ୍ଡ ଓ ଗଣ୍ଡିକୁ ଅଲଗା କଲା ଭଳି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଏପରି ଭାବେ ହତ୍ୟା କରିଥିଲେ ଯେ ଅସ୍ତ୍ରର ବେଣ୍ଟ ତାର ବେକ ପାଖରେ ରହିଥିବା ଦେଖିବାକୁ ମିଳିଥିଲା। ମୃତଦେହ ପାଖରୁ ଏକ ନାଲି ରଙ୍ଗର ସ୍କୁଟି ମିଳିଥିଲା । ତେବେ ସ୍କୁଟି ନମ୍ବର OD02CX1697ଥିଲା। ଯେଉଁ ଗାଡିଟି ମୃତଦେହ ପାଖରେ ପଡ଼ିଥିଲା। ଗାଡି ନମ୍ବରରୁ ମୃତଦେହଙ୍କ ପରିଚୟ ସହଦେବ ନାୟକ ବୋଲି ଜଣାପଡିଛି। ମୃତକ ଜଣକ କ୍ୟାପିଟାଲ ଥାନା ଅଞ୍ଚଳର ସହଦେବ ନାୟକ ବୋଲି ସ୍ପଷ୍ଟ ହୋଇଥିଲା। କେବଳ ସେତିକି ନୁହେଁ ସେ ଜଣେ ପୋଲିସ ମିତ୍ର । ବସ୍ତି ଚାଲ ଅଭିଯାନରେ ସେ ପୋଲିସ ମିତ୍ର ଭାବେ କାମ କରୁଥିଲା। ହତ୍ୟା ପଛରେ ରାଜନୈତିକ ଆକ୍ରୋଶ ନଚେତ ଡ୍ରଗସ କାରବାରକୁ ନେଇ ମାଫିଆଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି ।
Bhubaneswar Murder (ETV Bharat) ଅଧିକ ପଢନ୍ତୁ ବ୍ରାଉନସୁଗାର କାରବାରରେ ପୋଲିସ ମିତ୍ରଙ୍କ ଭାଇ ଗିରଫ
ବିଧାୟକଙ୍କ ଘନିଷ୍ଠ ସହଯୋଗୀ
ତେବେ ଅନେକ ଥର ସେହି ପୋଲିସ ମିତ୍ର ସହଦେବ ନାୟକ ନାଁରେ ଡ୍ରଗସ କାରବାର ଅଭିଯୋଗ ଆସିଥିଲା। ଏପରିକି ଅବକାରୀ ଟିମ୍ ମଧ୍ୟ ଥାନାରେ ତାକୁ ଅଟକ ରଖିଥିଲା। ଡ୍ରଗସ କାରବାର ମାମଲାରେ ଅବକାରୀ ଟିମ ଅନେକ ଥର ତାର ଘରେ ରେଡ୍ କରିଥିବା ବେଳେ ସେ ମଧ୍ୟ ପୋଲିସ ଅବକାରୀ ଓ ଏସଟିଏଫ ରାଡାରରେ ଥିଲା। ପୋଲିସ ମିତ୍ର ଥିବା କାରଣରୁ ସେ ବାରମ୍ବାର ଗିରଫଦାରିରୁ ଖସି ଯାଉଥିଲା । ବାରମ୍ବାର ଅଭିଯୋଗ ପରେ ତାକୁ ପୋଲିସ ମିତ୍ରରୁ କାଢି ଦିଆଯାଇଥିଲା। ଏହା ସହିତ ସେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଲୋକପ୍ରିୟ ରାଜନୈତିକ ଦଳର କର୍ମୀ ଭଳି କାମ କରୁଥିଲା। ଅନେକ ସମୟରେ ବସ୍ତିରେ ରାଜନୈତିକ କାର୍ଯ୍ୟକ୍ରମରେ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ଭାବେ ଦେଖିବାକୁ ମିଳେ।ତେବେ ପୋଲିସ ସନ୍ଦେହ କରୁଛି ଯେ ହତ୍ୟାକାଣ୍ଡ ପଛରେ ଡ୍ରଗସ କାରବାର ନଚେତ କୌଣସି ରାଜନୈତିକ ଶତୃତାରୁ ହତ୍ୟା ହୋଇଥାଏ ପାରେ।
‘‘ଆଜି ସକାଳୁ ଜଣେ ବାଇକରେ ଆସିବା ବେଳେ ତାକୁ ଦୁଇ ଜଣ ପିଛା କରି ହତ୍ୟା କରିଛନ୍ତି । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କଲେ ଜାହା ଜଣାପଡିବ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ’’ ବୋଲି ମଞ୍ଚେଶ୍ବର ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି ।
ସସପେନ୍ସରେ ଯୁବତୀ
ହତ୍ୟାକାଣ୍ଡ ସ୍ଥଳରୁ ଏକ ଭିଡିଓ ପୋଲିସ ହାତରେ ଲାଗିଛି । ଯେଉଁ ଭିଡିଓରେ ଜଣେ ଯୁବତୀଙ୍କ ସହ ଜଣେ ଯୁବକ ରହିଛନ୍ତି। ଏକ ବାଇକ ଯୋଗେ ଚେହେରା ଲୁଚାଇ ଘଟଣାସ୍ଥଳରୁ କିଛି ମାରଣାସ୍ତ୍ର ଧଳାବ୍ୟାଗରେ ଲୁଚାଇ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରୁଛି । ଏପରିକି ହତ୍ୟା ପରେ ତାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଉଦ୍ୟମ କରୁଥିଲେ ବୋଲି ସନ୍ଦେହ କରାଯାଉଛି । କାରଣ ମୃତଦେହ ପଡିଥିବା ସ୍ଥାନଟି ଏନଏଚ ହୋଇଥିବାବେଳେ ତଳେ ରେଳଧାରଣା ରହିଛି। ସେପଟେ ଯୁବତୀ ଜଣକ ନିକଟରେ ଜେଲରୁ ବାହାରିଥିବା ପୋଲିସ ହାତରେ ସୁରାକ୍ ଲାଗିଛି । କିଏ ସେହି ମହିଳା ? ହତ୍ୟାକାଣ୍ଡ ସହ କଣ ତାଙ୍କ ସମ୍ପର୍କ ସେନେଇ ପୋଲିସ ଛାନଭିନ ଚଳାଇଛି ।
Bhubaneswar Murder Video (ETV Bharat) 3 ବର୍ଷ ତଳେ 30 ମିଟର ଦୂରରେ ଘଟିଥିଲା ହତ୍ୟାକାଣ୍ଡ
ଠିକ ତିନି ବର୍ଷ ପୂର୍ବରୁ ରସୁଲଗଡର ବ୍ୟବସାୟୀଙ୍କୁ ରାସ୍ତା ଉପରେ ଛୁରି ଭୁସି ହତ୍ୟା କରିଥିଲେ ଦୁର୍ବୃତ୍ତ। ଗତ 2021ମସିହା ଡିସେମ୍ବର ୩ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସନ୍ତୋଷ ରାଉତ ନାମକ ବ୍ୟବସାୟୀଙ୍କୁ ଚେନ ଛଡେଇବାକୁ କେନ୍ଦ୍ର କରି ତାଙ୍କ ପେଟକୁ ଧାରୁଆ ଛୁରିରେ ଭୁଷି ଆକ୍ରମଣ କରିଥିଲେ। ପରେ ଦୁଇଦିନ ଧରି ଚିକିତ୍ସିତ ହେବା ପରେ ହସ୍ପିଟାଲେ ଡିସେମ୍ବର ୫ ତାରିଖରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ଯାହାକୁ ନେଇ ରାଜଧାନୀରେ ଅପରାଧିଙ୍କ ସ୍ଥିତି ନେଇ ସେତେବେଳେ ପ୍ରଶ୍ନ ଉଠିଥିଲା। ଜଣେ ବ୍ୟବସାୟୀଙ୍କୁ ଏପରି ନିର୍ମମ ହତ୍ୟା କରିବା ଘଟଣାର ଦୀର୍ଘ 3 ବର୍ଷ ପରେ ମଧ୍ୟ ପୋଲିସ ସେହି ଘଟଣାର କାଣିଚାଏ ସୁରାକ ପାଇନଥିଲା । ଏହା ପଛରେ ସେତେବେଳେ ଏକ ହାର୍ଡକୋର କେନ୍ଦ୍ରାପଡାର ଏକ ହାର୍ଡକୋର ଗ୍ୟାଙ୍ଗର ହାତ ରହିଥିବା ପୋଲିସ ସୂଚନା ପାଇଥିଲା । ହେଲେ ତିନି ବର୍ଷ ପରେ ବି ମଧ୍ୟ ସେହି ଘଟଣା ରହସ୍ୟମୟ ହୋଇ ରହିଥିବା ମୃତକଙ୍କ ସମ୍ପର୍କୀୟ ଅମୂଲ୍ୟ ପରିଡା କହିଛନ୍ତି ।
Bhubaneswar Loot Murder (ETV Bharat) 2024ରେ ରାଜଧାନୀରେ ଘଟିଛି 66 ହତ୍ୟାକାଣ୍ଡ
ରେକର୍ଡ କହୁଛି ରାଜଧାନୀରେ ଅପରାଧ ସଂଖ୍ୟା ବଢିଚାଲିଥିବା ବେଳେ କମିବାର ନାଁ ନେଉନାହିଁ । ଗତବର୍ଷ ଅର୍ଥାତ୍ 2024ର ଅପରାଧ ତାଲିକା ଉପରେ ନଜର ପକାଇଲେ ରାଜଧାନୀ ଭୁବନେଶ୍ବରରେ ସର୍ବମୋଟ 14,392 ମାମଲା ରୁଜୁ ହୋଇଛି ।ସେଥିମଧ୍ୟରୁ କେବଳ 66ଟି ହତ୍ୟାକାଣ୍ଡ ଘଟିଛି । ସେହିପରି 2586 ଟି ଚୋରି ଡକାୟତି ମାମଲା ରୁଜୁ ହୋଇଛି । 2023 ତୁଳନାରେ 2024ରେ ରାଜଧାନୀରେ ଅପରାଧ ଶତକଡା 27 ପ୍ରତିଶତ ବୃଦ୍ଧି ପାଇଛି ।
Bhubaneswar Crime Rate (ETV Bharat)