ସମ୍ବଲପୁର:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସାରା ଦେଶରେ ଅମୃତ ଭାରତ ଷ୍ଟୋସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଏହାସହ 1500 RUB ଓ ROBର ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସବୁ ପ୍ରକଳ୍ପର ମୂଲ୍ୟ 41,000 ହଜାର କୋଟି ରହିଛି । ଏଥିରେ ଓଡ଼ିଶାର ୫୭ଟି ଷ୍ଟେସନ ରହିଛି ଯାହାର ମୂଲ୍ୟ 3286 କୋଟି ରହିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 21ଟି ଷ୍ଟେସନ କାର୍ଯ୍ୟ ଆରମ୍ଭ ହେବ । ଏହାର ମୂଲ୍ୟ 900 କୋଟି ଚଙ୍କା ରହିଛି । ଏହି ଅବସରରେ ଆଜି (ସୋମବାର) ଦିନ ସମ୍ବଲପୁର ସିଟି ଷ୍ଟେସନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବହୁ ରେଳ ଷ୍ଟେସନର ପୁନଃ ନିର୍ମାଣ , ରେଳ ବିଭାଗର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କ୍ରମରେ ସମ୍ବଲପୁର ରେଳ ଡ଼ିଭିଜନର ମଧ୍ୟ ବହୁ ପ୍ରକଳ୍ପ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସାରା ଦେଶରେ 1500 ROB ଓ RUBର ଲୋକାର୍ପଣ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନା ଏବଂ 554 ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ଏଥିରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ ।