ଓଡିଶା

odisha

ETV Bharat / state

ଆରମ୍ଭ ହେଲା +3 ନାମଲେଖା ଆବେଦନ, ନାମଲେଖାରୁ ବାଦ ପଡ଼ିଲା ୧୦ କଲେଜ - PLUS THREE ADMISSION Process - PLUS THREE ADMISSION PROCESS

Application For Plus Three Admission: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ 3 ପାଇଁ ଆବେଦନ । ନାମଲେଖା ପାଇଁ ବାଦ ପଡ଼ିଛି କିଛି କଲେଜ । ବଢ଼ିଲା ସିଟ ସଂଖ୍ୟା । ଅଧିକ ପଢ଼ନ୍ତୁ...

ଆରମ୍ଭ ହେଲା +3 ନାମଲେଖା ଆବେଦନ
ଆରମ୍ଭ ହେଲା +3 ନାମଲେଖା ଆବେଦନ (ETV Bharat Odisha)

By ETV Bharat Odisha Team

Published : Jun 4, 2024, 6:53 AM IST

ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆଜିଠାରୁ ଆରମ୍ଭ ହୋଇଛି +3 ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ ଆଜିଠାରୁ ନିଜ ମନ ପସନ୍ଦର ନାମଲେଖା ପାଇଁ ଆବେଦନ ଆରମ୍ଭ କରିଛନ୍ତି । କିନ୍ତୁ ନାମଲେଖା ପାଇଁ ବାଦ ପଡ଼ିଛି ୧୦ଟି କଲେଜ । ସେପଟେ ୟୁଜିରେ ସିଟ ସଂଖ୍ୟା ବୃଦ୍ଧି କରାଯାଇଛି ।

ଆଜିଠାରୁ +3 ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ samsodisha.gov.in ୱେବସାଇଟ ମାଧ୍ୟମରେ ନାମଲେଖା ପାଇଁ ଆବେଦନ ଆରମ୍ଭ କରିଛନ୍ତି । ଗତ ଶିକ୍ଷା ବର୍ଷରେ ରାଜ୍ୟରେ ମୋଟ ୧୦୪୭ଟି କଲେଜରେ ନାମଲେଖା ହୋଇଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ରାଜ୍ୟରେ ସ୍ଵୟଂଶାସିତ ଏବଂ ଡିଗ୍ରୀ କଲେଜରେ ମୋଟ ୧୦୩୭ ଟି କଲେଜରେ ନାମ ଲେଖା ପକ୍ରିୟା ହେବ । ତେବେ ଚଳିତ ଶିକ୍ଷା ବର୍ଷରେ ୧୦ଟି କଲେଜ ନାମଲେଖା ପକ୍ରିୟାରୁ ବାଦ ପଡ଼ିଛନ୍ତି । ଏଥିରେ ବାଲେଶ୍ବର ଜିଲ୍ଲାରୁ ଗୋଟିଏ କଲେଜ ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୨ଟି କଲେଜ ଓ ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଗୋଟିଏ ଲେଖାଁଏ କଲେଜରେ ଯୁକ୍ତ 3 ନାମଲେଖା ହେବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...କାଲିଠୁ ଯୁକ୍ତି ତିନି ନାମଲେଖା ଆବେଦନ, ଜାଣନ୍ତୁ କିଭଳି କରିବେ ଆବେଦନ - Registration For Ug Admission


ଅନ୍ୟପଟେ ଗତ ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ କଲେଜରେ ସିଟ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୩-୨୪ ଶିକ୍ଷା ବର୍ଷରେ ୧୦୪୭ କଲେଜରେ ୨ ଲକ୍ଷ୍ୟ ୭୧ ହଜାର ୯୧ ସିଟ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ୨ ଲକ୍ଷ୍ୟ ୭୩ ହଜାର ୧୫ ଟି ସିଟ ରହିଛି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଜୁନ ୧୭ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ । ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ମେଧାବୀ ତାଲିକା ପ୍ରକାଶ ପାଇବ । ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ତେବେ ଛାତ୍ରଛାତ୍ରୀମାନେ ସଠିକ ଭାବରେ ଫର୍ମ ଆବେଦନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details