ନିଆଳି: ରତନପୁର ରତ୍ନ ନାହାଁନ୍ତି ସତ ଛାଡି ଯାଇଛନ୍ତି ଅନେକ ଛାପ । ଆଜି ବି ଝୁରୁଛି ଗାଁ ମାଟି ଝୁରୁଛନ୍ତି ବାପା ମାଆ । ଆଜିର ଦିନରେ ଭାରତ ମାଟିରେ ଆତତାୟୀଙ୍କ ବିସ୍ଫୋରଣରେ ଶହୀଦ ହୋଇଯାଇଥିଲେ ଅନେକ ବୀର ଯବାନ । ଏଥିରେ ଥିଲେ କଟକ ଜିଲ୍ଲା ନିଆଳି ଥାନା ରତନପୁର ପଞ୍ଚାୟତର ଜିତେନ୍ଦ୍ର ବେହେରାଙ୍କ ଏକମାତ୍ର ପୁଅ ମନୋଜ କୁମାର ବେହେରା । ମନୋଜଙ୍କ ସହିଦକୁ 5 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ଝୁରୁଛନ୍ତି ସ୍ଥାନୀୟ ବାସିନ୍ଦା । କଟକ ଜିଲ୍ଲା ନିଆଳି ବ୍ଳକ ରତନପୁର ଗାଁର ଜିତେନ୍ଦ୍ର ବେହେରା ଏବଂ ସାବିତ୍ରୀଙ୍କ ଏକମାତ୍ର ପୁତ୍ର ସହିଦ ମନୋଜ ବେହେରା । ମନୋଜ ଘରର ଏକମାତ୍ର ରୋଜଗାରିଆ ପୁଅ ରହିଥିବା ବେଳେ ବର୍ତ୍ତମାନ ପୁଅକୁ ଝୁରି ଦିନ କାଟୁଛନ୍ତି ବାପା ମାଆ ।
2019 ମସିହା ଫେବୃଆରୀ 14 ତାରିଖ । ସାରା ଦେଶ ପାଇଁ ଥିଲା କଳା ଦିନ । ଠିକ ଆଜିର ଦିନରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ୨୦୧୯ ଫେବୃୟାରୀ ମାସର ୧୯ ତାରିଖ ଦିନ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡିର ଏକ କନଭେନ୍ଯୁ ଜମ୍ମୁ ଜମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ଲେଥାପୋରାରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଗଡିଥିଲା ଭାରତୀୟ ସୁରକ୍ଷା କର୍ମୀଙ୍କ ମୁଣ୍ଡ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ଶହୀଦ ହୋଇଯାଇଥିଲେ । ଏହି ବିସ୍ଫୋରଣରେ ଦୁଇ ଜଣ ଓଡ଼ିଶା ପୁଅ ସହିଦ ହୋଇଥିଲେ। ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ପ୍ରସନ୍ନ କୁମାର ସାହୁ ଏବଂ ରତନପୁରର ରତ୍ନ ମନୋଜ ବେହେରା। ଦେଶ ପାଇଁ ବଳିଦାନ ଦେଇଥିବା ଦୁଇ ବୀର ଯାବନଙ୍କ ଶହୀଦକୁ ଆଜି 5 ବର୍ଷ ପୂର୍ତ୍ତି ହୋଇଛି ।