ଓଡିଶା

odisha

ETV Bharat / state

10 ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଜଗତସିଂହପୁରର 10 ପଞ୍ଚାୟତବାସୀ - ମୌଳିକ ସୁବିଧା ଦାବିରେ ଆନ୍ଦୋଳନ

People Protest : ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରେଢୁଆ ବନ୍ଦ ଡାକରା । ଜଗତସିଂହପୁର ଜିଲ୍ଲାର ଦଶଟି ପଞ୍ଚାୟତକୁ ଗଠିତ ଏହି ଦଳ । ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଦାବି କରି ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଏହି ଦଶଟି ଗ୍ରାମର ବାସିନ୍ଦା । ଅଧିକ ପଢ଼ନ୍ତୁ,

ଆନ୍ଦୋଳନକୁ ଓଲ୍ଲାଇଲେ ଜଗତସିଂହପୁରର ଦଶଟି ପଞ୍ଚାୟତବାସୀ
ଆନ୍ଦୋଳନକୁ ଓଲ୍ଲାଇଲେ ଜଗତସିଂହପୁରର ଦଶଟି ପଞ୍ଚାୟତବାସୀ

By ETV Bharat Odisha Team

Published : Feb 6, 2024, 10:29 PM IST

ଆନ୍ଦୋଳନକୁ ଓଲ୍ଲାଇଲେ ଜଗତସିଂହପୁରର ଦଶଟି ପଞ୍ଚାୟତବାସୀ

ଜଗତସିଂହପୁର: ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରେଢୁଆ ବନ୍ଦ ଡାକରା । ଜଗତସିଂହପୁର ଜିଲ୍ଲାର ଦଶଟି ପଞ୍ଚାୟତକୁ ଗଠିତ ଏହି ଦଳ । ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଦାବି କରି ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଏହି ଦଶଟି ଗ୍ରାମର ବାସିନ୍ଦା । ନିର୍ବାଚନ ପୂର୍ବରୁ ଦାବି କରାଯାଇଥିବା ସମସ୍ୟାର ସମାଧାନ ପାଇଁ କହିଛନ୍ତି । ଯଦି ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନହୁଏ ତେବେ ନିର୍ବାଚନରେ ଭୋଟ ବର୍ଜ୍ଜନର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ମାନେ ।

ଆଜି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଠାରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରେଢୁଆ ବନ୍ଦ ଡାକରା ଦିଆଯାଇଛି । ଦଶଟି ପଞ୍ଚାୟତକୁ ନେଇ ଗଠିତ ଏହି ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଗ୍ରାମାଞ୍ଚଳରେ ମୌଳିକ ସୁବିଧା ଦାବି କରିଛନ୍ତି ଏହି ଆନ୍ଦୋଳନକାରୀ । ସେନେଇ ଶତାଧିକ ଲୋକ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଆନ୍ଦୋଳନ ପ୍ରଭାବରେ ରେଢୁଆ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅନ୍ୟପଟେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ଥିବା ମଧ୍ୟ ଦେଖାଯାଇଛି । ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ପାଇଁ ଜଳ ସେଚନ ଆଦି ଯୋଗାଇବାରେ ପ୍ରଶାସନ ଫେଲ ମାରିଥିବା ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳର ଲୋକଙ୍କ ପାଇଁ ନିର୍ବାଚନ ପୂର୍ବରୁ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନକରା ଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଏହି 10ଟି ପଞ୍ଚାୟତର ଲୋକେ ଭୋଟ ବର୍ଜ୍ଜନ କରିବେ ଏବଂ କୌଣସି ରାଜନୈତିକ ଦଳର ନେତାଙ୍କୁ ଗାଁରେ ପୁରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଖରାଦିନ ନ ଆସୁଣୁ ବଢ଼ିଲାଣି ଜଳ କଷ୍ଟ; ଆନ୍ଦୋଳନ ଚେତାବନୀ ଦେଲେ ବାଇରୋଇବାସୀ

ଆଞ୍ଚଳିକ ବିକାଶ ପରିଷଦର ଉପଦେଷ୍ଟା ପ୍ରାଣକୃଷ୍ଣ ନାୟକ କହିଛନ୍ତି ଯେ ‘‘ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଅଞ୍ଚଳରେ 10ଟି ପଞ୍ଚାୟତର ପ୍ରାୟ 30 ହଜାରରୁ ଅଧିକ ଲୋକ ବସବାସ କରିଥାନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ ଏହି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ଅବହେଳା ପଦର୍ଶନ କରି ଆସୁଛି ।’’ ରେଢୁଆ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ବାରମ୍ବାର ଦାବି କରାଯାଉଛି । ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ 10 କୋଟି ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଜମି ଯୋଗାଇ ଦେବାରେ ବିଫଳ ହୋଇଛି।ସ୍ଥାନୀୟ ଲୋକେ ରଘୁନାଥପୁର ତହସିଲଦାରଙ୍କ ନିକଟରେ ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ କରି ଆସୁଛନ୍ତି । ଜିଲ୍ଲାପାଳଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ତା’ ପରେ ମଧ୍ୟ ଜମି ଯୋଗାଇ ଦିଆ ଯାଉ ନଥିବାରୁ ଲୋକେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ।

ସେହିପରି ଏହି ଅଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ଏକମାତ୍ର ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ରହିଛି । ଏହି ମହାବିଦ୍ୟାଳୟ 1987 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ସରକାର 1993ରେ ସରକାରୀ ସ୍ୱୀକୃତି ପ୍ରଦାନ କରିଥିଲେ । ହେଲେ ବିଡମ୍ବନାର ବିଷୟ ଯେ ଏହି ମହାବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର କ୍ଲାସ ଖୋଲାଯାଉ ନାହିଁ । ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ 20 କିଲୋମିଟର ଦୂର ଜଗତସିଂହପୁର ଉପରେ ନିର୍ଭର କରିଆସୁଛନ୍ତି । ସେହିପରି ରେଢୁଆ ଅଞ୍ଚଳରେ ଥିବା ଆରଆଇ ଅଫିସରେ କର୍ମଚାରୀ ନାହାନ୍ତି । ଜଣେ ଲୋକ ସାଧାରଣ କାର୍ଯ୍ୟ ପାଇଁ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details