ଓଡିଶା

odisha

ETV Bharat / state

ଆଜିଠୁ ନର୍ସିଂ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ... - Nursing staff protest in odisha - NURSING STAFF PROTEST IN ODISHA

NURSING STAFF PROTEST: ଆଜିଠୁ ନର୍ସିଂ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ । ଯାହାର ପ୍ରଭାବ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଡ଼ିଛି । ସେପଟେ ଆନ୍ଦୋଳନରୁ ଓହରିବା ପାଇଁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

NURSING STAFF PROTEST IN ODISHA
NURSING STAFF PROTEST IN ODISHA (ETV Bharat Odisha)

By ETV Bharat Odisha Team

Published : Sep 28, 2024, 6:44 PM IST

ଭୁବନେଶ୍ବର/ଯାଜପୁର:ଆଜିଠୁ ନର୍ସିଂ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ । ୧୦ ଦଫା ଦାବି ନେଇ ସିରିଞ୍ଜ ଛାଡ ଆନ୍ଦୋଳନରେ ଅଡି ବସିଛନ୍ତି ନର୍ସିଂ ଷ୍ଟାଫ୍ । ସରକାରଙ୍କ ଏସମାକୁ ମଧ୍ୟ ନିଘା ନାହିଁ । ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁଁ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ସ୍ବାସ୍ଥ୍ୟସେବା । ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନର୍ସିଂ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିଯିବା ପାଇଁ ନିବେଦନ କରିଛନ୍ତି ।

ଜିଦରେ ଅଟଳ ନର୍ସିଂ କର୍ମଚାରୀ :

NURSING STAFF PROTEST IN ODISHA (ETV Bharat Odisha)
ଆନ୍ଦୋଳନରତ ନର୍ସିଂ କର୍ମଚାରୀ କହିଛନ୍ତି,"ନର୍ସିଂ ଷ୍ଟୁଡେଣ୍ଟ୍ ମାନଙ୍କୁ କିଛି ସ୍ଥାନରେ ନିୟୋଜିତ କରାଯାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏହି ବିକଳ୍ପ ସରକାରଙ୍କ ବିଫଳତା । ରୋଗୀଙ୍କ ଜୀବନ ସହ ସରକାର ଖେଳ ଖେଳୁଛନ୍ତି । ଯଦି ସରକାର ଆମ କଥା ନଶୁଣନ୍ତି ତେବେ ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ ।"


ଧାରଣାରେ ନର୍ସିଂ ଅଫିସର, ରୋଗୀ ହନ୍ତସନ୍ତ:

NURSING STAFF PROTEST IN ODISHA (ETV Bharat Odisha)
କ୍ୟାପିଟାଲ ହସ୍ପିଟାଲରେ ଥିବା କାକଟପୁରର ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି,"ସକାଳ ସମୟରୁ ଆସିଲୁଣି ନା ଡାକ୍ତରଙ୍କ ଦେଖା ଅଛି ନା ନର୍ସଙ୍କ ଦେଖା ମିଳୁଛି । ଆଡ଼ମିଶନ କରିଦେଇଛନ୍ତି କିନ୍ତୁ ଠିକ ଭାବରେ ରୋଗୀଙ୍କୁ ଦେଖାଉନାହାନ୍ତି । ଯାହା ଶୁଣା ଯାଉଛି ନର୍ସିଂ ଅଫିସର ମାନେ ଧାରଣାରେ ବସିଛନ୍ତି । ତେବେ ରୋଗୀଙ୍କ କଥା ବୁଝିବ କିଏ ? ବହୁତ ଡର ଭୟ ଲାଗୁଛି । "
NURSING STAFF PROTEST IN ODISHA (ETV Bharat Odisha)

ଏହା ମଧ୍ୟ ପଢନ୍ତୁ....ଆନ୍ଦୋଳନରେ ନର୍ସ; MKCGରେ ହନ୍ତସନ୍ତ ରୋଗୀ, ଇଟିଭି ଭାରତର ରିୟଲିଟି ଚେକ୍ - MKCG Medical Reality Check

ଏହା ମଧ୍ୟ ପଢନ୍ତୁ....ଏସମା ସତ୍ତ୍ବେ ଆନ୍ଦୋଳନରେ ନର୍ସିଂ ଷ୍ଟାଫ୍, ବନ୍ଦ କଲେ ଜରୁରୀକାଳୀନ ଚିକିତ୍ସା, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ.. - Nursing Staff Cease Work Strike

ଏହା ମଧ୍ୟ ପଢନ୍ତୁ....ଆଜିଠୁ ନର୍ସିଂ କର୍ମଚାରୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ ଆଶଙ୍କା - ODISHA NURSING STAFF PROTEST

ଆନ୍ଦୋଳନରୁ ଓହରିବା ପାଇଁ ନିବେଦନ:

NURSING STAFF PROTEST IN ODISHA (ETV Bharat Odisha)

ସାରା ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନରୁ ଓହରିଯିବା ପାଇଁ ଧର୍ମଶାଳାରେ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,"ସରକାର ନର୍ସିଂ ଅଫିସର ଦାବିପ୍ରତି ଦୃଷ୍ଟି ଦେଇଛନ୍ତି । ଦାବି ସମ୍ପର୍କରେ ଆଲୋଚନା ପାଇଁ ଏକ କମିଟି ଗଠନ କରାଯାଇଛି । ନର୍ସିଂ ଅଫିସରମାନଙ୍କ ଯେଉଁ ଦାବି ରହିଛି ମୋହନ ସରକାର ହେବା ପରେ ଆମେ ପ୍ରଥମେ ଗ୍ରହଣ କରିଥିଲୁ । ୧୦୨୨ ଜଣଙ୍କୁ ପ୍ରମୋସନ କରିଛୁ । ଯାହା ତାଙ୍କ ଦାବି ରହିଛି ଆମେ ସକାରାତ୍ମକ ଭାବେ ଆଲୋଚନା କରିଛୁ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ମୁଁ ସେମାନଙ୍କୁ ନିବେଦନ କରୁଛି ସ୍ବାସ୍ଥ୍ୟ ସେବାରେ ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ । ଲୋକଙ୍କ ସେବା କରନ୍ତୁ ,ଆନ୍ଦୋଳନରୁ ଓହରି ଯାଆନ୍ତୁ । "


ଇଟିଭି ଭାରତ, ଭୁବନେଶ୍ବର/ଯାଜପୁର

ABOUT THE AUTHOR

...view details