ଜଗତସିଂହପୁର: ''ପୂର୍ବୋଦୟର ବିକାଶ ପାରାଦ୍ବୀପରୁ ଆରମ୍ଭ ହେବ । ଓଡ଼ିଶା ତଥା ଭାରତର ବିକାଶର ଗତିକୁ ତୀବ୍ର କରିବା ପାଇଁ ବଡ଼ ଭୂମିକା ନେବ । ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ ପାରାଦ୍ୱୀପ । 61 ହଜାର କୋଟି ଟଙ୍କାର ବିନିମୟରେ ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ଆରମ୍ଭ ହେବ ଓ ଓଡ଼ିଶାର ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ବଢ଼ିବ ।'' ପାରାଦ୍ବୀପର ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।
ବିକାଶର ଗତିକୁ ତୀବ୍ର କରିବ ପାରାଦ୍ବୀପ:
କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନକହିଛନ୍ତି, "ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ । ଓଡ଼ିଶା ତଥା ଭାରତର ବିକାଶର ଗତିକୁ ତୀବ୍ର କରିବା ପାଇଁ ପାରାଦ୍ବୀପ ବଡ଼ ଭୂମିକା ନେଇଛି । ପାରାଦ୍ୱୀପରେ 61 ହଜାର କୋଟି ଟଙ୍କାର ବିନିମୟରେ ମେଗା ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ଆରମ୍ଭ ହେବାକୁ ଯାଉଛି । ଭଦ୍ରକରେ ସାଢେ 4 ହଜାର କୋଟି ଟଙ୍କାର ଟେକ୍ସ ଟାଇଲ ପାର୍କ ପାଇଁ ବି ମଞ୍ଜୁର କରାଯାଇଛି । ଏସବୁ ହେଲେ ଓଡ଼ିଶାରେ ଶିଳ୍ପାୟନ ହେବ । ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ବଢ଼ିବ । ଓଡ଼ିଶାର ରାଜସ୍ବ ବଢ଼ିବ । ଓଡ଼ିଶାର କଲ୍ୟାଣ ପାଇଁ ଆହୁରି ସୁଗମ ବ୍ୟବସ୍ଥା ହେବ । ଭାରତର ପୂର୍ବଦୟର ବିକାଶ, ଭାଜପା ସରକାରର ପ୍ରୟାସ ।"
ବିଜେଡିକୁ ସମାଲୋଚନା କଲେ ଧର୍ମେନ୍ଦ୍ର:
ସେହିପରି ବିରୋଧୀଙ୍କୁ କଡା ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକହିଛନ୍ତି, " ଓଡ଼ିଶାରେ ଆଇଓସିଲ (IOCL) ପ୍ରୋଜେକ୍ଟ ପାଇଁ ସହଯେଗ କରିନଥିଲେ । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଓ ଏହାର ଆଖପାଖ ଲୁଣା ଅଞ୍ଚଳ ଭାବେ ବେଶ ଜଣାଶୁଣା । ଏହି ଲୁଣି ଅଞ୍ଚଳ କେବେ ପଦ୍ମ ଫୁଟିବନି ବୋଲି ଯେଉଁ ନେତାମାନେ ବାହାସ୍ପଟ ମାରୁଥିଲେ ସେ ଏବେ ଲୁଚିଲେଣି । ଜଗତସିଂହପୁର ଓ ପାରାଦ୍ୱୀପରେ ଲୋକେ ବିଜେପିକୁ ଯେଉଁଭଳି ଭାବେ ସମର୍ଥନ ଜଣାଇଲେ ତାହା ବିରୋଧୀକୁ ଦୃଢ଼ ଜବାବ ।" ସେପଟେ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ସହ ଧର୍ମେନ୍ଦ୍ର ପ୍ରଧାନ ପାରାଦ୍ୱୀପରେ ପ୍ରସ୍ତାବିତ ଏକ ପ୍ଲାଷ୍ଟିକ ପାର୍କକୁ ଉଦଘାଟନ କରିଛନ୍ତି।