ଓଡିଶା

odisha

ETV Bharat / state

ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - SUDARSAN PATTANAIK LETTER TO CM

Sudarsan Pattnaik writes To CM on Ratna Bhandar: ଜୋର ଧରୁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲାଯାଇ ଏହାର ମରାମତି ନେଇ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ରତ୍ନଭଣ୍ଡାର ଖୋଲି ମରାମତି କରିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ,

ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ (ETV Bharat Odisha)

By ETV Bharat Odisha Team

Published : Jun 26, 2024, 1:40 PM IST

Updated : Jun 26, 2024, 2:06 PM IST

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି । ରତ୍ନଭଣ୍ଡାରକୁ ଖୋଲାଯାଇ ଏହାର ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୂର୍ବରୁ ମଧ୍ୟ ପୁରୀ ନିଳାଦ୍ରୀ ବିଚ୍‌ରେ ଏହି ପ୍ରସଙ୍ଗରେ ଏକ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅନୁରୋଧ କରିଥିଲେ ସୁଦର୍ଶନ ପଟ୍ଟନାୟକ । ତେବେ ବର୍ତ୍ତମାନ ସେ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ରତ୍ନଭଣ୍ଡାରକୁ ଖୋଲାଯାଇ ଏହାର ମରାମତି କରିବାକୁ ଦାବି କରିଛନ୍ତି । 'ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଶୀଘ୍ର ଖୋଲାଯାଉ ଓ ଏହାର ତୁରନ୍ତ ମରାମତି କରାଯାଉ' ବୋଲି ସେ ଚିଠିରେ ଲେଖିଛନ୍ତି ।

Sudarsan Pattnaik writes To CM on Ratna Bhandar (ETV Bharat Odisha)

ସୁଦର୍ଶନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, 'କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଣୁ ଶ୍ରୀମନ୍ଦିରର ସୁରକ୍ଷା ବେଶ ଗୁରୁତ୍ବପୁର୍ଣ୍ଣ । ଏହି ପୁରାତନ ଐତିହ କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବ ଏଏସଆଇ ହାତରେ ରହିଛି । ତେବେ ଗତ ୨୦୧୮ ମସିହାରେ ଏଏସଆଇ ରିପୋର୍ଟ ଦେଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ଏହାର ଛାତରୁ ସିମେଣ୍ଟ ଛାଡି ଯାଇଥିବା ବେଳେ ପାଣି ଗଳୁଛି । ଅନେକ ପଥର ମଧ୍ୟ ଖସି ପଡ଼ିଛି । ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ ।' ଏଣୁ ଆଉ ବିଳମ୍ବ ନକରି ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ରତ୍ନଭଣ୍ଡାର ମରାମତି ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ:ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ: ଆଇନ ମନ୍ତ୍ରୀ

ତେବେ ଏଏସଆଇ ଦୀର୍ଘ ୬ ବର୍ଷ ହେବ ରିପୋର୍ଟ ଦେଇ ସାରିଥିବା ବେଳେ କାହିଁକି ରତ୍ନଭଣ୍ଡାର ମରାମତି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉନାହିଁ ବୋଲି ସୁଦର୍ଶନ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚୋନା ହେଉ ନଥିବାରୁ ସୁଦର୍ଶନ ଅସନ୍ତୋଷ ପ୍ରକାଶ କରିଛନ୍ତି । ରତ୍ନ ଅଳଙ୍କାର ଗଣତି ପଛରେ ହୋଇପାରିବ । କିନ୍ତୁ ପ୍ରଥମେ ରତ୍ନଭଣ୍ଡାରର ମରାମତି କରାଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର

ଇଟିଭି ଭାରତ, ପୁରୀ

Last Updated : Jun 26, 2024, 2:06 PM IST

ABOUT THE AUTHOR

...view details