ଓଡିଶା

odisha

ETV Bharat / state

ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case - ORISSA HIGH COURT ON ASSAULT CASE

Orissa High Court direction on Assault case: ଭରତପୁର ଥାନାରେ ଅଭାବନୀୟ ଘଟଣା ପ୍ରସଙ୍ଗରେ ଆର୍ମି ମେଜର ଏବଂ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ । ଏହି ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସବୁ ଥାନାରେ ସିସିଟିଭି ଲଗାଇବାକୁ ଏଡିଜିଙ୍କୁ ହୋଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅଧିକ ପଢନ୍ତୁ

Orissa High Court
Orissa High Court (ETV Bharat Odisha)

By ETV Bharat Odisha Team

Published : Sep 23, 2024, 12:42 PM IST

Updated : Sep 23, 2024, 1:32 PM IST

କଟକ:ଭରତପୁର ଥାନା ଅଭାବନୀୟ ଘଟଣାରେ ହାଇକୋର୍ଟଙ୍କ ବଡ ରାୟ । ଭରତପୁର ଥାନାରେ ଅଭାବନୀୟ ଘଟଣା ପ୍ରସଙ୍ଗରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ଏଡିଜିଙ୍କୁ ହୋଇକୋର୍ଟଙ୍କ ନିର୍ଦ୍ଦେଶ । ରୋଡ ରୋମିଓଙ୍କ ପରିଚୟ ମଧ୍ୟ ସାର୍ବଜନୀନ କରାଯିବ ନାହିଁ । ମାମଲାର ତଦାରଖ କରିବାକୁ ମନା କଲେ ହାଇକୋର୍ଟ । ଅକ୍ଟୋବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।

ଆଜିଠୁ କୌଣସି ବୈଦ୍ୟୁତିକ, ମୁଦ୍ରଣ ଏବଂ ସାମାଜିକ ଗଣମାଧ୍ୟମରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ହେବ ନାହିଁ । ଏଡିଜି ( Modernisation) ଦୟାଲ ଗଙ୍ଗଓ୍ବାର ରାଜ୍ୟର ସମସ୍ୟ ଥାନାର ସିସିଟିଭି କ୍ୟାମେରା ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ । ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାରେ ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ । ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ରୋଡ ରୋମିଓଙ୍କ ପରିଚୟ ପ୍ରକାଶ ମନା ।

ଆଇନଜୀବୀ ବିଭୁତିଭୂଷଣ ଚୌଧୁରୀଙ୍କ ପ୍ରତିକ୍ରିୟା (ETV Bharat Odisha)

ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-

ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅସଦାଚରଣ ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେବ । 60 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗଙ୍କୁ ସରକାର ଅନୁରୋଧ କରିଛନ୍ତି । ଗତକାଲି (ରବିବାର) ରାତିରେ କେନ୍ଦୁଝର ଗସ୍ତରୁ ଫେରି ଭୁବନେଶ୍ୱରରେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଚ୍ଚସ୍ତରୀୟ ବୈଠକରେ ଘଟଣାର ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଥିବା ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି-

ଭରତପୁର ମାମଲାରେ ହେବ ବିଚାର ବିଭାଗୀୟ ତଦନ୍ତ । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନ୍ୟାୟିକ ତଦନ୍ତ କରାଯିବ । ଏନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ବିଜ୍ଞପ୍ତି । ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି । ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍‌ । ବ୍ୟକ୍ତିବିଶେଷ ଓ କର୍ତ୍ତୃପକ୍ଷଙ୍କ ଦାୟିତ୍ବବୋଧ ତଦନ୍ତ ପରିସରଭୁକ୍ତ ହେବ । ଯଦି ଏହି ଘଟଣା ସହ ଆଉ କିଛି ଜଡ଼ିତ ଥାଏ କମିଶନ ତଦନ୍ତ କରିପାରିବେ । ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନ ହେବ ପରାମର୍ଶ ଲୋଡ଼ା ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର ବାନ୍ଧବୀ-

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର, ବାନ୍ଧବୀ ଓ ବାନ୍ଧବୀଙ୍କ ବାପା । କିଛି ଅବସରପ୍ରାପ୍ତ ସେନା ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ।

ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ବିଜ୍ଞପ୍ତି (ETV Bharat Odisha)

ହାଇକୋର୍ଟଙ୍କ ରାୟ ନେଇ ଆଇନଜୀବୀ ବିଭୁତିଭୂଷଣ ଚୌଧୁରୀ କହିଛନ୍ତି, "ଭାରତପୁର ଥାନା କାଣ୍ଡ ମାମଲାରେ ଆଜି ହୋଇକୋର୍ଟ ଶୁଣାଣି କରିଛନ୍ତି । ମାମଲାରେ ଘଟଣାକ୍ରମ ନେଇ (Sequence of events) ହାଇକୋର୍ଟ ବ୍ୟଥିତ । ଘଟଣା ନେଇ ଯାହାଘଟିଯାଇଛି ତାହା ଅତୀତ ବୋଲି କହିଛନ୍ତି ହାଇକୋର୍ଟ । ମାମଲାରେ ଜଡିତ ବ୍ୟକ୍ତିବିଶେଷଙ୍କ ନାମ ଆଜିଠାରୁ କୌଣସି ବୈଦ୍ୟୁତିକ, ଛାପା କିମ୍ବା ସୋସିଆଲ ମିଡିଆରେ ପ୍ରକାଶ ପାଇବ ନାହିଁ । ଏହା ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ କ୍ରାଇମ ବ୍ରାଞ୍ଚ ତଦନ୍ତର ତଦାରଖ କରିବେ ନାହିଁ ହାଇକୋର୍ଟ । ଭବିଷ୍ୟତରେ ଯେଭଳି ଏଭଳି ଘଟଣା ନ ଘଟେ ତାକୁ ସୁନିଶ୍ଚିତ କରାଯିବ । ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ଏହି ମାମଲାରେ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି । ଏଡିଜି ( Modernisation) ଦୟାଲ ଗଙ୍ଗଓ୍ବାର ରାଜ୍ୟର ସମସ୍ୟ ଥାନାର ସିସିଟିଭି କ୍ୟାମେରା ନେଇ ଷ୍ଟାଟସ ରିପୋର୍ଟ ଆମିକସ୍ କ୍ୟୁରୀଙ୍କୁ ପ୍ରଦାନ କରିବେ । ଆମିକସ୍ କ୍ୟୁରୀ ଏହି ରିପୋର୍ଟକୁ ହାଇକୋର୍ଟରେ ପ୍ରଦାନ କରିବେ ।"

Bharatpur police station (ETV Bharat Odisha)
Bharatpur police station (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ: ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ - CM Ordered Judicial Inquiry

ଏହା ମଧ୍ୟ ପଢ଼ନ୍ତୁ: ଆର୍ମି ମେଜର ନିର୍ଯାତନା ମାମଲା: ରାଜରାସ୍ତାରେ ପୂର୍ବତନ ସେନା, IIC ସମେତ 5 ପୋଲିସ ସସପେଣ୍ଡ - 5 officers suspended

ଏହା ମଧ୍ୟ ପଢ଼ନ୍ତୁ: ମେଜର ବାନ୍ଧବୀ ନିର୍ଯାତନା ମାମଲାର ନ୍ୟାୟିକ ତଦନ୍ତ ଦାବି କଲେ ନବୀନ ପଟ୍ଟନାୟକ, ଜବାବ ରଖିଲା ବିଜେପି - Assault of Army Major fiance case

ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବର ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ୨୪ ଘଣ୍ଟା ଭିତରେ ବଦଳିଲା ନିଷ୍ପତ୍ତି - BJD Called off bandh

Last Updated : Sep 23, 2024, 1:32 PM IST

ABOUT THE AUTHOR

...view details