ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ହେବ ତାତି । ଡହ ଡହ ଖରା ଲୋକଙ୍କୁ କଲବଲ କରିବ । ତତଲା କଡେଇରେ ଭାଜି ହେବେ ରାଜ୍ୟବାସୀ । ଆଉ 4 ଦିନ ପରେ ରାଜ୍ୟରେ ବୃଦ୍ଧି ହେବ ତାପମାତ୍ରା । 2ରୁ 3ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ଦିନ ହେବ ରାଜ୍ୟରେ ବର୍ଷା ଯୋଗୁଁ ତାତି କମ ରହିଥିଲା । ଏବେ ବର୍ଷାର ସତର୍କତା ହଟିବା ପରେ ସ୍ୱାଭାବିକ ହୋଇଛି ପାଗ । ଆଗକୁ ବଢିବ ପାରଦ । ବୃଦ୍ଧି ହେବ ତାପମାତ୍ରା । ପୁଣି ଅନୁଭବ ହେବ ଅସମ୍ଭାଳ ତାତି ।
ଜାଗରରେ ପାଗ ସ୍ବାଭାବିକ:
ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ 4 ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ପାଗ ସ୍ୱାଭାବିକ ରହିବା ନେଇ ଆକଳନ କରାଯାଇଛି । ସେହିପରି ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଥିଲା । ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା, ଭଦ୍ରକରେ ବି ବର୍ଷା ହୋଇଛି ।
ଏହାମଧ୍ୟ ପଢନ୍ତୁ... |