ଓଡିଶା

odisha

ETV Bharat / state

ବୌଦ୍ଧ ସବୁଠୁ ଉତ୍ତପ୍ତ ସହର: 19ରୁ ବର୍ଷିବ, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ODISHA WEATHER UPDATE

ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ତିନିଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ।

ODISHA WEATHER UPDATE
ODISHA WEATHER UPDATE (ETV BHARAT ODISHA)

By ETV Bharat Odisha Team

Published : Feb 16, 2025, 5:32 PM IST

Updated : Feb 16, 2025, 5:51 PM IST

ଭୁବନେଶ୍ବର: ରାଜ୍ୟରେ ଆହୁରି ବଢିବ ତାତି । କଲବଲ ହେବେ ରାଜ୍ୟବାସୀ । ବଢିବ ତାପମାତ୍ରା, ସିଝିବେ ଲୋକେ । ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ତିନିଦିନ ଯାଏଁ ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ । ଆଜି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆସନ୍ତା 19 ଓ 20 ତାରଖରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆସନ୍ତା 3 ଦିନ ପାଇଁ କୌଣସି ଚେତାବନୀ ଜାରି ହୋଇନାହିଁ ।

19 ଓ 20ରେ ଏହି ସ୍ଥାନରେ ହେବ ବର୍ଷା:

odisha weather update (ETV BHARAT ODISHA)

ରାଜ୍ୟରେ କମିବ ତାତି, ହେବ ବର୍ଷା । ଆସନ୍ତା 19 ଓ 20ରେ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । 19 ରେ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ତେଣୁ ଏହି 6 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି 20ରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର ,କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଦେଓଗଡ ଓ ସୁନ୍ଦରଗଡ଼ରେ ବିଜୁଳି ଘଡଘଡି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର ।

odisha weather update (ETV BHARAT ODISHA)

ଏହାମଧ୍ୟ ପଢନ୍ତୁ...

ତାତିରୁ ମିଳିବ ଆଶ୍ବସ୍ତି, 7 ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ କମିବ ତାତି, 3ରୁ 5 ଡିଗ୍ରୀ ଖସିବ ତାପମାତ୍ରା

୨ ଦିନ ପରେ କମିପାରେ ତାତି, ମିଳିବ ଆଶ୍ବସ୍ତି

ବୌଦ୍ଧରେ ସର୍ବାଧିକ ତାପମାତ୍ରା ରେକର୍ଡ:

odisha weather update (ETV BHARAT ODISHA)

ଏନେଇ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, ''ଗତ ୨୪ ଘଣ୍ଟାରେ ରାଜ୍ୟର ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହୋଇଛି । ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରିରେ ୭.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ଆଜି ୩୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।''

ODISHA WEATHER UPDATE (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 16, 2025, 5:51 PM IST

ABOUT THE AUTHOR

...view details