ଓଡିଶା

odisha

ETV Bharat / state

୨ରୁ ୩ ଡିଗ୍ରୀ କମିବ ତାପମାତ୍ରା, ବଢିବ ଶୀତର ପ୍ରଭାବ - ODISHA WEATHER LATEST UPDATE

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ କମିବ ତାପମାତ୍ରା । ଆହୁରି ବଢ଼ିବ ଶୀତ । ବର୍ଷାର ସମ୍ଭାବନା ନାହିଁ ।

Odisha Weather Update
Odisha Weather Update (ETV Bharat Odisha)

By ETV Bharat Odisha Team

Published : Nov 16, 2024, 6:02 PM IST

ଭୁବନେଶ୍ବର: ଓଡ଼ିଶାରେ ଶୀତ ଅନୁଭବ ହେବା ଆରମ୍ଭ ହୋଇଛି । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିଥିବା ବେଳେ ଉପକୂଳରୁ ଉପାନ୍ତ ସବୁଠି ଶୀତର ପ୍ରଭାବ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିଥିବା ବେଳେ ଆଗକୁ ଆହୁରି ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ତେଣୁ ଆଗକୁ ଶୀତ ଆହୁରି ବଢିବା ବୋଲି ଆକଳନ କରିଛି ବିଭାଗ ।

ବଢ଼ିବ ଶୀତ:

ତେବେ ପବନର ଦିଗ ପରିବର୍ତ୍ତନ ହେବା ପରେ ବିଶେଷ କରି ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ହେତୁ ଶୀତର ପ୍ରକୋପ ବଢିଛି । ଫଳରେ ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ରାଜ୍ୟରେ ରାଜ୍ୟରେ ଶୀତରେ ପଡିଛି । ଆଭ୍ୟନ୍ତରୀଣ ଓଡିଶା ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଜାଡ ବଢିବ । ଏପରିକି ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୨ରୁ ୧୪ ଡିଗ୍ରୀକୁ ଖସିଆସିବ । ଏହାସହ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ । ପରବର୍ତ୍ତୀ ସପ୍ତାହ ୨୨ରୁ ୨୮ନଭେମ୍ବର ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ତାପମାତ୍ରା ଆହୁରି ଖସିବ । ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୀତ ବଢିବ । ସେପଟେ ବର୍ତ୍ତମାନ ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷର କୌଣସି ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...କାଲିଠୁ ରାଜ୍ୟରେ ବଢିବ ଶୀତ, ୨ ରୁ ୪ ଡିଗ୍ରୀ ଖସିବ ତାପମାତ୍ରା

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ଲଘୁଚାପ; ଓଡ଼ିଶାର ୬ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, କମିବ ତାପମାତ୍ରା


କେଉଁ ଜାଗାରେ ତାପମାତ୍ରା କେତେ:
ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୨.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୨.୫ ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ସର୍ବାଧିକ ୩୧.୬ ସହ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ସର୍ବାଧିକ ୨୯.୨ ସହ ସର୍ବନିମ୍ନ ୧୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details