ଓଡିଶା

odisha

ବନ୍ଧା ହେଲେ କୋଟିପତି ଯନ୍ତ୍ରୀ, ରେଡ ବେଳେ ମିଳିଥିଲା ପ୍ରଭାସଙ୍କ ଆଖି ଖୋସିଲା ଭଳି ସମ୍ପତ୍ତି - SE Prabhas Pradhan Arrested

By ETV Bharat Odisha Team

Published : Aug 3, 2024, 10:44 PM IST

SE Prabhas Pradhan Arrested: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା । ଯନ୍ତ୍ରୀଙ୍କ ନାଁରେ 85ଟି ପ୍ଲଟ ସହ ମିଳିଛି ଆଖି ଖୋସିଲା ଭଳି ସମ୍ପତ୍ତି । କୁବେର ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ପଢନ୍ତୁ ପୂରା ଖବର।

SE Prabhas Pradhan Arrested
SE Prabhas Pradhan Arrested (ETV Bharat Odisha)

ବାଲେଶ୍ବର: ଜଳସେଚନ ବିଭାଗର କୁବେର ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରେ ଚଢାଉ ଘଟଣା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି ।

SE Prabhas Pradhan Arrested (ETV Bharat Odisha)

କେଉଁଠି ହୋଇଥିଲା ରେଡ୍:

"ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘର, ଅଫିସ, ସମ୍ପର୍କୀୟଙ୍କ ଘର ଏମିତି 7ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା। ଦୁଇ ଦିନ ଧରି ଚଢ଼ାଉ ଚାଲିବା ପରେ ଭିଜିଲାନ୍ସ ଆଜି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି" ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ନରହରି ନାୟକ ।

ଚଢାଉରେ କିଏ ସାମିଲ ଥିଲେ:
ସୂଚନା ଅନୁସାରେ, ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତଥା ପଦୋନ୍ନତି ପାଇ ବୈତରଣୀ ବ୍ୟାରେଜର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ପାଖରେ ଆୟବହିର୍ଭୂତ ସମ୍ପତ୍ତି ଥିବା ନେଇ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଅନେକ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ, ଭିଜିଲାନ୍ସର 7ଟି ଟିମ ଏକକାଳୀନ ବାଲେଶ୍ୱରରେ ଥିବା ଅଫିସ, ଜଳେଶ୍ବର ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉରେ ଅନେକ ବ୍ୟାଙ୍କ ପାସବୁକ, ଜମି କାଗଜପତ୍ର ସହ ନଗଦ 11 ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜବତ କରାଯାଇଥିଲା । ରାତିଯାଏ ଚଢ଼ାଉ ଚାଲିବା ସହ ଭିଜିଲାନ୍ସ ଟିମ ପ୍ରଭାସଙ୍କ ସାଙ୍ଗ ସାଥି ଏବଂ ସହଯୋଗୀଙ୍କ ଘରେ ଚଢ଼ାଉ କରିଥିଲା । ଚଢ଼ାଉରେ 7ଟି ଟିମର 45 ଜଣ ଅଧିକାରୀ ସାମିଲ ହୋଇଥିବାବେଳେ ୨ ଅତିରିକ୍ତ ଏସପି,୪ଜଣ ଡିଏସପି, ୬ଜଣ ଇନସପେକ୍ଟର ଓ ୭ଜଣ ଏଏସଆଇ ସାମିଲ ଥିଲେ । ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ତତ୍ତ୍ଵାବଧାନରେ ଏହି ଚଢ଼ାଉ ଚାଲିଥିଲା।

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ: ବାହାରୁଛି ପୁଳା ପୁଳା ଟଙ୍କା, ସମ୍ପତ୍ତି ଦେଖି ତାଜୁବ ଅଧିକାରୀ - Vigilance raid in Balasore

ଆଖି ଖୋସିଲା ଭଳି ସମ୍ପତ୍ତି:

ବାଲେଶ୍ଵର ସରକାରୀ କ୍ୱାର୍ଟରରୁ ବିପୁଳ ପରିମାଣର ଟଙ୍କା, ସୁନା ଗହଣା, ବହୁ ଜମିବାଡ଼ି, ବ୍ୟାଙ୍କ ପାସବୁକ ଓ ବୀମା କାଗଜପତ୍ର ମିଳିଥିଲା । ଆଜି କୋର୍ଟ ଚାଲାଣ ପରେ ଏସପି ନରହରି ନାୟକ କହିଛନ୍ତି, "ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆନନ୍ଦପୁର ବ୍ୟାରେଜ୍ ପ୍ରୋଜେକ୍ଟ ଦାୟିତ୍ବରେ ଥିବା ପ୍ରଭାସ କୁମାର ପ୍ରଧାନଙ୍କ ନାଁରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରହିଛି । ଭିଜିଲାନ୍ସ ତଦନ୍ତ ଚାଲିଥିଲା, ଆଜି ତାଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ 8 କୋଟିରୁ ଊର୍ଦ୍ଧ୍ବ ଆୟବର୍ହିଭୂତ ସମ୍ପତ୍ତି ବାହାରିଛି । 85ଟି ପ୍ଲଟ ତାଙ୍କ ନାମରେ ବାହାରିଛି । ଏହାସହ ଗୋଟିଏ ଚାରି ଚକିଆ ଗାଡି ଜବତ ହେବା ସହ ବହୁ ଗାଡି ବେନାମୀ ରହିଛି । ଆଗାମୀ ଦିନରେ ତାଙ୍କ ନିକଟ ସମ୍ପର୍କୀୟଙ୍କ ଯଦି ଲିଙ୍କ ଆସିବ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି । ପରବର୍ତ୍ତୀ ସମୟରେ ଆବଶ୍ୟକ ପଡ଼ିଲେ 14 ଦିନିଆ ରିମାଣ୍ଡରେ ଅଣାଯିବ।" ଅନ୍ୟପଟେ ସମ୍ପୃକ୍ତ ଯନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଭିଜିଲାନ୍ସ ଚଢ଼ାଉ କରିଛି ହେଲେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୌଣସି ସତ୍ୟତା ନାହିଁ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details