ETV Bharat / state

ବିରାଜିଲେ ବିଶ୍ୱକର୍ମା, ଝଲସୁଛି ନାଲକୋ ନଗରୀ - Vishwakarma Puja 2024

author img

By ETV Bharat Odisha Team

Published : Sep 16, 2024, 9:57 PM IST

Vishwakarma Puja: ଆଜି ପବିତ୍ର ବିଶ୍ବକର୍ମା ପୂଜା । ଚଳଚଞ୍ଚଳ ଆଲୁମିନିୟମ ନଗରୀ । କେମିତି ରହିଛି ପୂଜା ମାହୋଲ । ପଢ଼ନ୍ତୁ

Vishwakarma Puja
Vishwakarma Puja (ETV Bharat Odisha)

ଅନୁଗୋଳ: ଆଜି କନ୍ୟା ସଂକ୍ରାନ୍ତୀ ପବିତ୍ର ବିଶ୍ୱକର୍ମା ପୂଜା । ଏହି ଅବସରରେ ଅନୁଗୋଳ ନାଲକୋ ନଗରରେ ଆଜି ଠାରୁ ଆରମ୍ଭ ହୋଇଛି ପୂଜା । ଚଳିତ ବର୍ଷ ୧୯ଟି ମଣ୍ଡପରେ ପୂଜା ପାଉଛନ୍ତି ବିଶ୍ୱ ନିର୍ମାତା । ତେଣୁ ବିଭିନ୍ନ ପୂଜା କମିଟି ନିଜ ନିଜ ପୂଜା ମଣ୍ଡପକୁ ଅଧିକରୁ ଅଧିକ ଆକର୍ଷଣୀୟ ଭାବରେ ସାଜସଜ୍ଜା କରିଛନ୍ତି । ସବୁ ପୂଜା କମିଟି ଏଥର ନୂଆ ଢଙ୍ଗରେ ମଣ୍ଡପ ଗୁଡିକୁ ସଜବାଜ କରି ଦର୍ଶକଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି ।

Vishwakarma Puja (ETV Bharat Odisha)

ନାଲକୋ ନଗରୀରେ ବିଶ୍ଵକର୍ମାଙ୍କ ପୂଜା:

ଆରମ୍ଭ ହୋଇଛି ଅନୁଗୋଳ ନାଲକୋ ନଗରୀରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ମହୋତ୍ସବ । ଯାହାକୁ ନେଇ ଉତ୍ସବ ମୁଖରିତ ଆଲୁମିନିୟମ ନଗରୀ ନାଲକୋ । ଭଳିକି ଭଳି ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ମଧ୍ୟରେ ପୂଜା ପାଉଛନ୍ତି ବିଶ୍ୱ ବିନ୍ଧାଣୀ । ନିର୍ମାଣର ଦେବତା ଭାବେ ଏଠାରେ ବହୁ ବର୍ଷ ହେବ ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି । ନାଲକୋର ବିଭିନ୍ନ ବିଭାଗ ପକ୍ଷରୁ ଏଥର ୧୯ଟି ମଣ୍ଡପରେ ପୂଜା ପାଉଛନ୍ତି ବିଶ୍ୱକର୍ମା । ବିଧି ଅନୁଯାୟୀ, ପୂର୍ବାହ୍ନରେ କଳସ ଶୋଭାଯାତ୍ରାରେ ଗଙ୍ଗା ଆବାହନ ପରେ ଆରମ୍ଭ ହୋଇଛି ପୂଜା । ପୂଜାର ନୀତିକାନ୍ତି ଅନୁଯାୟୀ, ପୂଜକମାନେ ସବୁ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆବାହନ କରିଛନ୍ତି । ଏଥିପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ।

Vishwakarma Puja
Vishwakarma Puja (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ପାର୍ବଣ ଋତୁ, ଅକ୍ଟୋବର ୫ ସୁଦ୍ଧା ସମସ୍ତ ରାସ୍ତା କାମ ସାରିବା ପାଇଁ ମନ୍ତ୍ରୀଙ୍କ ତାଗିଦ୍‌ - Repair Road In Town Cities

ମନ ମୋହୁଛି ତୋରଣ:

ନାଲକୋ ନଗରରେ ଦୀର୍ଘ ୭ ଦିନ ଧରି ଏହି ପୂଜା ଉତ୍ସବ ଚାଲିବ । ଏହି ପୂଜା ନାଲକୋବାସୀଙ୍କ ଗଣ ପର୍ବରେ ପରିଣତ ହୋଇ ଯାଇଛି । ସୁନ୍ଦର ସୁନ୍ଦର ତୋରଣ, ରଙ୍ଗ ବେରଙ୍ଗ ଅତ୍ୟାଧୁନିକ ଆଲୋକ, ମଣ୍ଡପ ନିକଟରେ ବିଭିନ୍ନ ସାମାଜିକ ଓ ବୈଜ୍ଞାନିକ ବିଷୟ ବସ୍ତୁକୁ ନେଇ ପାର୍ଶ୍ଵ ମୂର୍ତ୍ତି ବେଶ ମନମୁଗ୍ଧକର ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ଶ୍ରୀମନ୍ଦିର, ବୌଦ୍ଧ ମନ୍ଦିର, ନୂତନ ସାଂସଦ ଭବନ, ଇନ୍ଦ୍ର ମହଲ, ସ୍ଵର୍ଣ୍ଣ ମନ୍ଦିର, ଐତିହାସିକ ସ୍ଥାନ ଓ ପ୍ରସିଦ୍ଧ ମନ୍ଦିରର ଅକୃତିରେ ତୋରଣମାନ ନିର୍ମାଣ କରାଯାଇଛି । ବିଶ୍ୱ ନିର୍ମାତାଙ୍କ ମୂର୍ତ୍ତିକୁ ଭିନ୍ନ ଭିନ୍ନ ଢଙ୍ଗରେ ନିର୍ମାଣ କରାଯାଇଛି । ମଣ୍ଡପ ଭିତରର ସାଜସଜ୍ଜାକୁ ଆକର୍ଷଣୀୟ କରାଯାଇଛି ।

Vishwakarma Puja
Vishwakarma Puja (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...Nuakhai 2024: ଗଣେଶ ମଣ୍ଡପ ବୁଲିଲେ ଓ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ନବୀନ - Naveen visits Ganesh mandap

ସ୍ଥାନୀୟ ଦ୍ରବ୍ୟ ବିକ୍ରି କରିବାର ଏହା ଏକ ମାର୍କେଟ:

Vishwakarma Puja
Vishwakarma Puja (ETV Bharat Odisha)

ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବୀନ୍ଦ୍ର ନାୟକ କହିଛନ୍ତି, "ଏହି ମାର୍କେଟରେ ଏସଏଚଜି (SHG) ମହିଳାମାନେ ସ୍ଥାନୀୟ ଦ୍ରବ୍ୟ ବେପାର କରିବାର ଏକ ଦିସା ପାଉଛନ୍ତି । ଏହା ୧୫ ବର୍ଷ ହେବ ଆରମ୍ଭ ହୋଇଛି । ଆଗାମୀ ଦିନରେ ଆମର ଯେଉଁ ପ୍ରଡକ୍ଟ ତିଆରି କରିଛୁ ଓ ବିକ୍ରି କରିବାର ମାଧ୍ୟ କରିଛୁ । ଏହାସହ ୧୭ଟି ରାଜ୍ୟରୁ ଯେଉଁମାନେ ସେମାନଙ୍କ ଦ୍ରବ୍ୟ ବିକ୍ରି କରିବାକୁ ଆସିଛନ୍ତି, ସେମାନଙ୍କ ଅଞ୍ଚଳରେ ଓଡ଼ିଶାର ଦ୍ରବ୍ୟ ବିକ୍ରି କରିବାର ଏକ ମାର୍କେଟ ହେବ । ଫଳରେ ଏସଏଚଜି ମହିଳାମାନେ ଅଧିକ ଲାଭବାନ ହେବେ ।"

ଏହା ମଧ୍ୟ ପଢ଼ନ୍ତୁ...Ganesh Puja 2024: ମାସେ ଧରି ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଇବେ ଐତିହାସିକ ବୁଢ଼ା, ଟୋକା ଓ ପିଲା ଗଣେଶ - Unique Ganesh puja

ଦର୍ଶକଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ:

Vishwakarma Puja
Vishwakarma Puja (ETV Bharat Odisha)

କେବଳ ଯେ, ପୂଜା ମଣ୍ଡପକୁ ଆକର୍ଷଣୀୟ କରାଯାଇଛି ତାହା ନୁହେଁ ବରଂ ଏଠାକୁ ପ୍ରତ୍ୟେକ ଦିନ ଆସୁଥିବା ଦର୍ଶକଙ୍କ ପାଇଁ ମୀନା ବଜାର ଠାରୁ ଆରମ୍ଭ କରି ଦୋଳି ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି । ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳା ମଧ୍ୟ ପ୍ରମୁଖ ଆକର୍ଷଣ ପାଲଟିଛି । ବିଭିନ୍ନ ରାଜ୍ୟରୁ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀ ଓ କାରିଗରମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ତଥା ପ୍ରଦର୍ଶନ କରିଛନ୍ତି । ପୂଜା ଦେଖିବାକୁ ଆସୁଥିବା ଦର୍ଶକ ବହୁ ସଂଖ୍ୟାରେ କିଣାକିଣି କରିବେ ଆଶା କରି ପସରା ମେଲାଇଛନ୍ତି ଦୋକନୀ । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ପର୍ବ ଅନୁଷ୍ଠିତ ହେବ । ୨୪ତାରିଖରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ । ତେଣୁ ଦୀର୍ଘ ୭ ଦିନ ଧରି କେବଳ ନାଲକୋ ନଗର ବାସିନ୍ଦା ନୁହନ୍ତି ବରଂ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ଏହି ପର୍ବରେ ସାମିଲ ହେବେ ।

Vishwakarma Puja
Vishwakarma Puja (ETV Bharat Odisha)

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.