ଓଡିଶା

odisha

ETV Bharat / state

ବଜ୍ରପାତ ଜନିତ ମୃତ୍ୟୁ ଶୂନ କରିବାକୁ ଚାଲିଛି ପ୍ରୟାସ: ରାଜସ୍ୱ ମନ୍ତ୍ରୀ - Lightning Death Awareness - LIGHTNING DEATH AWARENESS

Odisha Govt Trying To Reduce Lightning Strikes:ବଢିଚାଲିଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା। ଏଥିରେ କିପରି ରୋକ୍ ଲାଗିବ ସେଥିପାଇଁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ କ'ଣ ପଦକ୍ଷେପ ନିଆଯାଉଛି, ଜାଣନ୍ତୁ ।

Reduce Lightning Strikes
Reduce Lightning Strikes (ETV Bharat Odisha)

By ETV Bharat Odisha Team

Published : Aug 18, 2024, 10:50 PM IST

ଭୁବନେଶ୍ବର:ବଢିଚାଲିଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା । ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହ ସତର୍କ କରାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ଶୂନ ହେବା ନେଇ ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

Reduce Lightning Strikes (ETV Bharat Odisha)

ଦିନକରେ ବଜ୍ରପାତରେ ଗଲା ୯ ଜୀବନ:

ସୂଚନା ଅନୁସାରେ, ଗତକାଲି(ଶନିବାର) 6 ଜିଲ୍ଲାର 9 ଜଣ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ବଜ୍ରପାତରେ ମୃତ୍ୟୁକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ବେଶୀ । ପ୍ରତିବର୍ଷ ପ୍ରାୟ ୩୦୦ ଲୋକ ବଜ୍ରପାତରେ ମୃତ୍ୟୁବରଣ କରୁଛନ୍ତି । ପାଣିପାଗ ସମ୍ବନ୍ଧୀୟ ସୂଚନା କାମ କରୁଛି । କେନ୍ଦ୍ରଠୁ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସହ ଆଞ୍ଚଳିକ କେନ୍ଦ୍ର ଠାରୁ ମଧ୍ୟ ତଥ୍ୟ ନେଇଥାଉ । ଏହି ସମ୍ବନ୍ଧରେ ସୂଚନା ସହ ଜିଲ୍ଲା ପ୍ରଶାସନକୁ ତାଗିଦ ମଧ୍ୟ କରାଯାଇଥାଏ । ତେଣୁ ସୂଚନା ପ୍ରାପ୍ତିର କୌଣସି ସମସ୍ୟା ନାହିଁ । ଅନେକ ବିଦ୍ୟାଳୟରେ ଆର୍ଥିଂ ନାହିଁ । ଗଣଶିକ୍ଷା ବିଭାଗ ସହ ଏନେଇ ଆଲୋଚନା କରିଛୁ।"

'ବଜ୍ରପାତରୁ ରକ୍ଷା କରିବ ତାଳଗଛ'

ମନ୍ତ୍ରୀ ଆହୁରି କହିଛନ୍ତି, "ଅନେକ ଜାଗାରେ ଘରେ ଆର୍ଥିଂ ନାହିଁ । ଏଣୁ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର ସହଯୋଗିତାରେ ତାଳ ଗଛ ଲଗାଇବାକୁ ନିର୍ଣ୍ଣୟ ନେଇଛୁ । କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ଆଧୁନିକ କାରିଗରୀ ବ୍ୟବହାର କିପରି ହୋଇପାରିବ ତାକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନାରେ ଅଛୁ । ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ୦ ହେବା ନେଇ ଲକ୍ଷ୍ୟ ରଖିଛୁ । ଚାଷୀଙ୍କ ନିକଟରେ ତଥ୍ୟ ପହଞ୍ଚାଇବାକୁ ଟେକ୍ନୋଲୋଜିର ସାହାଯ୍ୟ ନେବୁ।"

ଏହା ବି ପଢନ୍ତୁ...ବିଲରେ କରୁଥିଲେ କାମ; ଅଚାନକ ହେଲା ବଜ୍ରପାତ, ଆଉ ତା ପରେ...

'ସମୁଦ୍ରରେ ବିପଦ ଚେତାବନୀ ସତ୍ତ୍ବେ ବି ସମୁଦ୍ରକୁ ପଶୁଛନ୍ତି'

"ଯେଉଁ ମାଲିକମାନେ ନିଜ ସହ କାମ କରୁଥିବା ଶ୍ରମିକଙ୍କ ଜୀବନଙ୍କୁ ଭ୍ରୁକ୍ଷେପ ନକରି ବିପଦ ସଙ୍କେତ ସୂଚନା ଥାଇ ମଧ୍ୟ ପଠାଉଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ପ୍ରଚଳିତ ଆଇନରେ ମଧ୍ୟ ପରିବର୍ତ୍ତନ କରାଯିବ । ଏବେ ନିକଟରେ କୋଷ୍ଟଗାର୍ଡ ଏକ ଟ୍ରଲରକୁ ରକ୍ଷା କରି ଆଣିଲେ । ଆଣିବା ପରେ ମଧ୍ୟ ସେମାନେ ଟ୍ରଲରକୁ ଛାଡି ଆସିବାକୁ ପ୍ରସ୍ତୁତ ନଥିଲେ । ଆବଶ୍ୟକତା ଅନୁସାରେ ନୂଆ ଆଇନରେ ପରିବର୍ତ୍ତନ ହେବ । ଯେଉଁ ମାଲିକମାନେ ତାଙ୍କ ସହ କାମ କରୁଥିବା ଶ୍ରମିକଙ୍କ ଜୀବନ ବିପଦରେ ପକାଉଛନ୍ତି ସେମାନେ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରଚଳିତ ଆଇନରେ ପରିବର୍ତ୍ତନ କରାଯିବ" ବୋଲି କହିଛନ୍ତି ମନ୍ତ୍ରୀ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details