ଓଡିଶା

odisha

ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ବଡ ପଦକ୍ଷେପ, ରାଜ୍ୟ ପୋଲିସକୁ ମିଳିଲା 285 ପୋଲିସ ଯାନ

By ETV Bharat Odisha Team

Published : Feb 27, 2024, 10:15 PM IST

DG on New Vehicle: ରାଜ୍ୟ ପୋଲିସକୁ ମିଳିଲା 285 ପୋଲିସ ଯାନ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ହେବ କହିଲେ ପୋଲିସ ଡିଜି । ଅଧିକ ପଢନ୍ତୁ

DG on New Vehicle
DG on New Vehicle

ରାଜ୍ୟ ପୋଲିସକୁ ମିଳିଲା 285 ପୋଲିସ ଯାନ

କଟକ: ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ପୋଲିସ। ଅପରାଧ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି ରାଜ୍ୟ ପୋଲିସ । ଏହି କ୍ରମରେ ସାରା ରାଜ୍ୟର ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ହେବା ପାଇଁ 285 ଟି ପୋଲିସ ଯାନର ଲୋକାର୍ପଣ ହୋଇଛି । କଟକ ଓଏମପି ଷଷ୍ଠବାଟାଲିୟନ ପରିସରରେ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଏହାକୁ ଲୋକାର୍ପଣ କରିଛନ୍ତି ।

ସୂଚନା ଅନୁସାରେ, ଲୋକାର୍ପଣ ହୋଇଥିବା 285ଟି ଯାନ ମଧ୍ୟରେ 71ଟି ଚାରିଚକିଆ, 120 ଟି ସ୍କୁଟି, 94 ଟି ମୋଟର ସାଇକେଲ ରହିଛି । ଏହି ଉତ୍ସବରେ ବରିଷ୍ଠ ଆଇପିଏସ ଅଧିକାରୀମାନେ ଉପସ୍ଥିତ ଥିଲେ । ସାରା ରାଜ୍ଯରେ ଆଇନଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହେବ ଏହି ସମସ୍ତ ଯାନ । ଏଥି ପାଇଁ ରାଜ୍ୟ ସରକାର 32 କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ନିର୍ଭୟା ପାଣ୍ଠୀରୁ 8 କୋଟି ଖର୍ଚ୍ଚ କରାଯାଇଛି । ଏହା ଦ୍ବାରା ଆଇନ ଶୃଙ୍ଖଳାରେ ସୁଧାର ଆସିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇପାରିବ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ଏହାକୁ ନିୟଯୋଗ କରାଯି ବେଲି କହିଛନ୍ତି ପୋଲିସ ଜିଡି ଅରୁଣ କୁମାର ଷଡଙ୍ଗୀ ।

ଏହା ମଧ୍ୟ ପଢନ୍ତୁ: ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲରେ ପୋଲିସ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ କର୍ମଚାରୀ

ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି, "ସେ ପେଟ୍ରୋଲିଂ ହେଉ କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ହେଉ, ସବୁ ପରିସ୍ଥିତିରେ ଯାନ ଗୋଟିଏ ବଡ ସମସ୍ୟା ସୃଷ୍ଟି ହେଉଥିଲା। ଅପରାଧର ଖବର ମିଳିଲେ କିମ୍ବା ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହେଲେ ଘଟଣାସ୍ଥଳକୁ ଯିବାକୁ ପୋଲିସ ପାଇଁ ଏହା ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷକରି ମହିଳା ପୋଲିସଙ୍କୁ ମଧ୍ୟ ଏହା ଗୋଟିଏ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ ।ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଏହି ବ୍ୟବସ୍ଥା କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ଥାନା ମାନଙ୍କରେ ଏହି ନୂତନ ଯାନ ରହିବ । ଯାହାକି ଘଟଣା ସ୍ଥଳକୁ ଯିବାକୁ ପୋଲିସମାନଙ୍କୁ ବଡ଼ ସହଯୋଗ ମିଳିବ । ସବୁଠାରୁ ବଡ଼ କଥା ହେଉଛି ଆଗକୁ ନିର୍ବାଚନ ଥିବାରୁ ଏହା ରାଜ୍ୟ ପୋଲିସକୁ ବେଶ ସହାୟତା ମିଳିବ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ହେବ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details