ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 4 hours ago

ETV Bharat / state

ମିଳିଲା ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲେ ନର୍ସିଂ କର୍ମଚାରୀ - Nursing Staff Withdraw Strike

Odisha Nursing Staff Withdraw Strike: ଆନ୍ଦୋଳନରୁ ଓହରିଲେ ନର୍ସିଂ କର୍ମଚାରୀ । 4 ଦିନ ପରେ ହଟିଲା ଆନ୍ଦୋଳନ । ଅଧିକ ପଢ଼ନ୍ତୁ

Nursing Staff Withdraw Strike
Nursing Staff Withdraw Strike (ETV Bharat Odisha)

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲେ ନର୍ସିଂ କର୍ମଚାରୀ । ୪ ଦିନ ପରେ ହଟିଲା ଆନ୍ଦୋଳନ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛି ନର୍ସିଂ ସଙ୍ଘ । ଆଜି ରାତି ୧୧ଟା ୩୦ରୁ କାର୍ଯ୍ୟରେ ଯୋଗ ଦେବେ । ସାରା ରାଜ୍ୟରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ବ ନର୍ସିଂ କର୍ମଚାରୀ ଆନ୍ଦୋଳନରେ ବସିଥିଲେ । ଗତକାଲି ଠାରୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ ବନ୍ଦ କରିଥିଲା ନର୍ସିଂ ସଙ୍ଘ ।

Nursing Staff Withdraw Strike (ETV Bharat Odisha)

ଆନ୍ଦୋଳନ ପ୍ରତ୍ୟାହୃତ:

୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନରେ ବସିଥିଲେ ନର୍ସିଂ ଷ୍ଟାଫ । ଦାବି ପୂରଣ ନହେଲେ ଆନ୍ଦୋଳନରୁ ଓହରିବେନି ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସାରେ ରହି ରୋଗୀଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ କର୍ମଚାରୀ ଗତକାଲିଠାରୁ ୨ ଦିନ ଧରି ଜରୁରୀକାଳୀନ ଚିକିତ୍ସାରୁ ଓହରି ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ଫଳରେ ସାରା ରାଜ୍ୟରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା । ଯାହାକୁ ନେଇ ଆଜି ନର୍ସିଂ ସଂଘ ସହ ଆଲୋଚନା କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଲୋଚନା ପରେ ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।

Nursing Staff Withdraw Strike (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଏସମା ସତ୍ତ୍ବେ ଆନ୍ଦୋଳନରେ ନର୍ସିଂ ଷ୍ଟାଫ୍, ବନ୍ଦ କଲେ ଜରୁରୀକାଳୀନ ଚିକିତ୍ସା, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ.. - Nursing Staff Cease Work Strike

ଏହା ମଧ୍ୟ ପଢ଼ନ୍ତୁ...ଆନ୍ଦୋଳନରେ ନର୍ସ; MKCGରେ ହନ୍ତସନ୍ତ ରୋଗୀ, ଇଟିଭି ଭାରତର ରିୟଲିଟି ଚେକ୍ - MKCG Medical Reality Check

ଏହା ମଧ୍ୟ ପଢ଼ନ୍ତୁ...ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

ନର୍ସିଂ କର୍ମଚାରୀଙ୍କ ଦାବି:

Nursing Staff Withdraw Strike (ETV Bharat Odisha)

ତେବେ ସେମାନଙ୍କ ଦାବି ଗୁଡ଼ିକ ହେଉଛି, ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଷ୍ଟାଫଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ଚାକିରିରେ ମିଶାଇ ପଦୋନ୍ନତି କରିବା, ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଷ୍ଟାଫଙ୍କୁ ପଦୋନ୍ନତି, ସହକାରୀ ନର୍ସିଂ ଅଧିକ୍ଷକ ପଦବୀରେ ପଦୋନ୍ନତି ଲାଗି ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ କର୍ମଚାରୀଙ୍କୁ ୨ଟି ପଦୋନ୍ନତି କରିବା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ସରକାରୀ ହସ୍ପିଟାଲରେ ନିୟୋଜିତ କରିବା ଭଳି ଦାବି କରିଛି ସଂଘ । ଏହା ବ୍ୟତୀତ, ଆଚାର୍ଯ୍ୟ ହରିହର ସ୍ନାତୋକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରରେ ଅନ୍ତଭୁକ୍ତ କରିବା, ଡ୍ରେସ କୋଡ ପରିବର୍ତ୍ତନ, ଠିକା ସଂସ୍ଥା ମାଧ୍ୟମରେ ହେଉଥିବା ନର୍ସିଂ ଅଫିସରଙ୍କ ନିଯୁକ୍ତି ବନ୍ଦ କରିବା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details