ଭୁବନେଶ୍ବର:ସଂଖ୍ୟା ଗରିଷ୍ଠତା ହାସଲ ଅଭିମୁଖେ ବିଜେପି । ବର୍ତ୍ତମାନ ସୁଦ୍ଧା ବିଜେଡି ଠାରୁ ଆଗରେ ରହିଛି ବିଜେପି । ଆଉ କିଛି ଘଣ୍ଟାର ବ୍ୟବଧାନ ପରେ ଜଣାପଡିବ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟଫଳ । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ରେଜଲ୍ଟ ମଧ୍ୟ ସ୍ପଷ୍ଟ ହୋଇଯିବ । ରାଜ୍ୟରେ ବିଜେପି ଆଗରେ ରହିଥିବା ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି । ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ଦେଖାଦେଇଛି ଖୁସିର ମାହୋଲ । ଏହାରି ଭିତରେ ରାଜ୍ୟ ବିଜେପି ଉପସଭାପତି ଗୌଲକ ମହାପାତ୍ର ପ୍ରେସମିଟ୍ କରିଛନ୍ତି । ବହୁମତ ଦେଇଥିବା ବିଜେପିକୁ ଆଗକୁ ନେଇଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି, "ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଯାଉଛି ବିଜେପି । ଯୁବ ଭୋଟର, ମହିଳା ଓ ବିଭିନ୍ନ ବର୍ଗର ଭୋଟରଙ୍କୁ ଧନ୍ୟବାଦ ଦେଉଛି । କେନ୍ଦ୍ର ନେତୃତ୍ୱଙ୍କୁ ଧନ୍ୟବାଦ । ସବୁଠୁ ବଡ଼ ଭୂମିକା ଗଣମାଧ୍ୟମର । ଏହି ଜନାଦେଶ ଆମ ପାଇଁ ଗୁରୁ ଦାୟିତ୍ୱ । ଟ୍ରେଣ୍ଡ ବିଜେପି ସପକ୍ଷରେ ଅଛି । ଯାହା ଫଳ ଆସିବ ତାହା ଗ୍ରହଣୀୟ । ଆମେ ଧୀରେ ଧୀରେ ଆଗଉଛୁ ।"ବର୍ତ୍ତମାନ ଓଡ଼ିଶାର ଟ୍ରେଣ୍ଡ କରୁଛି ବିଜେପି । ଏଥିମଧ୍ୟରୁ ବିଜେପି ମ୍ୟାଜିକ ନମ୍ବର ଛୁଇଁ ସାରିଛି । ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେଲିବ୍ରେସନ କରିଛନ୍ତି ଦଳୀୟ ନେତା ଓ କର୍ମୀ । ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ଟ୍ରେଣ୍ଡରେ ରହିଛି । ଏହାସହ ଶାସକ ବିଜେଡିକୁ ଲାଗିଛି ବଡ ଝଟକା । କାରଣ ପ୍ରଥମ ଥର ଦଳର ପ୍ରଦର୍ଶନ ମାତ୍ରାଧିକ ଖରାପ ସ୍ଥିତିରେ ରହିଛି ।